ETV Bharat / bharat

ଦିଲ୍ଲୀରେ ବନ୍ଦ ହେବ ସ୍କୁଲ, ଅନଲାଇନ କ୍ଲାସ ପାଇଁ ମିଳିଲା ନିର୍ଦ୍ଦେଶ - ଦିଲ୍ଲୀ ବାୟୁ ପ୍ରଦୂଷଣ

ରାଜଧାନୀ ଦିଲ୍ଲୀରେ ସାଂଘାତିକ ହେଉଛି ବାୟୁ ପ୍ରଦୂଷଣ । ନୋଏଡା ଓ ଗ୍ରେଟର ନୋଏଡାରେ ସ୍କୁଲ ବନ୍ଦ ପାଇଁ ଜାରି ହେଲା ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଦିଲ୍ଲୀରେ ବନ୍ଦ ହେବ ସ୍କୁଲ, ଅନଲାଇନ କ୍ଲାସ ପାଇଁ ମିଳିଲା ନିର୍ଦ୍ଦେଶ

author img

By

Published : Nov 4, 2022, 9:32 AM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଉତ୍କଟ ହେଉଛି ବାୟୁ ପ୍ରଦୂଷଣ । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁର ମାନ ଅତି ସାଂଘାତିକ ଶ୍ରେଣୀରେ ପହଞ୍ଚିଛି । ବିଷାକ୍ତ ବାୟୁ ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇଯାଇଛି । ଏପରିକି ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଶ୍ବାସକ୍ରିୟାରେ ସମସ୍ୟା ମଧ୍ୟ ହେଉଛି । ଏହାକୁ ଦୃଷ୍ଟିରେ ରଖି ନୋଏଡା ଓ ଗ୍ରେଟର ନୋଏଡାରେ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ମିଳିଛି । ଦୂଷିତ ବାୟୁ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଆସନ୍ତା ନଭେମ୍ବର ୮ ତାରିଖ ଯାଏଁ ଏହିସବୁ ଅଞ୍ଚଳରେ ସ୍କୁଲ ବନ୍ଦ କରି ଅନଲାଇନ କ୍ଲାସ କରିବା ପାଇଁ(Noida schools ordered to hold online classes) ଗୁରୁବାର ଦିନ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ବିଶେଷକରି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଯଥାସମ୍ଭବ ଅନଲାଇନ କ୍ଲାସ କରିବାକୁ ସ୍କୁଲଗୁଡିକୁ କୁହାଯାଇଛି । ଏହାସହିତ ୮ ତାରିଖ ପର୍ଯ୍ୟନ୍ତ ସ୍କୁଲରେ ଖେଳ ଓ ସଭା ଭଳି ବାହ୍ୟ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ନିଷେଦ୍ଧ କରାଯାଇଛି । ସମସ୍ତ ସ୍କୁଲଗୁଡିକୁ ଅନଲାଇନ ପାଠପଢା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗୌତମ ବୁଦ୍ଧ ନଗର DIOSଙ୍କ ପକ୍ଷରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି ହୋଇଛି ।

ଏହାମଧ୍ୟ ପଢନ୍ତୁ: ବାୟୂ ପ୍ରଦୂଷଣ ରୋକିବାକୁ ବଡ ନିଷ୍ପତ୍ତି, ଦିଲ୍ଲୀ ରାସ୍ତାରେ ଗଡିବନି ଟ୍ରକ

ଆଜି(ଶୁକ୍ରବାର) ସକାଳେ ମଧ୍ୟ ଦିଲ୍ଲୀ ବାୟୁ ସୂଚକାଙ୍କ ଅତି ଗମ୍ଭୀର ଶ୍ରେଣୀରେ ରହିଛି । ସହରର ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୭୨କୁ ବୃଦ୍ଧି ପାଇଛି । ଆଜି ସକାଳେ ନୋଏଡାରେ AQI ୫୬୨ ରେକର୍ଡ କରାଯାଇଥିବାବେଳେ ଗୁରୁଗ୍ରାମରେ ୪୩୯ ରହିଛି । ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜଧାନୀରେ ବାୟୁର ମାନ ଅତି ସାଂଘାତିକ ଶ୍ରେଣୀର ରହିବା ନେଇ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଅନ୍ୟପଟେ ଦିଲ୍ଲୀ ବାୟୁ ମାନ ଅତି ସାଂଘାତିକ ସ୍ଥିତିକୁ ଚାଲିଯାଇଥିବାରୁ ଦିଲ୍ଲୀରେ ଡିଜେଲ ଚାଳିତ କମର୍ସିଆଲ ଟ୍ରକଗୁଡିକ ବନ୍ଦ କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନେଇଯାଉଥିବା ଟ୍ରକ ଓ ସିଏନଜି କିମ୍ବା ଇଲେକ୍ଟ୍ରିକ ଦ୍ବାରା ପରିଚାଳିତ ହେଉଥିବା ଗାଡିଗୁଡିକୁ ଦିଲ୍ଲୀ ରାସ୍ତାରେ ଯାତାୟତ ପାଇଁ ଅନୁମତି ମିଳିବ । ପଡୋଶୀ ରାଷ୍ଟ୍ରରେ ନଡା ଜଳିବା କାରଣରୁ ଧୂଆଁ ଓ ଯାନବାହାନରୁ ନିର୍ଗତ ଧୂଆଁ ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.