ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ 3 ପିଏମ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Jul 12, 2021, 3:06 PM IST

1.ବିନାଭକ୍ତରେ ରଥଟଣା, ନିର୍ଦ୍ଧାରିତ ସମୟ ପୂର୍ବରୁ ଗଡିଲା ତାଳଧ୍ବଜ

ଆଜି ପବିତ୍ର ରଥଯାତ୍ରା । କୋରୋନା କଟକଣା ମଧ୍ୟରେ ଚାଲିଛି ସମସ୍ତ ନିତୀକାନ୍ତି । ନୀତି ମୁତାବକ ଗଜପତି ତିନି ରଥରେ ଛେରାପହଁରା କରିଛନ୍ତି । ଏହାପରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥଟଣା । ଏ ବର୍ଷ ବିନା ଭକ୍ତରେ ଟଣାଯାଉଛି ରଥ । ପ୍ରଥମେ ବଳଭଦ୍ରଙ୍କ ରଥ ତାଳଧ୍ବଜକୁ ଟାଣିଲେ ସେବାୟତ ।

2.ଜନଶୂନ୍ୟ ବଡଦାଣ୍ଡ; ଭକ୍ତକୁ ନ ପାଇ କାନ୍ଦୁଛି ଜଗା

ମୁଁ ବଡଦାଣ୍ଡ ନଗଲି ନାହିଁ ତୁମେ ବଡଦାଣ୍ଡରେ କର ତୁମ ବଡଯାତ୍ରା । ଭକ୍ତ ବିନା ଘର୍ଘର ନାଦ କରି ଗଡୁ ନନ୍ଦିଘୋଷ । ଅକ୍ଷୁର୍ଣ୍ଣ ରହୁ କାଳ କାଳକୁ ତୁମର ଏହି ଳୀଳା । ତୁମେ ଚାହିଁଲେ ନାଶ ହେବ ମହାମାରୀ ।

3.19ରୁ ସଂସଦର ମୌସୁମୀ ଅଧିବେଶନ, ବସିବ 19 କାର୍ଯ୍ୟଦିବସ

19 ଜୁଲାଇରୁ ଆସନ୍ତାମାସ 14 ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ । ଏନେଇ ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା ।

4.ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ

ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ହେଲା ଉତକ୍ଷେପଣ ।

5.RATH YATRA: ପୁରୀବାସୀଙ୍କୁ ଧନ୍ୟବାଦ ଦେଲେ ପୋଲିସ DG

ମହାପ୍ରଭୁଙ୍କ ରଥ ଯାତ୍ରାକୁ କୋଭିଡ କଟକଣା ଭିତ୍ତିରେ କରିବା ପାଇଁ ପୋଲିସ ପକ୍ଷରୁ କଡା ବ୍ୟବସ୍ଥା ପୁରୀରେ ହୋଇଛି । ତେବେ ରଥ ଯାତ୍ରାରେ ପୋଲିସ ବ୍ୟବସ୍ଥାର ତଦାରଖ କରିଛନ୍ତି ନିଜେ ପୋଲିସ ଡିଜି। ପୁରୀ ସହରବାସୀ କଟକଣାକୁ ମାନି ପୋଲିସକୁ ସହଯୋଗ କରିଥିବା ହେତୁ ସେ ପୁରୀ ସହରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।

6.ରାଜନୀତିରୁ ଦୂରେଇ ଗଲେ ସୁପରଷ୍ଟାର ରଜନୀକାନ୍ତ

ଭବିଷ୍ୟତରେ ଆଉ କେବେ ବି ରାଜନୀତିକୁ ଫେରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ସାଉଥ ସୁପରଷ୍ଟାର । ଏ ନେଇ ଆଗକୁ କିଛି ଯୋଜନା ନାହିଁ ବୋଲି ସଫା ସଫା କହିଛନ୍ତି ରଜନୀକାନ୍ତ । ସେ ତାଙ୍କ ନିଜ ଦଳକୁ ଭାଙ୍ଗି ଦେଇଛନ୍ତି ।

7.ମହାମାରୀ ବିଲୋପ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କଲେ ଶଙ୍କରାଚାର୍ଯ୍ୟ

ଶ୍ରୀଜିଉମାନଙ୍କୁ ରଥ ଉପରେ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ମହାପ୍ରଭୁଙ୍କୁ ରଥ ଉପରେ ନିଜ ଶିଷ୍ୟଙ୍କ ସହ ଶଙ୍କରାଚାର୍ଯ୍ୟ ଦର୍ଶନ କରିବା ସହ ସାରାବିଶ୍ବରୁ କୋଭିଡ ମହାମାରୀ ଦୂରେଇ ଯାଉ ଓ ଲୋକଙ୍କ କଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ।

8.ରଥ ଉପରେ ସାଆନ୍ତେ, ତଳେ ନାଚିଲେ ହନୁମାନ

ମହାପ୍ରଭୁଙ୍କ ଘୋଷ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେଉଛି। ତେବେ ମହାପ୍ରଭୁଙ୍କ ରଥ ଆଗରେ ଅନେକ ନୃତ୍ୟ ଶିଳ୍ପୀ ନୃତ୍ୟ କରି ଅପାର ଆନନ୍ଦ ପାଇବା ସହ ନିଜକୁ ମହାପ୍ରଭୁଙ୍କ ଚରଣାବିନ୍ଦରେ ସମର୍ପି ଦିଅନ୍ତି ।

9.ବିଜେଡିର ନୂତନ କାର୍ଯ୍ୟାଳୟ ଭୂମିପୂଜା କଲେ ମୁଖ୍ୟମନ୍ତ୍ରୀ

ନୂଆ ରୂପରେ ନୂଆ ରଙ୍ଗରେ ରାଜ୍ୟ ବିଜେଡି କାର୍ଯ୍ୟାଳୟ । ରାଜ୍ୟରେ ବିଜୁଜନତା ଦଳର ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଯାଇଛି ।

10.EURO 2020; ଇଂଲଣ୍ଡ ସ୍ବପ୍ନ ଧୂଳିସାତ; 53 ବର୍ଷ ପରେ ଟ୍ରଫି ହାତେଇଲା ଇଟାଲୀ

1968 ପରେ ପ୍ରଥମ ଥର ପାଇଁ 53 ବର୍ଷ ପରେ ବିଜୟୀ ହୋଇଛି ଇଟାଲୀ । ପେନାଲ୍ଟି ସୁଟଆଉଟରେ 3-2ରେ ପରାସ୍ତ କରି ଟାଇଟେଲ ଜିତିଛି ଇଟାଲୀ । ଏହା ତାର ଦ୍ବିତୀୟ ବିଜୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.