ETV Bharat / bharat

Centre To SC: କାହା ଇଚ୍ଛା ବିରୋଧରେ ଦିଆଯିବନି ଟିକା

author img

By

Published : Jan 17, 2022, 12:40 PM IST

କୋଭିଡ ଟୀକାରଣକୁ ନେଇ ସର୍ବୋଚ୍ଚ ନ୍ୟାୟଳୟରେ ଏକ ପିଆଇଏଲ (public Interest litigation) ଦାଖଲ କରିଛନ୍ତି କେନ୍ଦ୍ର ସରକାର । କୋଭିଡ ଟିକାକୁ ବାଧ୍ୟତାମୂଳକ ନୁହେଁ। ଜନସ୍ବାର୍ଥ୍ୟ ଦୃଷ୍ଟିରୁ ଟିକା ନେବା ଜରୁରୀ ରହିଛି ବୋଲି କହିଛନ୍ତି କେନ୍ଦ୍ର ସରକାର । କାହା ଇଚ୍ଛା ବିରୋଧରେ ଟିକା ଦିଆଯାଇପାରିବ ନାହିଁ ବୋଲି କହିଛି କେନ୍ଦ୍ର । ଅଧିକ ପଢନ୍ତୁ

କାହା ଇଚ୍ଛା ବିରୋଧରେ ଦିଆଯିବନି ଟିକା
କାହା ଇଚ୍ଛା ବିରୋଧରେ ଦିଆଯିବନି ଟିକା

ନୂଆଦିଲ୍ଲୀ: ମହାମାରୀ କୋରୋନା ବିରୋଧରେ ଜାରି ରହିଛି ଟୀକାକାରଣ । ଏହାରି ଭିତରେ ଟୀକାରଣକୁ ବର୍ଷେ ମଧ୍ୟ ପୂରଣ ହୋଇଛି । କୋଭିଡ ଟୀକାରଣକୁ ନେଇ ସର୍ବୋଚ୍ଚ ନ୍ୟାୟଳୟରେ ଏକ ପିଆଇଏଲ (public Interest litigation) ଦାଖଲ କରିଛନ୍ତି କେନ୍ଦ୍ର ସରକାର । କୋଭିଡ ଟିକାକୁ ବାଧ୍ୟତାମୂଳକ ନୁହେଁ। ଜନସ୍ବାର୍ଥ୍ୟ ଦୃଷ୍ଟିରୁ ଟିକା ନେବା ଜରୁରୀ ରହିଛି ବୋଲି କହିଛନ୍ତି କେନ୍ଦ୍ର ସରକାର । କାହା ଇଚ୍ଛା ବିରୋଧରେ ଟିକା ଦିଆଯାଇପାରିବ ନାହିଁ ବୋଲି କହିଛି କେନ୍ଦ୍ର।

ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ଯେ ଟିକା ନେବା ନିହାତି ଆବଶ୍ୟକ । ସଂକ୍ରମଣକୁ ମୁକାବିଲା କରିବା ପାଇଁ ଟିକା ନେବା ଜରୁରୀ । ଭିନ୍ନକ୍ଷମଙ୍କ ପାଇଁ ଡୋର ଡୋର ଟୀକାକରଣ ବ୍ୟବସ୍ଥା ହୋଇଛି । ଦିବ୍ୟାଙ୍ଗଙ୍କୁ ଟୀକାକରଣ ନେଇ ଇଭାରା ସଙ୍ଗଠନ ପକ୍ଷରୁ ଜାରି ହୋଇଥିବା ପିଆଏଲରେ ଭିନ୍ନକ୍ଷମମାନେ ସବୁଠାରୁ ବିପଜନ୍ନକ ସ୍ଥିତି ଥିବା ଦର୍ଶାଯାଇଛି । ସେମାନେ ଟିକା କେନ୍ଦ୍ରକୁ ଯାଇ ଟିକା ନେଇପାରୁ ନଥିବାରୁ ଜଣାପଡିଛି ।

ଟିକା ପ୍ରମାଣପତ୍ର ନଥିବାରୁ ଦିବ୍ୟାଙ୍ଗ ମାନଙ୍କୁ ହଇରାଣ ହେବାକୁ ପଡ଼ୁଛି । ଟୀକାକରଣକୁ ନେଇ କୌଣସି ଏସଓପି ଜାରି କରାଯାଇ ନାହିଁ । ଯେକୌଣସି କ୍ଷେତ୍ର ପାଇଁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ କୋଭିଡ୍‌ ଟିକା ପ୍ରମାଣପତ୍ର ଦାଖଲ ଜରୁରୀ ନୁହେଁ । ସରକାର ସମସ୍ତଙ୍କୁ ଟୀକାକରଣ ପାଇଁ ଡୋର ଡୋର୍‌ ଅଭିଯାନ ଆରମ୍ଭ କରିବେ ।

ଆଜିକୁ ଠିକ ବର୍ଷେ ତଳେ ଆରମ୍ଭ ହୋଇଥିଲା ଟୀକାକରଣ ଡ୍ରାଇଭ । ବିଭିନ୍ନ ପର୍ଯ୍ୟାୟରେ ନାଗରିକଙ୍କୁ ଟୀକାକରଣ କରାଯାଇଥିଲା । ସ୍ବାସ୍ଥ୍ୟକର୍ମୀ, ଫେବୃଆରୀରେ ଆଗଧାଡ଼ିର ଯୋଦ୍ଧାଙ୍କୁ ଟୀକାକରଣ, ମାର୍ଚ୍ଚରେ 60 ବର୍ଷ ସହିତ 45 ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟୀକାକରଣ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.