ETV Bharat / bharat

ଆତଙ୍କୀଙ୍କ ଟାର୍ଗେଟରେ ସାଧାରଣ ଲୋକ, କାଶ୍ମୀର ହତ୍ୟାର ତଦନ୍ତ କରିବ NIA

author img

By

Published : Oct 19, 2021, 12:42 PM IST

ଜାମ୍ମୁ କାଶ୍ମୀରରେ ସର୍ବସମ୍ମୁଖରେ ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ । ତଦନ୍ତ କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (NIA) । ଅଧିକ ପଢନ୍ତୁ...

NIA to take over probe into Oct 5 targeted killing of civilians in Srinagar
ସାଧାରଣ ନାଗରିକଙ୍କୁ ଟାର୍ଗେଟ କିଲିଂ, NIA କୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ସାଧାରଣ ନାଗରିକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ । ଆଉ ଏହାର କାରଣ ଖୋଜିବା ପାଇଁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି(NIA)କୁ ତଦନ୍ତଭାର ହସ୍ତାନ୍ତର କରାଯାଇଛି । । ଦିନକୁ ଦିନ ଜାମ୍ମୁ କାଶ୍ମୀର ସୀମାବର୍ତ୍ତୀ ଅଞ୍ଚଳରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି ଆତଙ୍କବାଦୀ । ଜନବସତି ଅଞ୍ଚଳକୁ ପ୍ରବେଶ କରି ସର୍ବ ସମ୍ମୁଖରେ ଆତଙ୍କବାଦୀଙ୍କ ହମଲା ସମସ୍ତଙ୍କୁ ଚକିତ କରିଛି ।

ଇତି ମଧ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜାମ୍ମୁ କାଶ୍ମୀରରେ ପ୍ରାୟ ୧୧ ଜଣ ସାଧାରଣ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ଏମାନଙ୍କ ମଧ୍ୟରେ ସବୁ ଧର୍ମରୁ ଲୋକ ରହିଛନ୍ତି । ସେହିପରି କାଶ୍ମୀରରେ ରହୁଥିବା ବାହାର ରାଜ୍ୟର କିଛି ଲୋକ ମଧ୍ୟ ଆତଙ୍କୀଙ୍କ ଗୁଳିର ଶିକାର ହୋଇଛନ୍ତି । ଏହା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ଥିବା ଆଶଙ୍କା କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ NIA କୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛି ।

NIA ଡିଜି ଓ ଜାମ୍ମୁ କାଶ୍ମୀର ପୋଲିସ ଡିଜିଙ୍କ ମଧ୍ୟରେ ଘଟଣାକୁ ନେଇ ଶ୍ରୀନଗରରେ ବୈଠକ ହେବ । ଏହାପରେ ଏନଆଇଏ ବିଧିବଦ୍ଧ ଭାବେ ଘଟଣାର ତଦନ୍ତ ଆରମ୍ଭ କରିବ । NIA ପ୍ରାଥମିକ ପର୍ଯ୍ୟାୟରେ ଅକ୍ଟୋବର ୫ ରେ ଶ୍ରୀନଗର ଠାରେ ଘଟିଥିବା ଆତଙ୍କୀ ହମଲାର ଯାଞ୍ଚ କରିବା ପରେ ଅନ୍ୟ ମାମଲାକୁ ହାତକୁ ନେବ । ଶ୍ରୀନଗରରେ ଆତଙ୍କୀମାନେ କାଶ୍ମୀର ପଣ୍ଡିତ ମଖନ ଲାଲ ବିନ୍ଦ୍ରୋ ଓ ବିହାରର ବୁଲା ବିକାଳି ବୀରେନ୍ଦ୍ର ପାଶୱାନଙ୍କୁ ହତ୍ୟା କରିଥିଲେ ।

ସୂଚନା ଅନୁଯାୟୀ ଆତଙ୍କୀମାନେ ମଖନ ଲାଲଙ୍କୁ ତାଙ୍କ ଔଷଧ ଦୋକାନରେ ଗୁଳିକରି ହତ୍ୟା କରିବା ସହ ବୀରେନ୍ଦ୍ର ଭେଲପୁରୀ ବିକ୍ରି କରୁଥିବା ବେଳେ ତାଙ୍କୁ ଅତି ନିକଟରୁ ଗୁଳି କରାଯାଇଥିଲା । ଏହାର କିଛି ଘଣ୍ଟା ପରେ ବାନ୍ଦିପୋରା ଠାରେ ଆତଙ୍କୀମାନେ ଟ୍ୟାକ୍ସି ଚାଳକ ମହମ୍ମଦ ଶରିଫ ଲୋନଙ୍କୁ ମଧ୍ୟ ହତ୍ୟା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.