ETV Bharat / bharat

ଚୀନଠୁ ପାଣ୍ଠି ସଂଗ୍ରହ ମାମଲା; ୭ ଦିନିଆ ପୋଲିସ ହେପାଜତକୁ ଗଲେ ନ୍ୟୁଜ୍‌କ୍ଲିକ୍‌ ପ୍ରତିଷ୍ଠାତା

ଚୀନଠୁ ପାଣ୍ଠି ସଂଗ୍ରହ ମାମଲା ୭ ଦିନିଆ ପୋଲିସ ହେପାଜତକୁ ଗଲେ ନ୍ୟୁଜକ୍ଲିକ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ । ଅଧିକ ପଢନ୍ତୁ

ଚୀନଠୁ ପାଣ୍ଠି ସଂଗ୍ରହ ମାମଲା
ଚୀନଠୁ ପାଣ୍ଠି ସଂଗ୍ରହ ମାମଲା
author img

By ETV Bharat Odisha Team

Published : Oct 4, 2023, 10:19 AM IST

ନୂଆଦିଲ୍ଲୀ: ଚୀନ୍‌ଠାରୁ ପାଣ୍ଠି ସଂଗ୍ରହ ମାମଲାରେ ଗିରଫ ହୋଇଥିବା ନ୍ୟୁଜ୍‌କ୍ଲିକ୍‌ ପୋର୍ଟାଲର ମୁଖ୍ୟ ସମ୍ପାଦକ ତଥା ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥଙ୍କୁ ୭ ଦିନିଆ ପୋଲିସ ହେପାଜତକୁ ପଠାଯାଇଛି । ପୁରକାୟସ୍ଥଙ୍କ ସମେତ ୨ ଜଣଙ୍କୁ ପୋଲିସ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେଇଛି । ବିଦେଶୀ ପାଣ୍ଠି ସଂଗ୍ରହ ସହ ଚୀନ ନୀତିର ପ୍ରଚାର ପ୍ରସାର କରିବା ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ୍‌ ସେଲ୍‌ ଗତକାଲି(ମଙ୍ଗଳବାର) ନ୍ୟୁଜ୍‌କ୍ଲିକ୍‌ର ସାମ୍ବାଦିକ ଓ କର୍ମଚାରୀଙ୍କ ଘରେ ଚଢାଉ କରିଥିଲା ।

ଏହାମଧ୍ୟ ପଢନ୍ତୁ: ବିଦେଶୀ ପାଣ୍ଠି ସଂଗ୍ରହ ମାମଲା; ନ୍ୟୁଜକ୍ଲିକ ସାମ୍ବାଦିକଙ୍କ ଘରେ ପୋଲିସର ରେଡ୍

ନ୍ୟୁଜ୍‌କ୍ଲିକ୍‌ର ପ୍ରାୟ ୪୦ ଜଣ ସାମ୍ବାଦିକ ଓ କର୍ମଚାରୀଙ୍କ ଘରେ ରେଡ୍ ସହିତ ପୋର୍ଟାଲର ମୁଖ୍ୟ ପ୍ରବୀର ପୁରକାୟସ୍ଥଙ୍କୁ ପୋଲିସ ପଚରାଉଚରା କରିଥିଲା । ଏଥିସହ ଦିଲ୍ଲୀ ସ୍ଥିତ ନ୍ୟୁଜକ୍ଲିକ ଅଫିସକୁ ସିଲ୍ କରାଯାଇଥିଲା । ବିଦେଶୀ ପାଣ୍ଠି ସଂଗ୍ରହ ମାମଲାରେ ଅତି କମରେ ୪୬ ଜଣଙ୍କୁ ପଚରାଉଚରା କରାଯିବା ସଙ୍ଗେ ସଙ୍ଗେ ଲ୍ୟାପଟପ, ମୋବାଇଲ ଫୋନ ଭଳି ଡିଜିଟାଲ ଡିଭାଇସ, କାଗଜପତ୍ର ସବୁ ଯାଞ୍ଚ ପାଇଁ ନିଆଯାଇଥିଲା ।

ଏହାପରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅନୁସାରେ ପୋଲିସ ପୋର୍ଟାଲର ସମ୍ପାଦକ ପୁରକାୟସ୍ଥ ଏବଂ ନ୍ୟୁଜକ୍ଲିକ ମାନବ ସମ୍ବଳ(HR) ବିଭାଗର ମୁଖ୍ୟ ଅନୀଲ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା । ପରେ ଦୁହିଁଙ୍କ ଏକ ସ୍ପେଶାଲ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟ ଉଭୟଙ୍କୁ ୭ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଆପ ସାଂସଦ ସଞ୍ଜୟ ସିଂହଙ୍କ ଘରେ ଇଡି ରେଡ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକଟରେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଦାବି କରାଯାଇଥିଲା ଯେ, ନ୍ୟୁଜ୍‌କ୍ଲିକ୍‌ ପୋର୍ଟାଲ ଭାରତରେ ଚୀନ ନୀତିର ପ୍ରଚାର ପ୍ରସାର ପାଇଁ ଆମେରିକାର ନେଭିଲେ ରୟ ସିଂଘମ ନାମକ କୋଟିପତି ବ୍ୟବସାୟୀଙ୍କଠାରୁ ପାଣ୍ଠି ସଂଗ୍ରହ କରିଥିଲା । ଏହାପରଠୁ ଏହି ମିଡିଆ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଏବଂ ଅର୍ଥନୈତିକ ଅପରାଧ ଶାଖା(EOW) ସ୍କାନର୍‌ରେ ରହିଥିଲା ।

ଅଗଷ୍ଟ ୧୭ ତାରିଖରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ(UAPA) ଏବଂ ଆଇପିସିର ବିଭିନ୍ନ ଧାରାରେ ନ୍ୟୁଜ୍‌କ୍ଲିକ୍‌ ପୋର୍ଟାଲ ବିରୋଧରେ ମାମଲା ରୁଜୁ ହୋଇଥିଲା । ଦିଲ୍ଲୀ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ସେତେବେଳେ ବିରୋଧୀ ଦଳ ସମେତ ଇଜିଆଇ (ଏଡିଟର ଗିଲ୍ଡ ଅଫ୍‌ ଇଣ୍ଡିଆ) ନିନ୍ଦା କରିଥିଲେ । ୨୦୧୪ଠାରୁ ମୋଦି ସରକାର ଅଘୋଷିତ ଏମର୍ଜେନ୍ସି ଜାରି କରିଥିବା କଂଗ୍ରେସ ଅଭିଯୋଗ ଆଣିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.