ETV Bharat / bharat

ଦୀପାବଳିରେ ଅଘଟଣ: ବିହାରରେ ବିଷାକ୍ତ ମଦ ପିଇ 9 ମୃତ, 7 ଗୁରୁତର

author img

By

Published : Nov 4, 2021, 4:16 PM IST

ବିହାରରେ ବିଷାକ୍ତ ମଦ ନେଲା 9 ମୃତ, ଅନ୍ୟ 7 ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ...

ଦିପାବଳୀରେ ଅଘଟଣ: ବିହାରରେ ବିଷାକ୍ତ ମଦ ପିଇ 9 ମୃତ, 7 ଗୁଗୁତର

ପାଟନା: ସାରା ଦେଶରେ ଦୀପାବଳି ପାଇଁ ଉତ୍ସବର ମାହୋଲ ଚାଲିଥିବାବେଳେ ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ଅଭାବନୀୟ ଘଟଣା । ବିଷାକ୍ତ ମଦ ପିଇ 9 ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ଅନ୍ୟ 7 ଜଣ ମଧ୍ୟ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନଥିବାବେଳେ କେଉଁ ପରିସ୍ଥିତିରେ ଏପରି ଅଭାବନୀୟ ଘଟଣା ଘଟିଲା ତାର ତଦନ୍ତ ଜାରି ରହିଥିବା ସ୍ଥାନୀୟ ମାଜିଷ୍ଟ୍ରେଟ ଡ. ନୟାଲ କିଶୋର ଚୌଧୁରୀ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏମାନେ ମିଳିତ ଭାବେ ମଦ୍ୟପାନ କରିବା ପରେ ଅସୁସ୍ଥତା ଦେଖାଯାଇଥିଲା । କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ହିଁ 9 ଜଣ ପ୍ରାଣ ହରାଇଥିଲା। ଅନ୍ୟ 7ଜଣଙ୍କୁ ତୁରନ୍ତ ଉଦ୍ଧାର କରି ଗୋପାଳଗଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସ୍ଥାନୀୟ ବାସିନ୍ଦା। ତେବେ ସେମାନଙ୍କ ଅବସ୍ଥା ମଧ୍ୟ ଗମ୍ଭୀର ରହିଥିବା ସୂଚନା ରହିଛି।

ତେବେ ବିହାର ସରକାରଙ୍କ ଦ୍ବାରା ରାଜ୍ୟରେ ମଦ ବିକ୍ରି ଆଇନତଃ ନିଷିଦ୍ଧ କରାଯାଇ ଥିବାବେଳେ ଏମାନେ ଦେଶୀ ବିଷାକ୍ତ ମଦ ପିଇଥିବା ସନ୍ଦେହ କରାଯାଉଛି । ମୃତ ବ୍ୟକ୍ତିଙ୍କର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କରାଣ ଜଣାପଡିବ ବୋଲି କୁହାଯାଉଛି । ତେବେ ଆଲୋକର ପାର୍ବ ଦୀପାବଳି ପାଇଁ ସବୁଠି ଉତ୍ସବର ମାହୋଲ ଥିବାବେଳେ ଏପରି ଅଭାବନୀୟ ଘଟଣା ଗୋପାଳଗଞ୍ଜ ଅଞ୍ଚଳରେ ଶୋକର ଛାୟା ଖେଳାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.