ETV Bharat / bharat

India Alliance: କି’ଏ ହେବ ଆବାହକ ? ପୁଣି ଇଚ୍ଛା ନଥିବା ମନ୍ତବ୍ୟ ଦୋହରାଇଲେ ନୀତିଶ

author img

By ETV Bharat Odisha Team

Published : Aug 28, 2023, 9:47 PM IST

‘ଇଣ୍ଡିଆ’ ମେଣ୍ଟର ଆବହକ ଚର୍ଚ୍ଚାରେ ପୁଣି ଯୋଡି ହେଲା ନୀତିଶଙ୍କ ନାମ । ଇଚ୍ଛା ନଥିବା ମନ୍ତବ୍ୟ ଦୋହରାଇଲେ ନୀତିଶ । ପଢନ୍ତୁ ଅଧିକ

India Alliance: କିଏ ହେବ ଆବାହକ, ନୀତିଶ ଦେଲେ ବଡ ଇସାରା

India Alliance: କି’ଏ ହେବ ଆବାହକ, ପୁଣି ଇଚ୍ଛା ନଥିବା ମନ୍ତବ୍ୟ ଦୋହରାଇଲେ ନୀତିଶ

ପାଟନା: 2024 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ବିଧିବଦ୍ଧ ମେଳି ବାନ୍ଧି ସାରିଛନ୍ତି ବିରୋଧୀ । ‘ଇଣ୍ଡିଆ’ ମେଣ୍ଟ ବ୍ୟାନରରେ ବେଙ୍ଗାଲୁରୁରେ ମହାସମ୍ମିଳନୀ କରି 26ଟି ବରୋଧୀ ଦଳ ଶକ୍ତି ମଧ୍ୟ ପ୍ରଦର୍ଶନ କରିସାରିଛନ୍ତି । ଏବେ ମୁମ୍ବାଇରେ ହେବାକୁ ଥିବା ମେଣ୍ଟର ତୃତୀୟ ବୈଠକକୁ ସମଗ୍ର ଦେଶ ନଜର ରଖିଛି । ପୁଣିଥରେ ଆଲୋଚନା ହେଉଛି ଯେ ନୀତୀଶ କୁମାରଙ୍କୁ ମେଣ୍ଟ ଆବହକ ଘୋଷଣା କରାଯାଇପାରେ । ଏହାରି ମଧ୍ୟରେ ପ୍ରଥମରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବ ଇଚ୍ଛାକୁ ଖଣ୍ଡନ କରି ଆସିଥିବା ନୀତିଶ ମେଣ୍ଟ ଆବାହକ ହେବା ଇଚ୍ଛାକୁ ମଧ୍ୟ ଖଣ୍ଡନ କରଛନ୍ତି । କହିଛନ୍ତି, ତାଙ୍କର ସେପରି କିଛି ଇଚ୍ଛା ପ୍ରଥମରୁ ନଥିଲା । କି’ଏ ମେଣ୍ଟ ଆବାହକ ହେବ ସେନେଇ ପରେ ଜଣାପଡିବ ।

ସେପଟେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । କହଛନ୍ତି, ବିରୋଧୀ ଦଳର ବୈଠକରେ ସମସ୍ତ ଦଳର ନେତା ଆସିବେ । ଏ ସମ୍ପର୍କରେ ଆଲୋଚନା ହେବ । ସମସ୍ତଙ୍କ ସମ୍ମତି ଅନୁଯାୟୀ ଯାହା ନିଷ୍ପତ୍ତି ନିଆଯିବ, ତାହା ମେଣ୍ଟ ସଦସ୍ୟ ଗ୍ରହଣ କରିବେ । ସମସ୍ତ ବିରୋଧୀଙ୍କୁ ଦଳ ଏକାଠି କରିବାରେ ଆମର ପ୍ରୟାସ ଏବଂ ଆମେ ଏଥିରେ ସଫଳ ହୋଇଛୁ । ବର୍ତ୍ତମାନ ମୁମ୍ବାଇ ବୈଠକରେ ବିଭିନ୍ନ ଏଜେଣ୍ଡା ଆଲୋଚନା ହେବାକୁ ଯାଉଛି ।

ତେବେ ବିରୋଧୀଙ୍କୁ ଏକାଠି କରିବାରେ ପ୍ରଥମ ପ୍ରୟାସ ଆରମ୍ଭ କରିଥିବା ନୀତିଶଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଜାରି ରହିଛି । 23 ଜୁନରେ ପାଟନାରେ ନୀତିଶଙ୍କ ବାସଭବନରେ ପ୍ରଥମ ବିରୋଧୀ ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ଏଥିରେ ମେଣ୍ଟ ଗଠନ କିମ୍ବା ଅନ୍ୟ କୌଣସି ପ୍ରମୁଖ ନିଷ୍ପତ୍ତି ଗ୍ରହଣ ହୋଇପାରିନଥିଲା । ଦ୍ବିତୀୟ ବୈଠକର ଆୟୋଜନ ଭାର ମୁଖ୍ୟ ବିରୋଧୀ କଂଗ୍ରେସ ଗ୍ରହଣ କରିଥିଲା । ବେଙ୍ଗାଲୁରୁ ବୈଠକରେ ମେଣ୍ଟର ନାମ ‘ଇଣ୍ଡିଆ’ ରଖାଯାଇଥିଲା ।

ଏହା ମଧ୍ଯ ପଢନ୍ତୁ:-Bogus Voters in AP: ଭୋଟର ଲିଷ୍ଟରେ ମୃତ ବ୍ୟକ୍ତି, ୨୮୦ ଭୋଟରଙ୍କ ନାହିଁ ହାଉସ ନଂ, ସମସ୍ତଙ୍କ ଗୋଟିଏ ଠିକଣା

ଯେଉଁଥିରେ ନୀତିଶ ଖୁସି ନଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । କାରଣ ଆଲୋଚନା ପରେ ମିଳିତ ପ୍ରେସମିଟ ବେଳକୁ ନୀତିଶ କେବଳ ସଭାମଞ୍ଚ ନୁହେଁ ବରଂ ବେଙ୍ଗାଲୁରୁ ଛାଡି ପାଟନା ଫେରି ଆସିଥିଲେ । ସେ ପ୍ରଥମରୁ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଅଭିଳାଷା ରଖିଥିବା ଭାରତୀୟ ଜନତା ପାର୍ଟି କହିଆସୁଛି । ଏହାକୁ ମଧ୍ୟ ନୀତିଶ ଓ ତାଙ୍କ କ୍ୟାମ୍ପ ପ୍ରତ୍ୟାଖାନ କରିଆସିଛନ୍ତି । ଏବେ ସ୍ପଷ୍ଟ ଖଣ୍ଡନ କରିବା ସତ୍ତ୍ବେ ମଧ୍ୟ ମୁମ୍ବାଇରେ ସମ୍ମିଳନୀରେ ଇଣ୍ଡିଆ ମେଣ୍ଟ ଆବାହକ ଭାବେ ନୀତିଶଙ୍କ ନାମ ଚର୍ଚ୍ଚାରୁ ହଟୁନି । ​

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.