ETV Bharat / bharat

କିଏ ପାଇବେ ପଦ୍ମ ସମ୍ମାନ ? ଏଣିକି ବାଛିବେ ଜନତା - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପଦ୍ମ ପୁରସ୍କାର ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରିଥିବା ଲୋକଙ୍କୁ ବାଛିବେ ସାଧାରଣ ଲୋକେ । ଏନେଇ ସେମାନଙ୍କୁ ମନୋନୀତ କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

Nominate your choice of inspiring people for Padma awards: PM Modi to citizens
‘ଜନତା ଚୟନ କାହାକୁ ମିଳିବ ପଦ୍ମ ସମ୍ମାନ’
author img

By

Published : Jul 11, 2021, 12:14 PM IST

ନୂଆଦିଲ୍ଲୀ: ପଦ୍ମ ପୁରସ୍କାର ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରିଥିବା ଲୋକଙ୍କୁ ବାଛିବେ ସାଧାରଣ ଲୋକେ । ଏନେଇ ସେମାନଙ୍କୁ ମନୋନୀତ କରିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ଟୁଇଟ୍‌ରେ ମୋଦି କହିଛନ୍ତି ଯେ ଭାରତରେ ଅନେକ ପ୍ରତିଭାବାନ ବ୍ୟକ୍ତି ଅଛନ୍ତି । ଯେଉଁମାନେ ତୃଣମୂଳ ସ୍ତରରେ ଅତୁଳନୀୟ କାର୍ଯ୍ୟ କରୁଛନ୍ତି । କିନ୍ତୁ ସେମାନେ ପ୍ରାୟତଃ ଏତେ ଜଣାଶୁଣା ନୁହଁନ୍ତି । ଆପଣ ଏଭଳି ପ୍ରେରଣାଦାୟକ ଲୋକଙ୍କୁ ଜାଣିଛନ୍ତି ।

ତେବେ ସେମାନଙ୍କୁ ପିପୁଲ୍ସ ପଦ୍ମ ପାଇଁ ମନୋନୀତ କରିପାରିବେ । ଆସନ୍ତା 15 ତାରିଖ ସେପ୍ଟେମ୍ବର ପର୍ଯ୍ୟନ୍ତ ସେମାନଙ୍କର ନାମାଙ୍କନ କରିପାରିବେ । ଏନେଇ ଏକ ଓ୍ବେବ ସାଇଟ ମଧ୍ୟ ଖୋଲାଯାଇଛି ।ଏହାସହ ପ୍ରଧାନମନ୍ତ୍ରୀ Http://padmaawards.gov.in, ଓ୍ବେବସାଇଟର ଲିଙ୍କ୍ ସେୟାର କରିଛନ୍ତି।

ପଦ୍ମ ପୁରସ୍କାର ଯଥା ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର । ଗତ କିଛି ବର୍ଷ ମଧ୍ୟରେ ମୋଦି ସରକାର ସେମାନଙ୍କ ଜୀବନବ୍ୟାପୀ ଅବଦାନ ପାଇଁ ପଦ୍ମ ପୁରସ୍କାର ସହିତ ବହୁ ସଂଖ୍ୟାରେ ହିରୋଙ୍କୁ ସମ୍ମାନିତ କରିଆସୁଛନ୍ତି । ସମାଜ ସେବା ଏବଂ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ପଦ୍ମ ପୁରସ୍କାର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ପ୍ରଦାନ କରାଯାଉଛି | 1954ରେ ଆରମ୍ଭ ହୋଇଥିବା ଏହି ପୁରସ୍କାର ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ |

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.