ETV Bharat / bharat

Oath Ceremony: ଆଜି ଶପଥ ନେଲେ ମଣିପୁର ନବନିର୍ବାଚିତ ବିଧାୟକ, କାଲି ନେବେ ଗୋଆ ପ୍ରତିନିଧି - Pramod Sawant on Oath ceremony of Goa MLAs

ଆଜି(ସୋମବାର) ମଣିପୁର ବିଧାନସଭା ହଲ୍‌ରେ ଶପଥ ନେଲେ ନବନିର୍ବାଚିତ ବିଧାୟକ । ଆସନ୍ତାକାଲି (ମଙ୍ଗଳବାର) ଗୋଆରେ ହେବ ବିଧାୟକଙ୍କ ଶପଥ ପାଠ ସମାରୋହ । ଅଧିକ ପଢନ୍ତୁ

Oath Ceremony: ଶପଥ ନେଲେ ମଣିପୁର ନବନିର୍ବାଚିତ ବିଧାୟକ

author img

By

Published : Mar 14, 2022, 1:01 PM IST

ନୂଆଦିଲ୍ଲୀ: ଶେଷ ହୋଇଛି ବିଧାନସଭା ନିର୍ବାଚନ । ଜନାଦେଶରେ ନିର୍ବାଚିତ ହୋଇଛନ୍ତି ବିଧାୟକ । ଆଜି(ସୋମବାର) ବିଧାସନଭା ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଣିପୁରରେ ନବନିର୍ବାଚିତ ବିଧାୟକମାନେ ଶପଥ ପାଠ କରିଛନ୍ତି । ମଣିପୁର ବିଧାନସଭା ହଲ୍‌ରେ କାମଚଳା ବାଚସ୍ପତି ଏସ ରାଜେନ ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି ।

  • Imphal | Newly-elected MLAs in Manipur swearing-in as members of legislative assembly

    MLAs administered the oath of office and secrecy by senior BJP MLA Sorokhaibam Rajen Singh, who was on Sunday sworn in as the protem speaker of the assembly pic.twitter.com/1OD4sS6EB4

    — ANI (@ANI) March 14, 2022 " class="align-text-top noRightClick twitterSection" data=" ">

ମଣିପୁରର କାମଚଳା ବାଚସ୍ପତି ଏସ. ରାଜେନ ନୂତନ ଭାବେ ନିର୍ବାଚିତ ସଦସ୍ୟମାନଙ୍କୁ ସୋମବାର ସକାଳେ ଶପଥ ପାଠ କରାଇଛନ୍ତି । ସମାରୋହ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗତକାଲି ରାଜ୍ୟପାଳ ଏଲ ଗଣେଶ ୧୧ତମ ମଣିପୁର ବିଧାନସଭା ଗୃହକୁ ଭଙ୍ଗ କରିଥିଲେ । ରାଜ୍ୟପାଳ ଏସ ରାଜେନଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଥିଲେ ଓ ସେ ରବିବାର ଶପଥ ପାଠ କରିଥିଲେ । ଏହାପରେ ମଣିପୁର ବିଧାନସଭା ସଚିବ ନବ ନିର୍ବାଚିତ ବିଧାୟକଙ୍କୁ ସୋମବାର ଶପଥ ପାଠ ସମାରୋହରେ ସମସ୍ତ ସାର୍ଟିଫିକେଟ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

  • Newly elected MLA Ganesh Gaonkar was inducted as the pro-tem speaker. Gaonkar will administer oath to 39 MLAs tomorrow, March 15: BJP leader Pramod Sawant pic.twitter.com/0JDYDsWqqP

ସେପଟେ ଗୋଆରେ ଶନିବାର ସନ୍ଧ୍ୟାରେ ବିଧାନସଭା ଗୃହକୁ ଭଙ୍ଗ କରିଥିଲେ ରାଜ୍ୟପାଳ ପି.ଏସ ଶ୍ରୀଧରନ ପିଲାଇ । ଗୋଆରେ ନବନିର୍ବାଚିତ ବିଧାୟକ ଗଣେଶ ଗୋଆଁକରଙ୍କୁ କାମଚଳା ବାଚସ୍ପତି ଭାବେ ଚୟନ କରାଯାଇଛି । ସେ ଗୋଆ ରାଜ୍ୟପାଳଙ୍କ ଭବନରେ କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି । ଆସନ୍ତାକାଲି ଗୋଆରେ ନବନିର୍ବାଚିତ ମୋଟ ୩୯ ଜଣ ବିଧାୟକ ଶପଥ ପାଠ କରିବେ ବୋଲି ସୂଚନା ଦେଇଛନ୍ତି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ପ୍ରମୋଦ ସାୱନ୍ତ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.