ETV Bharat / bharat

ଏନଆଇଓଏସ ନୂତନ ପାଠ୍ୟକ୍ରମ: ପଢାଯିବ ଗୀତା, ଯୋଗ ଓ ରାମାୟଣ

author img

By

Published : Mar 3, 2021, 3:20 PM IST

ଏବେ 100 ଟି ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ । ଶିକ୍ଷା ମନ୍ତ୍ରାଳୟ ଅଧିନରେ ଆସୁଥିବା ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ ଓପନ ସ୍କୁଲିଂ ବା ଏନଆଇଓଏସ ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ଅଧିକ ପଢନ୍ତୁ...

ଏନଆଇଓଏସ ନୂତନ ପାଠ୍ୟକ୍ରମ: ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ

ନୂଆଦିଲ୍ଲୀ: ଏବେ ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ । ଶିକ୍ଷା ମନ୍ତ୍ରାଳୟ ଅଧିନରେ ଆସୁଥିବା ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ ଓପନ ସ୍କୁଲିଂ ବା ଏନଆଇଓଏସ ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ଏନଆଇଓଏସ 100 ଟି ମଦ୍ରାସାରେ ଗୀତା, ରାମାୟଣ ସମେତ ପ୍ରାଚୀନ ଭାରତୀୟ ଜ୍ଞାନ ଓ ପରମ୍ପରାକୁ ପରିଚୟ ଦେବ । ଏନଆଇଓଏସ ନୂତନ ପାଠ୍ୟକ୍ରମରେ ସଂଶୋଧିତ ପାଠ୍ୟକ୍ରମଗୁଡ଼ିକ ଜାତୀୟ ଶିକ୍ଷା ନୀତି (NEP) ର ଏକ ଅଂଶ । ଏନଆଇଓଏସ ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ମୌଳିକ କୋର୍ସ ଆରମ୍ଭ କରିବ ।

ପ୍ରାଚୀନ ଭାରତର ଜ୍ଞାନ ବାବଦରେ ପ୍ରାୟ ୧୫ଟି ବିଷୟ ପ୍ରସ୍ତୁତ ହୋଇଛି । ଏଥିରେ ବେଦ, ଯୋଗ, ବିଜ୍ଞାନ, ସଂସ୍କୃତ ଭାଷା, ରାମାୟଣ, ମହାଭାରତ କାହାଣୀ, ଭଗବତ୍ ଗୀତା ଶିକ୍ଷା ସମେତ ଅନ୍ୟ ବିଷୟ ରହିଛି । କେନ୍ଦ୍ରମନ୍ତ୍ରୀ ରମେଶ ପୋଖରୀୟାଲ ମଙ୍ଗଳବାର ନୋଏଡା ସ୍ଥିତ ଏନଆଇଓଏସର କେନ୍ଦ୍ରୀୟ ମୁଖ୍ୟାଳୟରେ ଅନେକ ଷ୍ଟଡି ମ୍ୟାଟେରିଆଲ ଜାରି କରିଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ଭାରତ ପ୍ରାଚୀନ ଭାଷା, ବିଜ୍ଞାନ, କଳା ସଂସ୍କୃତି ଓ ପରମ୍ପରାର ପ୍ରତୀକ ଅଟେ ।

ଏବେ ଦେଶ ନିଜର ପ୍ରାଚୀନ ପରମ୍ପରାକୁ ପୁନର୍ଜୀବିତ କରିବା ସହ ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ସୁପରପାଓ୍ବାର ହେବା ପାଇଁ ପ୍ରସ୍ତୁତ ହେଉଛି । ଏହି କୋର୍ସର ଲାଭ ମଦ୍ରାସା ଓ ବିଶ୍ବରେ ଥିବା ଭାରତୀୟ ସମାଜ ଯାଏଁ ପହଁଚାଯିବ । NIOS ଅଧ୍ୟକ୍ଷ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମକୁ ପ୍ରାୟ ୧୦୦ଟି ମଦ୍ରାସାରେ ଆରମ୍ଭ କରାଯିବ । କିନ୍ତୁ ଭବିଷ୍ୟତରେ ଏହି ସଂଖ୍ୟା ୫୦୦ରେ ପହଞ୍ଚାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.