ETV Bharat / bharat

'NDAକୁ କେତେବେଳେ ବି ଫେରିପାରନ୍ତି ନୀତିଶ କୁମାର'

author img

By

Published : Jul 29, 2023, 8:06 PM IST

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ବଡ଼ ବୟାନ । ନୀତିଶ NDAକୁ କେତେବେଳେ ବି ଫେରିପାରନ୍ତି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Ramdas Athawale on Nitish Kumar
Ramdas Athawale on Nitish Kumar
'NDAକୁ କେତେବେଳେ ବି ଫେରିପାରନ୍ତି ନୀତିଶ କୁମାର'

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କେଉଁ ମୁହୂର୍ତ୍ତରେ ବି NDA ସହିତ ପୁଣି ଥରେ ସାମିଲ ହୋଇପାରନ୍ତି । କାରଣ ସେ ବିରୋଧୀ ମହାମେଣ୍ଟର 'ଇଣ୍ଡିଆ' ନାମକୁ ନେଇ ଖୁସି ନାହାନ୍ତି । ଏଣୁ ତାଙ୍କୁ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗ ଦେବା ଉଚିତ ନୁହେଁ । NDA ସହିତ ତାଙ୍କର ଭଲ ସମ୍ପର୍କ ରହିଛି । ଏଣୁ ନୀତିଶଙ୍କୁ ପୁଣି NDAରେ ସାମିଲ ହେବା ଉଚିତ । ନୀତିଶଙ୍କୁ ନେଇ ଏପରି ବଡ଼ ବୟାନ ଦେଇଛନ୍ତି ବିହାର ଗସ୍ତରେ ଥିବା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ।

କେନ୍ଦ୍ରମନ୍ତ୍ରୀ ଅଠାୱାଲେ ଶନିବାର ପାଟନାରେ ପହଞ୍ଚି ପଛୁଆ ଓ ଦଳିତ ବର୍ଗର ଅଧିକାରୀଙ୍କ ସହିତ ବୈଠକରେ ଯୋଗଦେଇଛନ୍ତି । ଏହି ସମୟରେ ସେ ନୀତିଶ କୁମାରଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ଏ ନେଇ ସେ କହିଛନ୍ତି, " ନୀତିଶ କୁମାର ଆମ ଭିତରୁ ଜଣେ ଏବଂ ସେ କେତେବେଳେ ବି NDAରେ ପୁଣି ଥରେ ସାମିଲ ହୋଇପାରନ୍ତି । ସେ NDA ସହିତ ମିଶିଥିଲେ ଏବଂ ପରବର୍ତ୍ତୀ ସମୟରେ ଏନଡିଏ ମେଣ୍ଟ ଭାଙ୍ଗିଥିଲେ । ତାଙ୍କୁ ମୋର ପ୍ରଶ୍ନ ଯଦି ସେ ଏନଡିଏ ମେଣ୍ଟ ଛାଡ଼ିବାକୁ ଚାହୁଁଥିଲେ, ତେବେ ପ୍ରଥମେ କାହିଁକି ସାମିଲ ହୋଇଥିଲେ । "

ଏହା ବି ପଢନ୍ତୁ-ମୁଁ କୌଣସି ପଦବୀ ଚାହୁଁନାହିଁ, INDIA ସପକ୍ଷରେ ଜନମତ ଯିବ: ନୀତିଶ କୁମାର

ନୀତିଶ କୁମାର ଗତ ୨୦୨୨ ମସିହାରେ ବିଜେପି ନେତୃତ୍ବାଧୀନ NDA ମେଣ୍ଟରୁ ଅଲଗା ହୋଇଥିଲେ । ଏହାପରେ ରାଷ୍ଟ୍ରୀୟ ଜନତା ଦଳ (RJD) ସହିତ ମେଣ୍ଟ କରି ସରକାର ଗଢିଥିଲେ । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଠାୱାଲେ ଆହୁରି କହିଛନ୍ତି ଯେ ନୀତିଶଙ୍କ ସହିତ ତାଙ୍କର ଭଲ ସମ୍ପର୍କ । ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ଯେତେବେଳେ ସେ ରେଳ ମନ୍ତ୍ରୀ ଥିଲେ ସେତେବେଳଠୁ ସେ ତାଙ୍କୁ ଜାଣିଛନ୍ତି । ତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି ଏବଂ ସେ ଜଣେ ଭଲ ସାମାଜିକ କର୍ମୀ ବୋଲି ମଧ୍ୟ କହିଛନ୍ତି ଅଠାୱାଲେ ।

ଆସନ୍ତା ଅଗଷ୍ଟ୧୫ ତାରିଖ ପରେ ବିରୋଧୀ ମହାମେଣ୍ଟ 'ଇଣ୍ଡିଆ' ମୁମ୍ବାଇରେ ୩ୟ ବୈଠକ ଅନୁଷ୍ଠିତ କରିବାକୁ ଯାଉଛି । ତେବେ ଏହି ବୈଠକରେ ନୀତିଶ ଯୋଗଦେବା ଉଚିତ ନୁହେଁ ବୋଲି କହିଛନ୍ତି ଅଠାୱାଲେ । ଏ ନେଇ ସେ କହିଛନ୍ତି, "ନୀତିଶ କୁମାର INDIA ନାମ ସହିତ ଖୁସି ନୁହେଁ । ଏହି ନାମ ରାହୁଲ ଗାନ୍ଧୀ ଦେଇଛନ୍ତି । ସେପଟେ INDIAରେ ଏନ, ଡି ଓ ଏ ଅକ୍ଷର ଆସୁଛି । ଏଣୁ ସେ ଏହି ନାମକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ନୀତିଶ କୁମାର 'ଇଣ୍ଡିଆନ ମେନ ଫ୍ରଣ୍ଟ' ନାମ ଦେବାକୁ ପରାମର୍ଶ ଦେଇଥିଲେ ।" ସୂଚନା ଥାଉ କି ବିରୋଧୀ ମହାମେଣ୍ଟର ଦ୍ବିତୀୟ ବୈଠକ ବେଙ୍ଗାଲୁରୁରେ ବସିଥିବା ବେଳେ ବୈଠକର ଶେଷରେ ହୋଇଥିଲା ମିଳିତ ପ୍ରେସ କନଫରେନ୍ସ । ଏଥିରେ ନୀତିଶ କୁମାରଙ୍କୁ ଦେଖିବାକୁ ମିଳିନଥିଲା ।

ଏହା ପରେ ସେ ନାମକୁ ନେଇ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ନୀତିଶ କୁମାର ଏହାକୁ ଖଣ୍ଡନ କରିଥିଲେ । ଅନ୍ୟପଟେ ଅଠାୱାଲେ ନୀତିଶଙ୍କ ପ୍ରଶଂସା ମଧ୍ୟ କରିଛନ୍ତି । ନୀତିଶଙ୍କ କାର୍ଯ୍ୟକାଳ ସମୟରେ ବିହାରର ସଡ଼କ ଭିତ୍ତିଭୂମିରେ ବିକାଶ ଘଟିଥିବା ସେ କହିଛନ୍ତି । ବିରୋଧୀଙ୍କ ମହାମେଣ୍ଟକୁ ନେଇ ଅଠାୱାଲେ କହିଛନ୍ତି ଯେ ବିରୋଧୀଙ୍କ ଏହି ମେଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବିରୋଧୀ ଯେତେ ଆକ୍ରମଣ କରିବେ, ପ୍ରଧାନମନ୍ତ୍ରୀ ସେତେ ସଶକ୍ତ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.