ETV Bharat / bharat

Year 2022: 73 ମାମଲାରେ 456ଜଣଙ୍କୁ ଗିରଫ କରିଛି NIA, ଦାଖଲ କରିଛି 59 ଚାର୍ଜସିଟ - 456 ଜଣଙ୍କୁ ଗିରଫ କରି ଏନଆଇଏ

ଚଳିତବର୍ଷ ଆତଙ୍କବାଦ ମାମଲାରେ 456 ଜଣଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA files record 73 cases in 2022) । 368 ଅଭିଯୁକ୍ତଙ୍କ ବିରୋଧରେ ମୋଟ 59 ଟି ଚାର୍ଜସିଟ ଦାଖଲ କରିଛି ସଂସ୍ଥା । 38ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଅଭିଯୁକ୍ତ । ଅଧିକ ପଢନ୍ତୁ

Year 2022: 73 ମାମଲାରେ 456 ଜଣଙ୍କୁ ଗିରଫ କରିଛି NIA, ଦାଖଲ କରିଛି 59 ଚାର୍ଜସିଟ

author img

By

Published : Dec 31, 2022, 4:28 PM IST

ହାଇଦ୍ରାବାଦ: ଚଳିତବର୍ଷ (2022) ଦେଶବ୍ୟାପୀ ଆତଙ୍କବାଦୀ କାର୍ଯ୍ୟକଳାପ (ଟେରର ଲିଙ୍କ୍‌) ମାମଲାରେ ମୋଟ 456ଜଣଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ସେହିପରି ଏଥିମଧ୍ୟରୁ 59ମାମଲାରେ ସଂସ୍ଥା ଚାର୍ଜସିଟ ମଧ୍ୟ ଦାଖଲ କରିଛି (NIA files record 73 cases in 2022) । ଗତବର୍ଷ (2021) ଠାରୁ ଏହି ମାମଲାରେ ପ୍ରାୟ 19.67 ପ୍ରତିଶତ ବୃଦ୍ଧି ଘଟିଛି । ଗତବର୍ଷ ଦେଶରେ ମୋଟ 61ଟି ଆତଙ୍କବାଦୀ ମାମଲା ସାମ୍ନାକୁ ଆସିଥିଲା ।

ଚଳିତବର୍ଷର ମାମଲାଗୁଡ଼ିକ ମଧ୍ୟରେ ଜାମ୍ମୁ କାଶ୍ମୀର, ଆସାମ, ବିହାର, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ 35ଟି ଜିହାଦି ଆତଙ୍କବାଦ ମାମଲା ରହିଛି । ଏହି ମାମଲାଗୁଡ଼ିକ ମଧ୍ୟରୁ 11ଟି ଜାମ୍ମୁ କାଶ୍ମୀର, ପାଞ୍ଚଟି ଉତ୍ତର ପୂର୍ବ ରାଜ୍ୟରେ 10ଟି ବମପନ୍ଥୀ ଉଗ୍ରବାଦ ମାମଲା, ପାଞ୍ଚଟି ନିଷେଧ ଘୋଷଣା ହୋଇଥିବା PFI ସଂଗଠନ ସମ୍ବନ୍ଧୀୟ ମାମଲା ରହିଛି । ସେହିପରି ପଞ୍ଜାବର ଚାରିଟି ଗ୍ୟାଙ୍ଗଷ୍ଟର ଓ ଡ୍ରଗ୍ସ ସ୍ମଗଲିଂ ମାମଲା ମଧ୍ୟ ଏନଆଇଏ ହାତରେ ଲାଗିଛି ।

ବିଭିନ୍ନ ମାମଲାରେ ମୋଟ 456 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 368 ଅଭିଯୁକ୍ତଙ୍କ ବିରୋଧରେ 59 ଚାର୍ଜସିଟ ଦାଖଲ କରିଛି ତଦନ୍ତକାରୀ ସଂସ୍ଥା । ସଂସ୍ଥା କହିଛି ଚଳିତବର୍ଷ (2022)ରେ ଦେଶର ବିଭିନ୍ନ ଅଦାଲତରେ 38ଟି ମାମଲାର ଶୁଣାଣି ହୋଇ ରାୟ ପ୍ରକାଶ ପାଇଛି । ଏହି ସମସ୍ତ ମାମଲାରେ ସଂସ୍ଥା ଦର୍ଶାଇଥିବା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି (nia conviction rate 2022 )। ଅଭିଯୁକ୍ତମାନଙ୍କ ମଧ୍ୟରୁ 109 ଜଣଙ୍କୁ ଜେଲ ଓ ଜରିମାନାରେ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ 6ଜଣ ଆଜୀବନ କାରାଦଣ୍ଡରେ ଦଣ୍ତିତ ହୋଇଛନ୍ତି । ଚଳିତବର୍ଷ ମୋଟ ଦୋଷୀ ସାବ୍ୟସ୍ତ ହାର 94.39 ପ୍ରତିଶତ ରହିଥିବା ତଦନ୍ତକାରୀ ସଂସ୍ଥା ସୂଚନା ଦେଇଛି ।

ଚଳିତବର୍ଷ ଦେଶରେ ଗତବର୍ଷ ଠାରୁ ଆତଙ୍କବାଦୀ କାର୍ଯ୍ୟକଳାପ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଜାତୀୟ ତଦନ୍ତକାରୀ ସଂସ୍ଥା ଏହି ସମସ୍ତ ମାମଲାର ତଦନ୍ତ କରୁଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସ୍ଥାକୁ ଆହୁରି ପ୍ରଭାବଶାଳୀ ଭୂମିକାକୁ ଆଣିବାର ଆବଶ୍ୟକତା ରହିଥିବା କହିଥିଲେ । ଖୁବଶୀଘ୍ର ସବୁ ରାଜ୍ୟରେ ସଂସ୍ଥାର ଶାଖା କାର୍ଯ୍ୟାଳୟ ସଞ୍ଚାଳିତ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଥିବା କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.