ETV Bharat / bharat

ଡିଏନଡି ବର୍ଡରରେ ଟ୍ରାଫିକ ଜାମ, ଫସି ରହିଛନ୍ତି ହଜାର ହଜାର ଲୋକ

author img

By

Published : Jan 27, 2021, 1:32 PM IST

ଚାଷୀ ଆନ୍ଦୋଳନ ପାଇଁ ଡିଏନଡି ବର୍ଡରରେ ଦେଖା ଦେଇଛି ଟ୍ରାଫିକ ସମସ୍ୟା । ଫଳରେ ଫସି ରହିଛି ଶହ ଶହ ଚାରି ଚକିଆ ଏବଂ ଦୁଇ ଚକିଆ ଯାନବାହାନ । ଅଧିକ ପଢନ୍ତୁ...

ଡିଏନଡି ବର୍ଡରରେ ଟ୍ରାଫିକ ଜାମ, ଫସି ରହିଛନ୍ତି ହଜାର ହଜାର ଲୋକ
ଡିଏନଡି ବର୍ଡରରେ ଟ୍ରାଫିକ ଜାମ, ଫସି ରହିଛନ୍ତି ହଜାର ହଜାର ଲୋକ

ଲକ୍ଷ୍ନୌ: କେନ୍ଦ୍ର ସରକାର ଆଣିଥିବା କୃଷକ ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ ଆଜକୁ 63 ଦିନରେ ପହଞ୍ଚିଲାଣି । ହେଲେ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରିପାରୁନି । ସେପଟେ ଏହି ଆନ୍ଦୋଳନ ପାଇଁ ପରୋକ୍ଷରେ ସମସ୍ୟାରେ ପଡ଼ୁଛନ୍ତି ସାଧାରଣ ଜନତା । ଦୀର୍ଘ ଦିନ ଧରି କୃଷକମାନେ ଚିଲ୍ଲା ସୀମାରେ ଧର୍ମଘଟ ଜାରି ରଖିଥିବାବେଳେ ଆଜି ସକାଳୁ ଡିଏନଡି ବର୍ଡରରେ ପ୍ରବଳ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହୋଇଛି । ଶହ ଶହ ଚାରି ଚକିଆ ଏବଂ ଦୁଇ ଚକିଆ ଯାନବାହାନ ସେକ୍ଟର 16 ମେଟ୍ରୋ ଷ୍ଟେସନ, ଡିଏନଡି ସୀମା, ଯମୁନା ବ୍ରିଜ ଦେଇ କାଲିନ୍ଦି କୁଞ୍ଜ ଦେଇ ଅନେକ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି । ଫଳରେ ଅନେକ ଲୋକ ଘଣ୍ଟା ଘଣ୍ଟା ଧରି ଫସି ରହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ନୋଏଡ଼ାରୁ ଦିଲ୍ଲୀ ଯିବାକୁ ହେଲେ 10 ଲେନରେ ଗାଡ଼ି ପ୍ରବେଶ କରିପାରେ । କିନ୍ତୁ ଆଗରେ ଥିବା ଅଣଓଷାରିଆ ରାସ୍ତା ପାଇଁ ଲୋକଙ୍କୁ ଟ୍ରାଫିକ ଜାମ ସହ ସଂଘର୍ଷ କରିବାକୁ ପଡେ । ବିଶେଷକରି ସକାଳ ସମୟରେ ବହୁ ସଂଖ୍ୟକ ଲୋକ ନିଜ ଦୈନନ୍ଦିନ କାର୍ଯ୍ୟ ପାଇଁ ନୋଏଡାରୁ ଦିଲ୍ଲୀକୁ ଯାଇଥାନ୍ତି । ଯଦିଓ ନୋଏଡାରେ ଟ୍ରାଫିକ୍ କର୍ମଚାରୀ ନିୟୋଜିତ ଅଛନ୍ତି ଏବଂ ଟ୍ରାଫିକ୍ ପରିଚାଳନା ମଧ୍ୟ କରୁଛନ୍ତି । କିନ୍ତୁ ଚାଷୀ ଆନ୍ଦୋଳନ ପାଇଁ ଏବେ ସାଧାରଣ ଲୋକେ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.