ETV Bharat / bharat

ISIS link: ପୂର୍ବତନ ବିଧାୟକଙ୍କ ନାତୁଣୀ ବୋହୂ ଗିରଫ

author img

By

Published : Jan 3, 2022, 10:22 PM IST

ଆତଙ୍କୀ ସଂଗଠନ ISIS ସମ୍ପୃକ୍ତି ଅଭିଯୋଗରେ ଗିରଫ ହେଲେ ପୂର୍ବତନ ବିଧାୟକଙ୍କ ନାତୁଣୀ ବୋହୂ । ଘରେ ରେଡ ପରେ ଗିରଫ କରିଛି NIA । ଅଧିକ ପଢନ୍ତୁ

ISIS links: ପୂର୍ବତନ ବିଧାୟକଙ୍କ ନାତୁଣିଙ୍କୁ ଗିରଫ କଲା NIA
ପୂର୍ବତନ ବିଧାୟକଙ୍କ ନାତୁଣୀ ବୋହୂ ଗିରଫ

ବେଙ୍ଗାଲୁରୁ: ଆତଙ୍କୀ ସଂଗଠନ ISIS ସହ ସମ୍ପୃକ୍ତି ଥିବା ଅଭିଯୋଗରେ ପୂର୍ବତନ ବିଧାୟକଙ୍କ ନାତୁଣୀ ବୋହୂ ଗିରଫ । ପୂର୍ବତନ ବିଧାୟକ ତଥା କବି ବି.ଏମ ଇଦ୍ଦିନବାଙ୍କ ନାତୁଣୀ ବୋହୂ ଦୀପ୍ତି ମରିୟମଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା NIA ।

NIA ଅଧିକାରୀମାନେ ଆଜି ସକାଳେ ଦିପ୍ତିଙ୍କ ବାସଭବନରେ ଚଢାଉ କରି ସର୍ଚ୍ଚ କରିବା ପରେ ମିଳିଥିବା ତଥ୍ୟ ଆଧାରରେ ଦୀପ୍ତି ମରିୟମଙ୍କୁ ଗିରଫ କରିଛନ୍ତି । ଗତ କିଛି ମାସ ପୂର୍ବରୁ ଇଦ୍ଦିନବାଙ୍କ ନାତି ତଥା ଦିପ୍ତିଙ୍କ ସ୍ବାମୀ ମଧ୍ୟ ସମାନ ଅଭିଯୋଗରେ ଗିରଫ ହୋଇଥିଲେ ।

ଦୁଇ ବର୍ଷ ପୂର୍ବେ ପୂର୍ତତନ ବିଧାୟକ ଇଦ୍ଦିନବାଙ୍କ ନାତି ଓ ନାତୁଣୀ ବୋହୂ ଙ୍କ ସମେତ ଅନ୍ୟ 16 ଜଣ ନିଖୋଜ ଥିବା ରିପୋର୍ଟ ହୋଇଥିବା ବେଳେ ଏମାନେ ଘଟଣାରେ ଆତଙ୍କୀ ସଂଗଠନ ଆଇଏସଆଇଏସ ଲିଙ୍କ ଥିବା ସନ୍ଦେହ କରୁଥିଲା ପୋଲିସ । ତେବେ ପରେ ଅନୁସନ୍ଧାନରୁ ଆତଙ୍କୀ ଲିଙ୍କ କଥା ସାମ୍ନାକୁ ଆସିବା ପରେ ଇଦ୍ଦିନବାଙ୍କ ନାତିଙ୍କୁ ଗିରଫ କରାଯାଇଥିଲା ।

ଦୁଇ ବର୍ଷ ପୂର୍ବେ ଇଦ୍ଦିନବାଙ୍କ ନାତିଙ୍କ ସମେତ ନାତୁଣି ବୋହୂ କେରଳରୁ ନିଖୋଜ ହୋଇଯାଇଥିବା ସନ୍ଦେହ କରାଯାଉଥିଲା । ପୂର୍ବତନ ବିଧାୟକଙ୍କ ନାତି ଉଚ୍ଚଶିକ୍ଷା ପାଇଁ ଶ୍ରୀଲଙ୍କା ଯାଇଥିବା ବେଳେ ସିରିଆରେ ପହଞ୍ଚିବା ପାଇଁ କତାରର ମସ୍କଟକୁ ଯାଇ ଆଇଏସଆଇଏସରେ ଯୋଗ ଦେଇଥିଲେ । ସେବେଠାରୁ ତାଙ୍କ ପତ୍ନୀ ତଥା ପୂର୍ବତନ ବିଧାୟକ ଇଦ୍ଦିନବାଙ୍କ ନାତୁଣୀ ବୋହୂ ମଧ୍ୟ ନିଖୋଜ ଥିବା ସୂତ୍ରରୁ ସୂଚନା ମିଳିଥିଲା । ତେବେ ପୂର୍ବରୁ ନାତି ଗିରଫ ହୋଇ ସାରିଥିବା ବେଳେ ଏବେ ଇଦ୍ଦିନବାଙ୍କ ନାତୁଣୀ ବୋହୂ ମଧ୍ୟ ଆତଙ୍କୀ ଲିଙ୍କରେ ଗିରଫ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ଏନଆଇଏ ଆସିଷ୍ଟାଣ୍ଟ ଡିଏସପି କୃଷ୍ଣ କୁମାରଙ୍କ ନେତୃତ୍ବରେ ଏକ ଟିମ ଆଜି ପୂର୍ବତନ ବିଧାୟକଙ୍କ ବାସଭବନରେ ଚଢାଉ କରିବା ପରେ ଆତଙ୍କୀ ଗୋଷ୍ଠୀ ସମ୍ପର୍କିତ କିଛି ସାମଗ୍ରୀ ଜବତ କରିଥିଲା । ଏଥିରେ ପୂର୍ବତନ ବିଧାୟକଙ୍କ ନାତୁଣୀ ବୋହୂକୁ ଗିରଫ କରିଛି ଏନଆଇଏ । ସେ ବର୍ତ୍ତମାନ ଜେରାର ସମ୍ମୁଖୀନ ହେବା ନେଇ ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.