ନୂଆଦିଲ୍ଲୀ: ତାମିଲନାଡୁ ଓ ପୁଡୁଚେରୀ ଆଡକୁ ଅଗ୍ରସର ହେଉଛି ସାମୁଦ୍ରିକ ଝଡ ‘ନିଭାର’ । ଆସନ୍ତାକାଲି ସନ୍ଧ୍ୟାରେ ପୁଡୁଚେରୀର କରାଇକେଲାରୁ ତାମିଲନାଡୁର ମାମଲାପୁରମର ଅତିକ୍ରମ କରିବା ବେଳେ ଏହା ସିଭିୟର ସାଇକ୍ଲୋନର ରୂପ ନେଇ ସାରିଥିବ । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ 100ରୁ 120 କିମି ରହିବ ।
ଏହାର ପ୍ରଭାବରେ ଆଜି ଠାରୁ ତାମିଲନାଡୁରେ ହାଲକା ବର୍ଷା ଆରମ୍ଭ ହୋଇଯାଇଛି । ପୁଡୁଚେରୀ, କରାଇକାଲରେ ପ୍ରବଳ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ଆସନ୍ତାକାଲି ଓ 26 ତାରିଖ ଆନ୍ଧ୍ରପ୍ରଦେଶ, ରୟାଲସିମା ଏବଂ ତେଲେଙ୍ଗାନା ରେ ମାତ୍ରାଧିକ ବର୍ଷା ହେବ ବୋଲି ଭାରତୀୟ ପାଣପାଗ ବିଭାଗ ଆକଳନ କରିଛି ।
ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ବାତ୍ୟା ଚେନ୍ନାଇ ଠାରୁ 470 ଓ ପୁଡୁଚେରୀରୁ 440 କିଲୋମିଟର ଦୂରରେ ରହିଛି । ସମ୍ଫାବ୍ୟ ବାତ୍ୟାକୁ ନଜରରେ ରଖି ତାମିଲନାଡୁ ଓ ପୁଡୁଚେରୀରେ ହାଇ ଆଲର୍ଟ ଜାରି କରାଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନ ନିଆଯିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି ।
‘ନିଭାର’ର ସେତେଟା ପ୍ରଭାବ ଓଡିଶାରେ ପଡିବ ନାହିଁ । ତଥାପି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ଆସନ୍ତାକାଲି ଓ 26 ତାରିଖ ମଧ୍ୟମ ଧରଣର ବର୍ଷ ହେବା ନେଇ ଆଶଙ୍କା କରାଯାଉଛି ।
@ANI