ETV Bharat / bharat

ଆଦାନୀ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମରେ ନାମ ଲେଖାଇଲେ ନାହିଁ ଜଣେ ହେଲେ ଛାତ୍ରଛାତ୍ରୀ

author img

By

Published : Mar 4, 2023, 10:58 PM IST

ଆଦାନୀ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମରେ ନାମ ଲେଖାଇନାହାନ୍ତି ଜଣେ ହେଲେ ବି ଛାତ୍ରଛାତ୍ରୀ । ଗୁଜୁରାଟ ସରକାରଙ୍କ ସହ ହୋଇଥିଲା ବୁଝାମଣା । ବିଧାନସଭାରେ ଆସିଲା ତଥ୍ୟ । ଅଧିକ ପଢନ୍ତୁ

ଆଦାନୀ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମରେ ନାମ ଲେଖାଇଲେ ନାହିଁ ଜଣେ ହେଲେ ଛାତ୍ରଛାତ୍ରୀ
ଆଦାନୀ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମରେ ନାମ ଲେଖାଇଲେ ନାହିଁ ଜଣେ ହେଲେ ଛାତ୍ରଛାତ୍ରୀ

ଗାନ୍ଧୀନଗର: ହିଣ୍ଡନବର୍ଗ ରିପୋର୍ଟ ପରେ ଆଦାନୀ ସାମ୍ରଜ୍ୟ ବ୍ୟାପକ କ୍ଷତି ସହିବାରେ ଲାଗିଛି । କେବଳ ବ୍ୟବସାୟିକ କ୍ଷତି ନୁହେଁ ବରଂ ନିଜ ପ୍ରତିଷ୍ଠା ମଧ୍ୟ ହାରାଇଛି ସଂସ୍ଥା । ଗୁଜୁରାଟରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ଆଦାନୀ ଗ୍ରୁପ ଗୁଜୁରାଟ ସରକାରଙ୍କ ସହ ବୁଝାମଣ ପତ୍ର ସ୍ବାକ୍ଷର କରିଥିଲା । ହେଲେ ଏହି ପ୍ରୋଗ୍ରାମରେ କେହି ଜଣେ ହେଲେ ବି ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଆଗ୍ରହ ଦେଖାଇନାହାନ୍ତି । ବର୍ଷ ୨୦୨୧ ଓ ୨୨ ରେ କେହି ଯୁବକ ଯୁବତୀ ଏହି ପ୍ରାଗ୍ରାମ ଅଧୀନରେ ତାଲିମ ନେଇନଥିବା ଆଜି ବିଧାନସଭା ଅଧିବେଶନରେ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟରେ ଅନୁସୂଚିତ ଜନଜାତି ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ କରି ସେମାନଙ୍କୁ କୁସଳୀ କରିବା ପାଇଁ ଆଦାନୀ ସମୂହ ଗୁଜୁରାଟ ସରକାରଙ୍କ ସହ ଆଦାନୀ ଗ୍ରୁପ ବୁଝାମଣାପତ୍ର ସ୍ବାକ୍ଷର କରିଥିଲା । କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ କୌଣସି ଯୁବକ ଯୁବତୀ ତାଲିମ ନେଇ ନାହାଁନ୍ତି । ବିଧାୟକ ହେମନ୍ତ ଅହିରଙ୍କ ପ୍ରଶ୍ନର ଉତ୍ତରରେ ସରକାର ବିଧାନସଭାରେ ଏକ ଲିଖିତ ଉତ୍ତର ଦେଇଛନ୍ତି ।

ଗୁଜୁରାଟରେ ଏବି ବିଧାନସଭା ବଜେଟ୍ ଅଧିବେଶନ ଜାରି ରହିଥିବା ବେଳେ ଏହି ପ୍ରସଙ୍ଗରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ବିରୋଧୀ ଦଳର ପ୍ରଶ୍ନରେ ସରକାର ଏହି ପ୍ରସଙ୍ଗରେ ସୂଚନା ଦେଇଥିଲେ ସୁଦ୍ଧା ବିବାଦୀୟ ପ୍ରଶ୍ନରୁ ଦୂରେଇ ରହିଛନ୍ତି । ଗୁଜୁରାଟ ସରକାର ଯୁବପିଢିଙ୍କ ଦକ୍ଷତା ବୃଦ୍ଧି ପାଇଁ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ରାଜ୍ୟରେ ଅନୁସୂଚିତ ଜାତି ଯୁବକ ଓ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସାମାଜିକ ନ୍ୟାୟ ବିଭାଗ ଏବଂ କର୍ତ୍ତୃପକ୍ଷ ମଧ୍ୟ ଏକ ସ୍ୱତନ୍ତ୍ର ପ୍ରକଳ୍ପ ଆରମ୍ଭ କରିଥିଲେ । ଏଥିରେ ସହଭାଗିତା କରିଥିଲା ଆଦାନୀ ସମୂହ । କେହି ଜଣେ ହେଲେ ଛାତ୍ରଛାତ୍ରୀ ଏହି ପ୍ରୋଗ୍ରାମରେ ନାମ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି ।

ସଦସ୍ୟଙ୍କ ଉତ୍ତରରେ ସରକାର ଲିଖିତ ଭାବରେ କହିଛନ୍ତି ଯେ 5 ମାର୍ଚ୍ଚ 2019 ଏବଂ 6 ଅଗଷ୍ଟ 2019 ରେ ଦକ୍ଷତା ବିକାଶ ପାଇଁ ଆଦାନୀ ଗ୍ରୁପକୁ ଏହି କାର୍ଯ୍ୟ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଏହି ଯୋଜନାରେ କେହି ବି ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇନାହିଁ । ଜାମଜୋଦପୁର ବିଧାୟକ ହେମନ୍ତ ଅହିର, ଅନୁସୂଚିତ ଜାତି କଲ୍ୟାଣ ଏବଂ ଆଦାନୀ ଦକ୍ଷତା ବିକାଶ ମଧ୍ୟରେ ହୋଇଥିବା ଚୁକ୍ତି ସମ୍ପର୍କରେ କେତେ ଯୁବକଙ୍କୁ ତାଲିମ ଦିଆଯାଇଛି ବୋଲି ପ୍ରଶ୍ନ କରିଥିଲେ । ରାଜ୍ୟ ସରକାର ତାଙ୍କ ପ୍ରଶ୍ନର କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ ଅନୁସୂଚିତ ଜାତିର ଜଣେ ଯୁବକ ମଧ୍ୟ ତାଲିମ ପାଇନାହାଁନ୍ତି । ଏହିପରି, 2021 ମସିହା ଓ 2022 ମସିହାରେ କୌଣସି ଯୁବକ ଓ ଯୁବତୀ ତାଲିମ ନେଇ ନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.