ETV Bharat / bharat

ଟମାଟୋ ଦରକୁ ଦେଖି ଡରିଗଲା ମ୍ୟାକ ଡୋନାଲ୍ଡ, କିଣିବାକୁ ଅସମର୍ଥ ଲେଖି ଲଗାଇଲା ନୋଟିସ - ବଢିଚାଲିଛି ଟମାଟୋ ଦର

ଟମାଟୋର ଦର ଲଗାତର ବଢି ଚାଲିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ଘଟଣା । ଦିଲ୍ଲୀରେ ଥିବା ଦୁଇଟି ମ୍ୟାକ୍ ଡୋନାଲ୍ଡ ଷ୍ଟୋର ସାମ୍ନାରେ ନୋଟିସ ଲଗାଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

no tomato use in mcdonald
no tomato use in mcdonald
author img

By

Published : Jul 8, 2023, 7:06 AM IST

ନୂଆଦିଲ୍ଲୀ: ବର୍ଦ୍ଧିତ ଟମାଟୋ ଦର ଦେଖି ଡରିଗଲା ମ୍ୟାକ୍ ଡୋନାଲ୍ଡ । ଟମାଟୋର ଦର ଲଗାତର ବଢି ଚାଲିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ଘଟଣା । ଦିଲ୍ଲୀରେ ଥିବା ଦୁଇଟି ମ୍ୟାକ୍ ଡୋନାଲ୍ଡ ଷ୍ଟୋର ସାମ୍ନାରେ ନୋଟିସ ଲଗାଯାଇଥିବା ଦେଖିବାକୁ ମିଳିଛି । "ଟମାଟୋର ଅହେତୁକ ଦର ବୃଦ୍ଧି କାରଣରୁ ଆମେ ବହୁ ପ୍ରଚେଷ୍ଟା ସତ୍ତ୍ବେ ଗ୍ରାହକଙ୍କୁ ଖାଦ୍ୟରେ ଟମାଟୋ ଦେବା ପାଇଁ ଅସମର୍ଥ ରହିଛୁ" ବୋଲି ଏହି ନୋଟିସରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଯାହା ଦେଖିବା ପରେ ସମସ୍ତେ ଏକ ପ୍ରକାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସୁଆଦିଆ ଖାଦ୍ୟ ଯୋଗାଇ ଆସୁଥିବା ଚର୍ଚ୍ଚିତ ବ୍ରାଣ୍ଡ ମ୍ୟାକ୍ ଡୋନାଲ୍ଡର ଏଭଳି ନୋଟିସ ଖବରର ଶିରୋନାମା ପାଲଟିଛି ।

ସାରା ଦେଶରେ ଟମାଟୋର ଅହେତୁକ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାର କାରଣ ସାଜିଛି । ପୂର୍ବରୁ କିଲୋ ପିଛା 20 ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ବର୍ତ୍ତମାନ ସେଞ୍ଚୁରୀ ପାର୍ କରିଛି । ଗତ କିଛି ଦିନ ହେବ ଲଗାତର ଭାବେ ଦର ବୃଦ୍ଧି ପାଇବା ସହ କେତେକ ସ୍ଥାନରେ ପାଖାପାଖି 250 ରହିଛି ଟମାଟୋ ଦର । ଖାଲି ଟମାଟୋ ନୁହେଁ, ଏହାକୁ ତାଳ ଦେଇ ଅନ୍ୟାନ୍ୟ ପନିପରିବା ଦର ମଧ୍ୟ ବୃଦ୍ଧି ପାଇଛି । ସାରା ଦେଶରେ ଟମାଟୋ ତଥା ଅନ୍ୟାନ୍ୟ ପନିପରିବାର ଦର ବୃଦ୍ଧି ଖାଉଟିଙ୍କ ପକେଟ ଖାଲି କରିସାରିଲାଣି । ସାଧାରଣ ଲୋକେ ଅତ୍ୟଧିକ ମୂଲ୍ୟ ଦେଇ ଟମାଟୋ କିଣି ପାରୁନଥିବାରୁ ଏବେ ଅନେକଙ୍କ ଥାଳି ପାଲଟିଛି ଟମାଟୋ ଶୂନ୍ୟ ।

ଏହା ମଧ୍ୟ ପଢନ୍ତୁ...ଟମାଟୋର ଡବଲ ସେଞ୍ଚୁରୀ, ଦର ଶୁଣି ଛାନିଆ ଗ୍ରାହକ

ସେପଟେ ନାମୀ ଦାମୀ ବ୍ରାଣ୍ଡ ମ୍ୟାକ୍ ଡୋନାଲ୍ଡ ପକ୍ଷରୁ ମଧ୍ୟ ଟମାଟୋ କିଣିବାରେ ଅସମର୍ଥ ବୋଲି ନୋଟିସ କରାଯିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୌସୁମୀ ଆରମ୍ଭରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ଚାଷ ଜମିରେ ପାଣି ପଶି ବ୍ୟାପକ ଫସଲ ନଷ୍ଟ ହୋଇଛି । ଏପରିକି ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା କାରଣରୁ ଚାଷ ଜମି ପର୍ଯ୍ୟନ୍ତ ଗାଡ଼ି ପହଞ୍ଚି ପାରୁନାହିଁ । ଯେଉଁଥିପାଇଁ ବିକ୍ରି ପାଇଁ ଟମାଟୋ ତଥା ଅନ୍ୟାନ୍ୟ ପନିପରିବା ବଜାରକୁ ଆସିପାରୁନି । ତେବେ ମାର୍କେଟକୁ ପରିବା କମ୍ ସପ୍ଲାଇ ହେଉଥିବାରୁ ସେହି ଅନୁସାରେ ଚାହିଦାକୁ ଦେଖିବା ଦର ବୃଦ୍ଧି ହୋଇଥିବା କହିଛନ୍ତି ବ୍ୟବସାୟୀ । ନିଅଣ୍ଟିଆ ବର୍ଷା କାରଣରୁ ଚଢା ଦରରେ ବିକ୍ରି ହେଉଛି ଟମାଟୋ । ଯାହାକି ସୁନା ଭଳି ଦର ରହିଥିବାରୁ ଏହାକୁ ଲୋକେ ରେଡ୍ ଗୋଲ୍ଡ ମଧ୍ୟ କହିଲେଣି । ଏହାରି ଭିତରେ ରାଜଧାନୀ ଦିଲ୍ଲୀରେ ମ୍ୟାକ୍ ଡୋନାଲ୍ଡ ସାମ୍ନାରେ ଲାଗିଥିବା ନୋଟିସକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.