ETV Bharat / bharat

ଆହ୍ଲାବାଦ ହାଇକୋର୍ଟଙ୍କ ରାୟ: ଶାରିରୀକ ସମ୍ବନ୍ଧ ପାଇଁ ସ୍ବାମୀକୁ ଅନୁମତି ନଦେବା ନିଷ୍ଠୁରତା

ବୈବାହିକ ଜୀବନକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ବଡ ରାୟ । ବିନା କୌଣସି କାରଣରେ ଶାରିରୀକ ସମ୍ପର୍କ ସ୍ଥାପନ ପାଇଁ ଜୀବନସାଥିଙ୍କୁ ଅନୁମତି ନଦେବା କ୍ରୁରତା ଅଟେ । ଅଧିକ ପଢନ୍ତୁ

author img

By

Published : May 26, 2023, 10:55 AM IST

ଶାରିରୀକ ସମ୍ବନ୍ଧ ପାଇଁ ସ୍ବାମୀକୁ ଅନୁମତି ନଦେବା କ୍ରୁରତା

ଲକ୍ଷ୍ନୌ: ଶାରିରୀକ ସମ୍ପର୍କ ସ୍ଥାପନ ପାଇଁ ସ୍ବାମୀଙ୍କୁ ଅନୁମତି ନଦେବା କ୍ରୁରତା ଅଟେ । ବିନା କୌଣସି କାରଣରେ ଜୀବନସାଥୀଙ୍କ ସହ ଶାରିରୀକ ସମ୍ବନ୍ଧ ପାଇଁ ମନା କରିବା ନିଷ୍ଠୁରତା ସହ ସମାନ । ଯଦି ଦୀର୍ଘ ଦିନ ଧରି ସ୍ତ୍ରୀ ନିଜ ସ୍ବାମୀଙ୍କ ସହ ଯୌନ ସମ୍ବନ୍ଧ ରଖିବାକୁ ମନା କରନ୍ତି ଏହାକୁ ମାନସିକ କ୍ରୁରତା କୁହାଯିବ । ଏକ ଛାଡପତ୍ର ମାମଲାର ବିଚାର କରି ସ୍ବାମୀ-ସ୍ତ୍ରୀଙ୍କ ବୈବାହିକ ସମ୍ପର୍କକୁ ନେଇ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ବିଚାରପତି ସୁନୀତ କୁମାର ଏବଂ ରାଜେନ୍ଦ୍ର କୁମାରଙ୍କ ଖଣ୍ଡପୀଠ ବାରଣାସୀର ରବୀନ୍ଦ୍ର ପ୍ରତାପ ଯାଦବଙ୍କ ଆବେଦନର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ।

ଆହ୍ଲାବାଦ ହାଇକୋର୍ଟରେ ମାମଲାର ତଥ୍ୟ ଅନୁସାରେ, ୧୯୭୯ ମସିହାରେ ଆବେଦକାରୀ ରବୀନ୍ଦ୍ରଙ୍କ ବିବାହ ହୋଇଥିଲା । ବିବାହର କିଛି ଦିନ ପରେ ପତ୍ନୀଙ୍କ ବ୍ୟବହାର ଓ ଆଚରଣ ବଦଳି ଯାଇଥିଲା । ସ୍ବାମୀଙ୍କ ସହ ଶାରିରୀକ ସମ୍ବନ୍ଧ ସ୍ଥାପନ କରିବାକୁ ସେ ଆଗ୍ରହୀ ହେଉନଥିଲେ । ଦୁଇ ଜଣ ଗୋଟିଏ ଛାତ ତଳେ ରହୁଥିଲେ ହେଁ ସେମାନଙ୍କ ଭିତରେ ବୈବାହିକ ଅଥବା ଶାରିରୀକ ସମ୍ପର୍କ ରହୁନଥିଲା । ସ୍ବାମୀ ପତ୍ନୀଙ୍କୁ ରାଜି କରିବାକୁ ଅନେକ ପ୍ରଚେଷ୍ଟା କରିଥିଲେ । କିନ୍ତୁ ପତ୍ନୀ ଆଦୌ ରାଜି ହୋଇନଥିଲେ ଏବଂ ନିଜ ବାପଘରକୁ ଚାଲି ଯାଇଥିଲେ ।

ଏହାପରେ ୧୯୯୪ରେ ଗାଁ ପଞ୍ଚାୟତରେ ବୁଝାମଣା ହୋଇ ଦୁହେଁ ଅଲଗା ହୋଇଯାଇଥିଲେ । ସ୍ବାମୀ ନିଜ ପତ୍ନୀଙ୍କ ଭରପୋଷଣ ପାଇଁ ୨୨ ହଜାର ଟଙ୍କା ମଧ୍ୟ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ମହିଳା ଅନ୍ୟ ଜଣେ ପୁରୁଷଙ୍କୁ ବିବାହ କରିଥିଲେ । ତେଣୁ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ ଛାଡପତ୍ର ଦେବା ପାଇଁ କହିଥିଲେ କିନ୍ତୁ ସେ କୋର୍ଟ ଯାଇନଥିଲେ । ଏହାପରେ ସ୍ବାମୀ ବିବାହ ବିଚ୍ଛେଦ ପାଇଁ ବାରଣାସୀ ଫ୍ୟାମିଲ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ହେଲେ କୋର୍ଟ ତାଙ୍କର ଆବେଦନ ଖାରଜ କରିଦେଇଥିଲେ । ଏହାପରେ ଫ୍ୟାମିଲି କୋର୍ଟର ନିଷ୍ପତ୍ତିକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଆବେଦନକାରୀ ।

ଆବେଦନର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି, ବିବାହ ପରେ ଲମ୍ବା ସମୟ ଯାଏଁ ସ୍ବାମୀ-ସ୍ତ୍ରୀ ଅଲଗା ରହୁଥିଲେ । ବୈବାହିକ ସମ୍ପର୍କ ପ୍ରତି ପତ୍ନୀଙ୍କ କୌଣସି ସମ୍ମାନ ନଥିଲା । ସେ ନିଜର ଦାୟିତ୍ବ ପାଳନ କରିବାକୁ ମନା କରିଦେଇଥିଲେ । ଏଥିରୁ ପ୍ରମାଣିତ ହେଉଛି ଯେ, ସେମାନଙ୍କର ବୈବାହିକ ସମ୍ପର୍କ ଭାଙ୍ଗି ଯାଇଛି । ତେଣୁ ଆବେଦନକାରୀଙ୍କ ଅନୁରୋଧ ଗ୍ରହଣ କରି ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟ ଆଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.