ETV Bharat / bharat

ଅଧିକାରୀଙ୍କୁ ନୀତିଶଙ୍କ ପରାମର୍ଶ: ସମୟ ପୂର୍ବରୁ କାମ ସାର, ଆଗୁଆ ହୋଇପାରେ ସାଧାରଣ ନିର୍ବାଚନ

2024 ପୂର୍ବରୁ ମଧ୍ୟ ହୋଇପାରେ ସାଧାରଣ ନିର୍ବାଚନ । ନିଜ ଅଧିକାରୀଙ୍କୁ ସମୟ ପୂର୍ବରୁ କାର୍ଯ୍ୟ ଶେଷ କରିବା ପାଇଁ ପରାମର୍ଶ ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅଧିକ ପଢନ୍ତୁ

ନୀତିଶଙ୍କ ଇସାରା: ପ୍ରସ୍ତୁତ ରହୁ, ଆଗୁଆ ହେବ ସାଧାରଣ ନିର୍ବାଚନ

author img

By

Published : Jun 14, 2023, 9:58 PM IST

ନୀତିଶଙ୍କ ଇସାରା: ପ୍ରସ୍ତୁତ ରହୁ, ଆଗୁଆ ହେବ ସାଧାରଣ ନିର୍ବାଚନ

ପାଟନା: 2024 ସାଧାରଣ ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ହୋଇପାରେ । ପୂର୍ବ ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବ, ତାର କୌଣସି ଠିକଣା ନାହିଁ । ତେଣୁ ରାଜ୍ୟ ସରକାରଙ୍କ ଅଧୀନରେ ଜାରି ରିହଥିବା କାର୍ଯ୍ୟ ସବୁ ସମୟ ପୂର୍ବରୁ ଶେଷ କର । ଆଗୁଆ 2024 ସାଧାରଣ ନିର୍ବାଚନ ହେବା ନେଇ ଜାରି ରହିଥିବା ଚର୍ଚ୍ଚା ମଧ୍ୟରେ ନିଜ ଅଧିକାରୀଙ୍କୁ ଏପରି ପରାମର୍ଶ ଦେଇଛନ୍ତି ବିଜେପି ବିରୋଧରେ ବିରୋଧୀ ଦଳଙ୍କୁ ଏକାଠି ମିଶନରେ ଲାଗିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶଙ୍କ ପରି ବରିଷ୍ଠ ରାଜନେତାଙ୍କର ଏପରି ଆଗୁଆ ନିର୍ବାଚନ ସଙ୍କେତ ଏବେ ଚର୍ଚ୍ଚା ସୃଷ୍ଟି କରିଛି ।

ଆଜି (ବୁଧବାର) ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗ୍ରାମୀଣ କାର୍ଯ୍ୟ ବିଭାଗର 6680 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ସେ ଅଧିକାରୀଙ୍କୁ ଏହି ସଙ୍କେତ ଦେବା ସହ 2024 ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ କହିଛନ୍ତି । ନୀତିଶ କହିଛନ୍ତି, ‘‘ଯେତେ ଶିଘ୍ର କାର୍ଯ୍ୟ ଶେଷ ହେବ, ସେତେ ଭଲ । ଲୋକଙ୍କୁ ଏହାର ଲାଭ ମିଳିପାରିବ । ଆପଣମାନେ ଯେଉଁ ସମୟ ଅବଧି ସ୍ଥିର କରିଛନ୍ତି, ତାହା ପୂର୍ବରୁ ସମ୍ଭବ ହେଲେ କାର୍ଯ୍ୟ ଶେଷ କର । କାରଣ 2024 ର ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ସାଧାରଣ ନିର୍ବାଚନ ହୋଇପାରେ । ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ସମୟରେ ହେବା ନେଇ କୌଣସି ଠିକଣା ମଧ୍ୟ ନାହିଁ । ତେଣୁ ସମୟ ପୂର୍ବରୁ କାର୍ଯ୍ୟ ଶେଷ କର ।’’

2023 ସାଧାରଣ ନିର୍ବାଚନରେ ବଡ ଭୂମିକା ଗ୍ରହଣ କରିବାକୁ ଯାଉଥିବା ନୀତିଶଙ୍କ ଏହି ମନ୍ତବ୍ୟକୁ କେହି ହାଲୁକାରେ ନେଇ ପାରୁନାହାନ୍ତି । କାରଣ ନୀତିଶଙ୍କ ନେତୃତ୍ବରେ ବିରୋଧୀ ଏବେ ବିଜେପି ବିରୋଧରେ ଏକାଠି ହେବାରେ ଲଗିଛନ୍ତି । ଚଳିତ 23 ତାରିଖରେ ପାଟନାରେ ମିଳିତ ବିରୋଧୀଙ୍କର ପ୍ରଥମ ଔପଚାରିକ ବୈଠକ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କଂଗ୍ରେସ ଓ ବାମଦଳ ସମେତ ପ୍ରାୟ 15 ଟି ଛୋଟ ବଡ ବିରୋଧୀ ଦଳ ଏକାଠି ହେବାକୁ ଯାଉଛନ୍ତି । ଅନ୍ୟପଟେ ରାଜ୍ୟରେ ବିଜେପି ସମର୍ଥିତ ସରକାର ଭାଙ୍ଗି ମହାମେଣ୍ଟ ସମର୍ଥନରେ ଶାସନ ବଜାୟ ରଖିଥିବା ନୀତିଶଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଆକାଂକ୍ଷାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ବିରୋଧୀଙ୍କୁ ଏକାଠି କରି ନୀତିଶ ଜାତୀୟ ରାଜନୀତିରେ ନିଜର ଆଧିପତ୍ୟ ଜାହିର କରିବାକୁ ଲକ୍ଷ୍ୟ ରଖିଥିବା ମଧ୍ୟ ଚର୍ଚ୍ଚା ହେଉଛି । ହେଲେ 2024 ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚର୍ଚ୍ଚାକୁ ନୀତିଶ ଆରମ୍ଭରୁ ହିଁ ଖଣ୍ଡନ କରିଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.