ETV Bharat / bharat

ଗିରଫ ଆତଙ୍କବାଦୀକୁ 3 ଦିନିଆ NIA ହେପାଜତକୁ ପଠାଇଲେ କୋର୍ଟ - ଆତଙ୍କବାଦୀକୁ ହେପାଜତକୁ ନେଲା NIA

କାଶ୍ମୀର ସଞ୍ଜୁଓ୍ବାନ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଗିରଫ ଆତଙ୍କବାଦୀକୁ 3 ଦିନିଆ NIA ହେପାଜତକୁ ପଠାଇଲେ କୋର୍ଟ । ଅଧିକ ପଢନ୍ତୁ

କାଶ୍ମୀରରୁ ଗିରଫ ଆତଙ୍କବାଦୀକୁ 3 ଦିନିଆ NIA ହେପାଜତକୁ ପଠାଇଲେ କୋର୍ଟ

author img

By

Published : May 29, 2022, 5:15 PM IST

ଶ୍ରୀନଗର: କାଶ୍ମୀରରେ ସୁରକ୍ଷା ବଳର ଅପରେସନ ବେଳେ ଧରା ପଡିଥିବା ଆତଙ୍କବାଦୀ ଆବିଦ ଅହମ୍ମଦ ମିରକୁ 3 ଦିନିଆ NIA ହେପାଜତକୁ ପଠାଇଲେ କାଶ୍ମୀର NIA କୋର୍ଟ । ସଞ୍ଜୁଓ୍ବାନ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇଥିଲା ଆତଙ୍କବାଦୀ ଅହମ୍ମଦ ମିର । ଆଜି କାଶ୍ମୀର NIA ତୃତୀୟ ଅତିରିକ୍ତ ସେସନ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଏହି ମାମଲାରେ ଶୁଣାଣି କରି ଅଧିକ ତଥ୍ୟ ସଂଗ୍ରହ ପାଇଁ ଆତଙ୍କବାଦୀ ମିରକୁ 3 ଦିନିଆ NIA ହେପାଜତକୁ ପଠାଇଛନ୍ତି ।

ଗତମାସ ଏପ୍ରିଲ 22 ତାରିଖରେ ହୋଇଥିବା ସଞ୍ଜୁଓ୍ବାନ ଆତଙ୍କବାଦୀ ଆକ୍ରମଣରେ ଗିରଫ ଆତଙ୍କବାଦୀ ମିର ପ୍ରତ୍ୟେକ୍ଷ ସମ୍ପୃକ୍ତ ଥିବା ନେଇ ପ୍ରମାଣ ମିଳିବା ପରେ ଏକ ସ୍ବତନ୍ତ୍ର ଅଭିଯାନରେ ତାକୁ ଗିରଫ କରିଥିଲା ସୁରକ୍ଷା ବାହିନୀ । ଏହି ଆକ୍ରମଣରେ CISF ଜଣେ ASI ଶହୀଦ ହୋଇଥିବା ବେଳେ ଏକାଧିକ ଯବାନ ଆହତ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ମଧ୍ୟ ଦୁଇ ଆତଙ୍କୀ ଘଟଣାସ୍ଥଳରେ ଟଳିଥିଲେ ସୁଦ୍ଧା ଅନ୍ୟ କିଛି ଆତଙ୍କୀ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ ।

ଇନପୁଟ ସୂଚନା ଆଧାରରେ ସେମାନଙ୍କୁ ଧରିବା ପାଇଁ କ୍ରମାଗତ ଭାବେ ଚଢାଉ ଜାରି ରଖିଥିଲା ସେନା ଓ ସ୍ଥାନୀୟ ପୋଲିସର ମିଳିତ ଟିମ । ଏହି ମିଶନରେ ଆତଙ୍କବାଦୀ ଆବିଦ ଅହମ୍ମଦ ମିରକୁ ଗିରଫ କରାଯାଇଥିଲା । ଆଜି 3 ଦିନିଆ ହେପାଜତ ଅନୁମତି ପାଇବା ପରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଚେଷ୍ଟା କରିବ ତଦନ୍ତକାରୀ ସଂସ୍ଥା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.