ETV Bharat / bharat

ସଂସଦରେ ସରକାରଙ୍କ ବୟାନ, ଅକ୍ସିଜେନ ଅଭାବରୁ ହୋଇନି କୌଣସି ମୃତ୍ୟୁ

କୋରୋନା କାଳରେ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ହୋଇନଥିବା ସଂସଦରେ ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ବୟାନ ଜାରି । ଅଧିକ ପଢନ୍ତୁ...

author img

By

Published : Jul 20, 2021, 7:40 PM IST

ସଂସଦରେ ସରକାରଙ୍କ ବୟାନ, ଅକ୍ସିଜେନ ଅଭାବରୁ ହୋଇନି କୌଣସି ମୃତ୍ୟୁ
ସଂସଦରେ ସରକାରଙ୍କ ବୟାନ, ଅକ୍ସିଜେନ ଅଭାବରୁ ହୋଇନି କୌଣସି ମୃତ୍ୟୁ

ନୂଆଦିଲ୍ଲୀ: କୋରୋନା କାଳରେ ଅକ୍ସିଜେନ ଅଭାବରୁ ହୋଇନାହିଁ କାହାରି ମୃତ୍ୟୁ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏଭଳି କୌଣସି ମୃତ୍ୟୁର ସୂଚନା ଦିଆଯାଇନାହିଁ ବୋଲି ରାଜ୍ୟସଭାରେ ବୟାନ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ରାଜ୍ୟସଭାରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ବୟାନରେ କୁହାଯାଇଛି ଯେ ସ୍ବାସ୍ଥ୍ୟ ରାଜ୍ୟ ସରକାରଙ୍କ ବିଷୟ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ ନିୟମିତ ଗାଇଡଲାଇନ ଅନୁଯାୟୀ କୋରୋନାର ମାମଲା ଓ ମୃତ୍ୟୁର ରିପୋର୍ଟ ଦିଆଯାଉଛି। ତେବେ କୌଣସି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅକ୍ସିଜେନ ଅଭାବରୁ କାହାରି ମୃତ୍ୟୁ ହୋଇଥିବା ନେଇ କୌଣସି ସୂଚନା ଦେଇନାହାଁନ୍ତି ।

ଦ୍ବିତୀୟ ଲହରୀରେ ଅଚାନକ ଅକ୍ସିଜେନର ସଙ୍କଟ ଦେଖାଦେଇଥିଲା । ପ୍ରଥମ ଲହରୀରେ ଯେଉଁଠି ଗୋଟିଏ ଦିନରେ ସର୍ବାଧିକ 3,095 ଟନ ଅକ୍ସିଜେନର ଆବଶ୍ୟକତା ପଡୁଥିଲା, ସେଠି ସେହିତୁଳନାରେ ଦ୍ବିତୀୟ ଲହରୀରେ ଏହାର ଆବଶ୍ୟକତା ୯୦୦୦ ଟନ ପ୍ରତିଦିନର ରେକର୍ଡ ସ୍ତରରେ ପହଁଞ୍ଚିଯାଇଥିଲା । ଏହାପରେ ରାଜ୍ୟଗୁଡିକୁ ଏହି ଜୀବନରକ୍ଷାକାରୀ ଗ୍ୟାସର ସମାନ ବଣ୍ଟନ ପାଇଁ ଆଗକୁ ଆସିବାକୁପଡିଲା ବୋଲି ଜଣାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଦ୍ୱିତୀୟ ଲହରୀ ସମୟରେ ଅକ୍ସିଜେନ ଅଭାବରୁ ବହୁ ସଂଖ୍ୟକ ଲୋକ ରାସ୍ତା ଓ ଡାକ୍ତରଖାନାରେ ପ୍ରାଣ ହରାଇଥିବା ପ୍ରଶ୍ନ ଉପରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରବୀଣ ପାୱାର କହିଛନ୍ତି ଯେ ସ୍ୱାସ୍ଥ୍ୟ ଏକ ରାଜ୍ୟ ବିଷୟ। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ନିୟମିତ ଭାବେ କୋରୋନା କାରଣରୁ ମୃତ୍ୟୁ ବିଷୟରେ ରିପୋର୍ଟ କରିଆସୁଛନ୍ତି। ଅମ୍ଳଜାନ ଅଭାବ ହେତୁ କୌଣସି ରାଜ୍ୟ ଏବଂ କେନ୍ଦ୍ର ଅଞ୍ଚଳ କୌଣସି ମୃତ୍ୟୁ ଖବର ଦେଇନାହାଁନ୍ତି ।

ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଦେଶରେ ଦେଖାଦେଇଥିଲା ଅକ୍ସିଜେନର ଅଭାବ । ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ଅଭାବ ଯୋଗୁଁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ସେପଟେ କିଛି ହସ୍ପିଟାଲରେ ଅକ୍ସିଜେନ ଟ୍ୟାଙ୍କର ଲିକ କାରଣରୁ ମଧ୍ୟ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।

ଅକ୍ସିଜେନ ଅଭାବ ଦୂର କରିବାକୁ ସଙ୍କଟ ସମରେ ସହଯୋଗର ହାତ ବଢାଇଥିଲା ଓଡିଶା। ବିଭିନ୍ନ ରାଜ୍ୟକୁ ଓଡିଶାରୁ ପଠାଯାଇଥିଲା ଅକ୍ସିଜେନ ଚ୍ୟାଙ୍କର । ଏହାସହିତ ଅକ୍ସିଜେନର ବିତରଣ ପାଇଁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଅକ୍ସିଜେନ ଏକ୍ସପ୍ରେସ ଚଳାଯାଇଥିଲା। କେବଳ ଏତିକି ନୁହେଁ, ବିଦେଶରୁ ମଧ୍ୟ ଅକ୍ସିଜେନ ପ୍ଲାଣ୍ଟ ଆମଦାନୀ କରିଥିଲେ କେନ୍ଦ୍ର ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.