ETV Bharat / bharat

ଆଜି ମୁମ୍ବାଇରେ ବଜେଟ ପରବର୍ତ୍ତୀ ବୈଠକ କରିବେ ଅର୍ଥମନ୍ତ୍ରୀ - ବଜେଟ ପରବର୍ତ୍ତୀ ବୈଠକ କରିବେ ନିର୍ମଳା ସୀତାରମଣ

ଆଜି ମୁମ୍ବାଇ ଗସ୍ତରେ ଆସି ବଜେଟ ପରବର୍ତ୍ତୀ ବୈଠକ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 2 ଦିନ ମୁ୍ମ୍ବାଇରେ ରହିବା ସହ ମହାରାଷ୍ଟ୍ରର ହିତାଧିକାରୀଙ୍କୁ ଭେଟିବେ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

ଆଜି ମୁମ୍ବାଇ ଗସ୍ତରେ ଯାଇ ବଜେଟ ପରବର୍ତ୍ତୀ ବୈଠକ କରିବେ ନିର୍ମଳା ସୀତାରମଣ

author img

By

Published : Feb 21, 2022, 7:18 AM IST

ନୂଆଦିଲ୍ଲୀ: ମାର୍ଚ୍ଚ 14ରୁ ଆରମ୍ଭ ହେବ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଏହା ପୂର୍ବରୁ ଆଜି ମୁମ୍ବାଇ ଗସ୍ତରେ ଆସି ବଜେଟ ପରବର୍ତ୍ତୀ ବୈଠକ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ଓ ଆସନ୍ତାକାଲି 2ଦିନ ଧରି ମୁ୍ମ୍ବାଇରେ ରହିବା ସହ ମହାରାଷ୍ଟ୍ରର ହିତାଧିକାରୀଙ୍କୁ ଭେଟିବେ ଅର୍ଥମନ୍ତ୍ରୀ । ଏନେଇ ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଆଜି ହେବାକୁ ଥିବା ବୈଠକରେ ଶିଳ୍ପ ଏବଂ ବାଣିଜ୍ୟର ପ୍ରତିନିଧି, ଧନୀ ଟିକସଦାତା ଏବଂ ବିଶେଷଜ୍ଞ ଚୟନକାରୀଙ୍କ ସହ ଆଲୋଚନା କରିବେ ।

ଫେବୃଆରୀ 14ରେ ଅର୍ଥମନ୍ତ୍ରୀ ନୂଆଦିଲ୍ଲୀରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଗଭର୍ଣ୍ଣର ବୋର୍ଡକୁ ସମ୍ବୋଧିତ କରି ବଜେଟର ଦର୍ଶନ ଏବଂ ସରକାରଙ୍କ ଲକ୍ଷ୍ୟ ବିଷୟରେ ବର୍ଣ୍ଣନା କରିଥିଲେ । ଫେବୃଆରୀ ପହିଲାରୁ ସଂସଦର ଉଭୟ ଗୃହରେ ଉପସ୍ଥାପନ ହୋଇଥିଲା ଚଳିତ ବର୍ଷର ବଜେଟ । ବଜେଟରେ ଚଳିତ ବର୍ଷ ଜିଡିପି 11.1 ପ୍ରତିଶତ ବୃଦ୍ଧି ହେବା ନେଇ ବୋଲି ପୂର୍ବାନୁମାନ କରାଯାଇଛି । ଅର୍ଥନୈତିକ କାର୍ଯ୍ୟକଳାପକୁ ପୁନଃଜୀବିତ କରି ଚାହିଦା ବଢାଇବା ସହ ଘରୋଇ ପୁଞ୍ଜି ବିନିଯୋଗକୁ ଦୃଷ୍ଟିରେ ରଖି ବଜେଟରେ ପ୍ରସ୍ତାବିତ ଏକ ବୃହତ ପୁଞ୍ଜି ଖର୍ଚ୍ଚ କାର୍ଯ୍ୟକ୍ରମ ରଖାଯାଇଛି ।

ସୂଚନା ଥାଉକି, ଗତ ଜାନୁୟାରୀ 31ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେଣ୍ଟ୍ରାଲ ହଲରେ ଯୁଗ୍ମ ସଦନକୁ ସମ୍ବୋଧିତ କରିଥିଲେ । ଏହାପରେ ଫେବୃୟାରୀ 1ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2022-23 ବର୍ଷ ପାଇଁ ମୋଟ 39ଲକ୍ଷ 45 ହଜାର କୋଟିର ବଜେଟ ଉପସ୍ଥାପନ କରିଥିଲେ । କୃଷି, ଶିକ୍ଷା, ପ୍ରତିରକ୍ଷା, ଭିତ୍ତିଭୂମି, ଯୋଗାଯୋଗ, ବାଣିଜ୍ୟ ବିଭିନ୍ନ କ୍ଷେତ୍ରକୁ ବଜେଟରେ ଗୁରୁତ୍ବ ଦିଆଯାଇଥିଲା । ଏହାର ଦ୍ବିତୀୟ ପର୍ଯ୍ୟାୟ ଆସନ୍ତା ମାର୍ଚ୍ଚ 14ରୁ ଆରମ୍ଭ ହୋଇ ଏପ୍ରିଲ 8 ପର୍ଯ୍ୟନ୍ତ ଚାଲିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.