ETV Bharat / bharat

Manipur violence: ବିରୋଧୀଙ୍କ ଅନାସ୍ତା ପ୍ରସ୍ତାବ ଗ୍ରହଣ କଲେ ବାଚସ୍ପତି

author img

By

Published : Jul 26, 2023, 4:15 PM IST

ମଣିପୁର ହିଂସା ପ୍ରସଙ୍ଗରେ ଲୋକସଭାରେ ମୋଦି ସରକାର ବିରୋଧରେ ବିରୋଧୀ ଆଣିଲେ ଅନାସ୍ତା ପ୍ରସ୍ତାବ । ଗ୍ରହଣ କଲେ ବାଚସ୍ପତି । ଚର୍ଚ୍ଚା ପାଇଁ ପରବର୍ତ୍ତୀ ସମୟରେ ସ୍ଥିର ହେବ ସମୟ । ଅଧିକ ପଢନ୍ତୁ

Manipur violence: ବିରୋଧୀଙ୍କ ଅନାସ୍ତା ପ୍ରସ୍ତାବ ଗ୍ରହଣ କଲେ ବାଚସ୍ପତି
Manipur violence: ବିରୋଧୀଙ୍କ ଅନାସ୍ତା ପ୍ରସ୍ତାବ ଗ୍ରହଣ କଲେ ବାଚସ୍ପତି

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ଆରମ୍ଭରୁ ମଣିପୁର ପ୍ରସଙ୍ଗରେ ଗୃହରେ ଅଚଳାବସ୍ଥା ଜାରି ରହିଥିବା ଆଜି ବିରୋଧୀ ଏହି ପ୍ରସଙ୍ଗରେ ମୋଦି ସରକାର ବିରୋଧରେ ଅନାସ୍ତା ପ୍ରସ୍ତାବ ଆଣିଛନ୍ତି । ବିରୋଧୀଙ୍କ ଅନାସ୍ତା ପ୍ରସ୍ତାବକୁ ବାଚସ୍ପତି ଓମ ବିର୍ଲା ଗ୍ରହଣ କରିଛନ୍ତି । ପ୍ରସ୍ତାବ ଉପରେ ଚର୍ଚ୍ଚା ପାଇଁ ସେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରି ସମୟ ନିର୍ଦ୍ଧାରଣ କରିବେ ବୋଲି ବାଚସ୍ପତି କହିଛନ୍ତି । ନୂଆ କରି ଗଠନ ହୋଇଥିବା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ନେତୃତ୍ବ ନେଉଥିବା ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଭାରତ ରାଷ୍ଟ୍ର ସମିତି(ବିଆରଏସ) ପକ୍ଷରୁ ପୃଥକ ଭାବେ ଦୁଇଟି ଅନାସ୍ତା ପ୍ରସ୍ତାବ ଅଣାଯାଇଛି ।

ମଣିପୁରରେ ମେ’ ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥିବା ହିଂସା ଏବେ ମଧ୍ୟ ଜାରି ରହିଛି । ଏଥିରେ ପ୍ରାୟ 125 ଜଣ ପ୍ରାଣ ହରାଇଛନ୍ତି । ହଜାର ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି । ସରକାର ହିଂସା ନିୟନ୍ତ୍ରଣ କରିବାରେ ସକ୍ଷମ ନୁହନ୍ତି । ସରକାର ଆଲୋଚନା ମଧ୍ୟ କରିବାକୁ ଚାହାନ୍ତି ନାହିଁ ବୋଲି ବିରୋଧୀ ଅଭିଯୋଗ କରିବା ସହ ମୋଦି ସରକାର ବିରୋଧରେ ଏହି ଅନାସ୍ତା ପ୍ରସ୍ତାବ ଆଣିଛନ୍ତି । ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ସମୟ ସ୍ଥିର ହେବାପରେ ଏହା ଗୃହରେ ଚର୍ଚ୍ଚା ହେବ । ତେବେ ସଂଖ୍ୟା ଦୃଷ୍ଟିରୁ ସେପରି କିଛି ସମସ୍ୟା ମୋଦି ସରକାର ଉପରେ ନାହିଁ ।

ଲୋକସଭା ସଂଖ୍ୟା ଗଣିତ:-

ଲୋକସଭାରେ ବହୁମତ ସଂଖ୍ଯା ରହିଛି 272 । ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ୍‌(ଏନଡିଏ) ନିକଟରେ ଏବେ 331 ସାଂସଦ ରହିଛନ୍ତି । ସେଥିମଧ୍ୟରୁ କେବଳ ଭାରତୀୟ ଜନତା ପାର୍ଟି ନିକଟରେ ରହିଛନ୍ତି 303 ସାଂସଦ । ସେହିପରି ନୂଆ କରିି ଗଠନ ହୋଇଥିବା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସଦସ୍ୟ ଦଳଙ୍କ ନିକଟରେ ମୋଟ 144 ସାଂସଦ ରହିଛନ୍ତି । ତେବେ ଉଭୟ ଜାତୀୟ ମେଣ୍ଟରେ ସଦସ୍ୟ ନଥିବା କିଛି ଆଞ୍ଚଳିକ ଦଳ, ବିଆରଏସ, ବିଜୁ ଜନତା ଦଳ, ଓ୍ବାଏସ୍‌ଆର କଂଗ୍ରେସ ଆଦି ଦଳ ନିକଟରେ 70 ଜଣ ସାଂସଦ ରହିଛନ୍ତି । ତେଣୁ ସଂଖ୍ଯା ଦୃଷ୍ଟିରୁ ମୋଦି ନେତୃତ୍ବାଧୀନ ସରକାର ବିରୋଧରେ ଅନାସ୍ତା ପ୍ରସ୍ତାବ କେବଳ ଏକ ଔପଚାରିକତା ମାତ୍ର ।

ଏହା ମଧ୍ୟ ପଢନ୍ତୁ:-Monsoon session: ‘ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଉଭୟ ଗୃହର ଫ୍ଲୋର ଲିଡରଙ୍କୁ ଚିଠି ଲେଖିଛୁ’

ଦେଶରେ କୌଣସି ପ୍ରକାର ସଙ୍ଗୀନ ସ୍ଥିତି କିମ୍ବା ସଂଖ୍ୟା ବହୁମତରେ ସରକାରରେ ଅସ୍ଥିରତା ଦେଖାଗଲେ ବିରୋଧୀ ଗୃହରେ ଏହି ଅନାସ୍ତା ଆଣିଥାନ୍ତି । ସରକାରଙ୍କୁ ସଂଖ୍ୟା ବହୁମତର ପ୍ରମାଣ ଦେବାକୁ ପଡିଥାଏ । ଆବଶ୍ୟକ ସଂଖ୍ୟା ଗରିଷ୍ଠତା ପ୍ରମାଣ ନଦେଇପାରିଲେ ସରକାରର ପତନ ହୋଇଥାଏ । ବିରୋଧୀଙ୍କ ଏକକ ସଂଖ୍ୟା ଗରିଷ୍ଠ ଦଳକୁ ରାଷ୍ଟ୍ରପତି ସରକାର ଗଠନ କରିବା ପାଇଁ ନିମନ୍ତ୍ରଣ କରିଥାନ୍ତି । ହେଲେ 2014ରେ ନରେନ୍ଦ୍ରମୋଦିଙ୍କ ନେତୃତ୍ବରେ ବିଜେପି ପୂର୍ଣ୍ଣବହୁମତ ବା ଏକକ ବହୁମତରେ ସରକାର ଗଠନ କରିଥିଲା । ପୂର୍ବ ମେଣ୍ଟ ଏନଡିଏ ସହ ବିଜେପି ସରକାର ଗଠନ କରଛି । ଦ୍ବିତୀୟ ପାଳିରେ ମଧ୍ୟ ଭାରତୀୟ ଜନତା ପାର୍ଟି ଏକକ ବହୁମତରେ କେନ୍ଦ୍ରରେ କ୍ଷମତା ବଜାୟ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.