ETV Bharat / bharat

New Covid Variant: ଭୟ ବଢାଉଛି C.1.2, ଭ୍ୟାକ୍ସିନକୁ ଦେଇପାରେ ଚକମା - କୋଭିଡ ନୂଆ ରୂପ

ଭାରତରେ ତୃତୀୟ ଲହରୀ ଆଶଙ୍କା ମଧ୍ୟରେ ଦକ୍ଷିଣ ଆଫ୍ରିକା ସମେତ ଅନେକ ଦେଶରେ ଦେଖାଦେଇଛି କୋରୋନାର ନୂଆ ରୂପ । ଭୂତାଣୁର ଏହି ଭ୍ୟାରିଆଣ୍ଟ ପୂର୍ବ ଭ୍ୟାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ଅଧିକ ପଢନ୍ତୁ...

New Covid Variant: ଭୟ ବଢାଉଛି C.1.2, ଭ୍ୟାକ୍ସିନକୁ ଦେଇପାରେ ଚକମା

author img

By

Published : Aug 30, 2021, 7:59 PM IST

ନୂଆଦିଲ୍ଲୀ: ମହାମାରୀର ମାୟାଜାଲର ମୁକୁଳିପାରୁନି ବିଶ୍ବ । ରୂପ ବଦଳାଉଛି ବହୁରୂପୀ କୋରୋନା । ଭୟ ଓ ଆଶଙ୍କା ମଧ୍ୟରେ ବିତୁଛି ଜୀବନ । ବଡ ବଡ ଦେଶ ହାର ମାନିଯାଉଛନ୍ତି । ଏହାରି ମଧ୍ୟରେ କୋରୋନାର ନୂଆ ରୂପକୁ ନେଇ ଚିନ୍ତା ବଢାଉଛି ସାମ୍ନାକୁ ଆସୁଥିବା ଖବର ।

ଭାରତରେ ତୃତୀୟ ଲହରୀ ଆଶଙ୍କା ମଧ୍ୟରେ ଦକ୍ଷିଣ ଆଫ୍ରିକା ସମେତ ଅନେକ ଦେଶରେ ଦେଖାଦେଇଛି କୋରୋନାର ନୂଆ ରୂପ । ଭୂତାଣୁର ଏହି ଭ୍ୟାରିଆଣ୍ଟ ପୂର୍ବ ଭ୍ୟାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । କେବଳ ସେତିକି ନୁହେଁ, କୋରୋନା ବିରୁଦ୍ଧରେ ଅମୋଘ ଅସ୍ତ୍ର ସାଜିଥିଲା ଭ୍ୟାକ୍ସିନକୁ ମଧ୍ୟ ଏହି ଭ୍ୟାରିଆଣ୍ଟ ଦେଇପାରେ ଚକମା ।

ଦକ୍ଷିଣ ଆଫ୍ରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର କମ୍ୟୁନିକେବଲ ଡିଜିଜ(National Institute for Communicable Diseases, NICD) ଓ କ୍ବାଜୁଲ ନୈଟଲ ରିସର୍ଚ୍ଚ ଇନୋଭେସନ ଆଣ୍ଡ ସିକ୍ବେନସିଙ୍ଗ ପ୍ଲାଟଫର୍ମ ବୈଜ୍ଞାନିକଙ୍କ ଦାବି ଅନୁଯାୟୀ, କୋରୋନାର C.1.2 ଭ୍ୟାରିଆଣ୍ଟ ସର୍ବପ୍ରଥମେ ମେ ମାସରେ ସାମ୍ନାକୁ ଆସିଥିଲା । ଏହାପରେ ଅଗଷ୍ଟରେ ଚୀନ, କଙ୍ଗୋ, ବ୍ରିଟେନ, ନ୍ୟୁଜିଲାଣ୍ଡ, ପର୍ତ୍ତୁଗାଲ ଓ ସ୍ବିଜରଲାଣ୍ଡରେ ଏହି ମାମଲା ଦେଖିବାକୁ ମିଳିଛି ।

ଦକ୍ଷିଣ ଆଫ୍ରିକାରେ କୋରୋନାର ପ୍ରଥମ ଲହରୀ ସମୟରେ ମିଳିଥିବା C.1 ଭ୍ୟାରିଆଣ୍ଟ ତୁଳନାରେ C.1.2ରେ ଅଧିକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏଥିଯୋଗୁଁ ଏହି ଭ୍ୟାରିଆଣ୍ଟକୁ ଭ୍ୟାରିଆଣ୍ଟ ଅଫ ଇନଟ୍ରେଷ୍ଟ ଶ୍ରେଣୀରେ ରଖାଯାଇି ।

ବୈଜ୍ଞାନିକଙ୍କ ଦାବି ଅନୁଯାୟୀ, ବିଶ୍ବରେ ଏବେ ସୁଦ୍ଧା ମିଳିଥିବା ଭ୍ୟାରିଆଣ୍ଟ ଅଫ କନସର୍ଣ୍ଣ ଓ ଭ୍ୟାରିଆଣ୍ଟ ଅଫ ଇନଟ୍ରେଷ୍ଟ ତୁଳନାରେ C.1.2ରେ ଅଧିକ ମ୍ୟୁଟେସନ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ଏହି ଭ୍ୟାରିଆଣ୍ଟ ଆଗାମୀ ଦିନରେ ଅଧିକ ସଂକ୍ରାମକ ହୋଇପାରେ । ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକାରେ ପ୍ରତ୍ୟେକ ମାସ C.1.2 ଜିନୋମ ସଂଖ୍ୟା ବଢିଚାଲିଛି । ମେ ମାସରେ ଏହାର ଜିନୋମ ସିକ୍ବେନ୍ସ ୦.୨ ପ୍ରତିଶତରୁ ବୃଦ୍ଧି ହୋଇ ଜୁନରେ ୧.୬ ପ୍ରତିଶତ, ଜୁଲାଇରେ ୨ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯାଇଛି ।

C.1.2 ଭ୍ୟାରିଆଣ୍ଟର ମ୍ୟୁଟେସନ ହାର ବର୍ଷକୁ ୪୧.୮ ରହିଛି, ଯାହା ବିଶ୍ବ ମ୍ୟୁଟେସନ ତୁଳନାରେ ଦୁଇଗୁଣ ଅଧିକ ଦ୍ରୁତ । C.1.2 ଭ୍ୟାରିଆଣ୍ଟରେ ମ୍ୟୁଟେସନ N440K ଓ Y449H ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.