ETV Bharat / bharat

LACରେ ଚୀନ ମୁତୟନ କରିଛି କି Robotic Soldier ? ଜବାବ ଦେଲା ଭାରତୀୟ ସେନା - ଭାରତ ଓ ଚୀନର ଲଢେଇ

ଭାରତ ଓ ଚୀନର ଲଢେଇ ମଧ୍ୟରେ ରୋବଟିକ୍ସ ସୈନିକ ମୁତୟନ (Robotics Soldier) କରିଥିବା ଦାବି କରୁଛି ଚୀନର ଗଣମାଧ୍ୟମ (China Media)। ଅପରପକ୍ଷେ ଏ ଭଳି ଖବରକୁ ଭାରତୀୟ ସେନା ପକ୍ଷରୁ ଖଣ୍ଡନ କରାଯାଇଛି।ଅଧିକ ପଢନ୍ତୁ

ରୋବଟିକ୍ସ ସେନା ମୁତୟନ ଦାବିକୁ ଖଣ୍ଡନ କଲା ଭାରତୀୟ ସେନା, ନିଜ ରକ୍ଷା ପାଇଁ ଚୀନ ବ୍ୟବହାର କରୁ ରୋବଟିକ୍ସ ସେନା

author img

By

Published : Jan 7, 2022, 8:10 PM IST

ନୂଆଦିଲ୍ଲୀ: ଏଲଏସିରେ ଭାରତ ଓ ଚୀନର ଲଢେଇ ମଧ୍ୟରେ ରୋବଟିକ୍ସ ସୈନିକ ମୁତୟନ (Robotics Soldier) କରିଥିବା ଦାବି କରୁଛି ଚୀନର ଗଣମାଧ୍ୟମ (China Media)। ଅପରପକ୍ଷେ ଏ ଭଳି ଖବରକୁ ଭାରତୀୟ ସେନା ପକ୍ଷରୁ ଖଣ୍ଡନ କରାଯାଇଛି । ତେବେ ଏଲଏସିରେ ପ୍ରବଳ ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ଚୀନ ସେନା ରୋବଟିକ ସେନା ବ୍ୟବହାର କରୁଛି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା ।

ବିସ୍ତାରବାଦୀ ଚୀନ ନୂଆବର୍ଷରୁ ଆରମ୍ଭ କରିଛି ନୂଆ ଚାଲ । ଭାରତ ଓ ଚୀନ ମଧ୍ୟରେ ଏଲଏସିରେ (Line of Actual Control) ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ବାରମ୍ବାର ଖେଳୁଛି ମାଇଣ୍ଡ ଗେମ । ଭାରତ ସହିତ ସମ୍ମୁଖ ଯୁଦ୍ଧ ନ କରି ଡିଜିଟାଲ ୱାରଫେର କରିବା ପାଇଁ ରଣନୀତି କରୁଛି ଚୀନ । କେତେବେଳେ ଗଲୱାନ ଭ୍ୟାଲିରେ ଜାତୀୟ ପତାକା ଉଡାଇ ତ କେତେବେଳେ ଏଲଏସିର ନିକଟବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶ କରି ଗ୍ରାମ ଗୁଡିକରେ ନାମକରଣ କରି ଗେମ ଖେଳୁଛି ଚୀନ। ବର୍ତ୍ତମାନ ଚୀନ ସୈନିକ ମାନେ ଲାଦାଖର ହିମ ଅଞ୍ଚଳରେ ରୋବଟିକ ସେନା ମୁତୟନ କରିଥିବା ଦାବି କରିଛି ଚୀନ ଗଣମାଧ୍ୟମ । ଭାରତ ଓ ଚୀନ ମଧ୍ୟରେ କ୍ରମାଗତ ଭାବରେ ଦ୍ବିତୀୟ ବର୍ଷ ଲାଦାଖର ବରଫାଞ୍ଚଳରେ ସେନା ମୁତୟନ ହୋଇଛନ୍ତି। ବର୍ତ୍ତମାନ ଭାରତ ଚୀନ ସୀମା ଏଲଏସିରେ ପ୍ରବଳ ଥଣ୍ଡାରେ ମାଇନସ ୨୦ ରୁ ୪୦ ଡିଗ୍ରୀ ସେଲସିୟସ ମଧ୍ୟରେ ଉଭୟ ଦେଶର ସୈନ୍ୟ ମୁତୟନ ହୋଇଛନ୍ତି।

ତେବେ ଏହାରି ମଧ୍ୟରେ ଚୀନର ଗଣମାଧ୍ୟମ ଭାରତୀୟ ସେନା ସହିତ ମୁକାବିଲା କରିବା ପାଇଁ ଚୀନ ସେନା ରୋବଟିକ ସେନା ମୁତୟନ କରିଥିବା ଦାବି କରିଛନ୍ତି। ଚୀନର କୌଣସି ରୋବଟିକ ସୈନିକ ଏଲଏସିରେ ଦେଖାଯାଉ ନାହିଁ ବୋଲି କହିଛି ଭାରତୀୟ ସେନା।

ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଧୁକ ସଜ୍ଜିତ କୌଣସି ରୋବୋଟିକ ସୈନିକ ଆମ ସାମ୍ନାକୁ ଆସି ନାହିଁ । କିନ୍ତୁ ଯଦି ଚୀନ୍ ସେନା ଏପରି କରୁଛି, ତେବେ ଏହା ସେମାନଙ୍କ ସୈନିକମାନଙ୍କୁ ସାହାଯ୍ୟ କରିବ, ଯେଉଁମାନେ ସେଠାରେ ପ୍ରବଳ ଶୀତରେ ବଞ୍ଚିବା କଷ୍ଟକର ହୋଇପଡ଼ିଛନ୍ତି । ଏ ନେଇ ଭାରତୀୟ ସେନା ସୂତ୍ରରୁ ANIକୁ କହିଛନ୍ତି।

ସୂଚନାଥାଉକି ଭାରତ ଓ ଚୀନ ମଧ୍ୟରେ ଗଲୱାନ ସଂଘର୍ଷ ପରେ ଏଲଏସିରେ ଉଭୟ ଦେଶର ସେନା ମୁତୟନ କରାଯାଇଛି। ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଉଭୟ କମାଣ୍ଡରସ୍ତରୀୟ ଆଲୋଚନା ଚାଲଛି । ୧୧ରୁ ୧୨ ଥର କମାଣ୍ଡର ସ୍ତରୀୟ ଆଲୋଚନା ହୋଇଛି କିନ୍ତୁ ଚୀନ ତାର ବିସ୍ତାରବାଦୀ ନୀତିକୁ ଅପଣାଇ ସୀମାରେ ଉତ୍ତେଜନା ସୃଷ୍ଟି କରୁଛି । ତେବେ ଭାରତ ଓ ଚୀନ ମଧ୍ୟରେ ଏଲଏସିରେ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନେଇ ବେଶ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.