ମୁମ୍ବାଇ: ଆଣ୍ଟିଲିଆ ମାମଲାରେ ଦୀର୍ଘ ଘଣ୍ଟାର ପଚରାଉଚୁରା ପରେ ପୂର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ଗିରଫ କରିଛି ଏନଆଇଏ (NIA) । ଗିରଫ ପୂର୍ବରୁ ଯାଞ୍ଚ ଏଜେନ୍ସି କ୍ରମାଗତ ପ୍ରଦୀପଙ୍କୁ ଜେରା କରିଆସୁଥିଲା ।
ସୂଚନା ଅନୁଯାୟୀ, ଅନେକ ଦିନରୁ ଏନଆଇଏ ରାଡରରେ ଥିଲେ ପ୍ରଦୀପ ଶର୍ମା । ହେଲେ ଏହି ମାମଲାରେ ଏନଆଇଏ ପାଖରେ ପ୍ରଦୀପ ଶର୍ମାଙ୍କ ବିରୋଧରେ ଠୋସ ପ୍ରମାଣ ନଥିଲା ।
ପ୍ରଦୀପଙ୍କ ଘର ମୁମ୍ବାଇ ଅନ୍ଧେରୀ ଜେପି ନଗରର ଅଞ୍ଚଳରେ । ପ୍ରଦୀପ ଶର୍ମା ଶିବସେନା ଟିକେଟରେ ନିର୍ବାଚନ ମଧ୍ୟ ଲଢିଥିଲେ । ସୂଚନା ଅନୁଯାୟୀ, ଏନଆଇଏ ନିକଟରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ସନ୍ତୋଷ ଆତ୍ମାରାମ ଶେଲାର ଓ ଆନନ୍ଦ ପାଣ୍ଡୁରଙ୍ଗ ଯାଦବ ବୟାନ ଆଧାରରେ ପ୍ରଦୀପ ଶର୍ମାଙ୍କୁ ପଚାରାଉଚୁରା କରିଥିଲା ।
ମନସୁଖ ହତ୍ୟା ମାମଲାରେ ସନ୍ତୋଷ ଆତ୍ମାରାମ ଶେଲାର ଓ ଆନନ୍ଦ ପାଣ୍ଡୁରଙ୍ଗ ଯାଦବର ବଡ ଭୂମିକା ଥିବା କୁହାଯାଉଛି । ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ସାମଗ୍ରୀ ମିଳିବା ମାମଲାରେ ବର୍ତ୍ତମାନସୁଦ୍ଧା 7 ଜଣ ଗିରଫ ହୋଇସାରିଛନ୍ତି ।