ETV Bharat / bharat

Sidhu Moose Wala murder case: ବିଭିନ୍ନ ସ୍ଥାନରେ ଛାପା ମାରିଲା NIA - ପଞ୍ଜାବର ବିଭିନ୍ନ ସ୍ଥାନରେ ଏନଆଇଏର ଚଢାଉ

ଦିଲ୍ଲୀ,ଏନସିଆର, ହରିୟାଣା ଏବଂ ପଞ୍ଜାବର ବିଭିନ୍ନ ସ୍ଥାନରେ ଏନଆଇଏର ଚଢାଉ । ସିଦ୍ଧୁ ମୁସେଓ୍ବାଲା ହତ୍ୟା ଘଟଣାରେ ଟେରର ଗ୍ୟାଙ୍ଗ ଲିଙ୍କ ସାମ୍ନାକୁ ଆସିବା ପରେ ଏହି ଚଢାଉ କରିଛି ଏନଆଇଏ । ଅଧିକ ପଢନ୍ତୁ

Sudhu Moose Wala murder cases: ବିଭିନ୍ନ ସ୍ଥାନରେ NIAର ରେଡ

author img

By

Published : Sep 12, 2022, 10:43 AM IST

ନୂଆଦିଲ୍ଲୀ: ଆଜି( ସୋମବାର) ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (National Investigation Agency) ରେଡ କରିଛି । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟା (Punjabi singer Sidhu Moose Wala murder ) ସହ ଟେରର ଗ୍ୟାଙ୍ଗ ଲିଙ୍କ ଥିବା ଖବର ସାମ୍ନାକୁ ଆସିବା ପରେ ଦିଲ୍ଲୀ, ଏନସିଆର, ହରିୟାଣା ଏବଂ ପଞ୍ଜାବର ବିଭିନ୍ନ ସ୍ଥାନରେ ଏନଆଇଏ ଚଢାଉ କରି ସର୍ଚ୍ଚ ଅପରେସନ ଜାରି ରଖିଛି ।

ପଞ୍ଜାବୀ ଗାୟକଙ୍କ ହତ୍ୟା ମାମଲାରେ ଆତଙ୍କବାଦୀ ଗ୍ୟାଙ୍ଗ ସହ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଜାତୀୟ ଅନୁସନ୍ଧାନ ଏଜେନ୍ସି ଯାଞ୍ଚ କରୁଛି । ଏହା ପୂର୍ବରୁ ରବିବାର ପଶ୍ଚିମବଙ୍ଗର ଭାରତ-ନେପାଳ ସୀମାରୁ ଅଭିଯୁକ୍ତ ସୁଟର ଦୀପକ ମୁଣ୍ଡି ଓ ତାର ଦୁଇ ସହଯୋଗୀକୁ ପଞ୍ଜାବ ପୋଲିସ ଗିରଫ କରିଥିଲା । ଏନେଇ ପୋଲିସ କହିଥିଲା ଯେ, ‘‘ଅଭିଯୁକ୍ତମାନେ ନେପାଳକୁ ପଳାଇବାକୁ ଚେଷ୍ଟା କରୁଥିବାବେଳେ ଗିରଫ କରାଯାଇଥିଲା । ଗିରଫ ହୋଇଥିବା ଅନ୍ୟ ଦୁଇ ଜଣଙ୍କ ନାମ କପିଲ ପଣ୍ଡିତ ଏବଂ ରାଜିନ୍ଦର ବୋଲି ଜଣାପଡିଛି । ଗିରଫ ପରେ ସେମାନଙ୍କୁ ପଞ୍ଜାବ ଅଣାଯାଇଥିଲା । ପଞ୍ଜାବ ପୋଲିସର ଆଣ୍ଟି ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ (ଏଜିଟିଏଫ) ମିଳିତ ଭାବେ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ଏହି ଅପରେସନ କରାଯାଇଥିଲା ।’’

ଏହା ମଧ୍ୟ ପଢନ୍ତୁ-Gyanvapi Mosque Case: ଆଜି ଆସିବ ଫୈସଲା, ବାରଣାସୀରେ ୧୪୪ ଧାରା ଲାଗୁ

ସୂଚନା ଥାଉକି, ମେ’ ୨୯ରେ ସିଦ୍ଧୁ ମୁସେଓ୍ବାଲାଙ୍କ ଉପରେ ଗୁଳି ଚଳାଇ ହତ୍ୟା କରାଯାଇଥିବା । ଗିରଫ ହୋଇଥିବା ସୁଟର ଦୀପକ ମୁଣ୍ଡି ସିଦ୍ଧୁଙ୍କ ଉପରେ ଗୁଳି ଚଲାଇଥିବା ପଞ୍ଜାବ ଡିଜିପି ଗୌରବ ଯାଦବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ପଞ୍ଜାବୀ ଗାୟକଙ୍କ ହତ୍ୟା ମାମଲାରେ ମୋଟ 35 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 23 ଜଣଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୨ରେ ଏହି ହତ୍ୟାକାଣ୍ଡ ଘଟଣାରେ ହିଷ୍ଟ୍ରିସିଟର ବା ଅଧିକ କ୍ରିମିନାଲ ରେକର୍ଡ ଥିବା ଅଭିଯୁକ୍ତ ଅର୍ଶଦ ଅଲୀକୁ ରାଜସ୍ଥାନର ଚୁରୁ ଜିଲ୍ଲାରୁ ଗିରଫ କରିଥିଲା ପଞ୍ଜାବ ପୋଲିସ । ସୂଚନା ଅନୁଯାୟୀ ଗତ ମେ ୨୯ ତାରିଖରେ ନିଜ କାରରେ ଘରକୁ ଫେରୁଥିବାବେଳେ ପଞ୍ଜାବରେ ମୁସେୱାଲାଙ୍କୁ ଗୁଳି କରାଯାଇଥିଲା । ଏହି ଗୁଳିକାଣ୍ଡରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ବ୍ୟବଚ୍ଛେଦ ପରେ ତାଙ୍କ ଶରୀରରୁ ୨୪ଟି ଗୁଳି ବାହାର କରାଯାଇଥିଲା । ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ଆଲୋଡନ ଖେଳି ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.