ETV Bharat / bharat

NCERT class X syllabus: ପାଠ୍ୟକ୍ରମରୁ ହଟିଲା ପିରିଓଡିକ ଟେବୁଲ, ଲୋକତନ୍ତ୍ର ଓ ବିବର୍ତ୍ତନ ତତ୍ତ୍ୱ - ବଦଳିଲା ଏନସିଆରଟି ପାଠ୍ୟକ୍ରମ

NCERT ଦଶମ ଶ୍ରେଣୀ ପାଠ୍ଯକ୍ରମରୁ ବାଦ ପଡିଲା ପିରିଓଡିକ ଟେବୁଲ, ଲୋକତନ୍ତ୍ର ଓ ଆବର୍ତ୍ତନ ତତ୍ତ୍ୱ । ଅନାବଶ୍ୟକ ବିଷୟବସ୍ତୁ ହଟାଇ ସିଲାବସ ସଂକ୍ଷିପ୍ତୀକରଣ ଚାହୁଁଛି ପରିଷଦ । ଅଧିକ ପଢନ୍ତୁ

NCERT class X syllabus: ପାଠ୍ୟକ୍ରମରୁ ପିରିଓଡିକ ଟେବୁଲ, ଲୋକତନ୍ତ୍ର ଓ ଆବର୍ତ୍ତନ ତତ୍ବକୁ ବାଦ ଦେଲା NCERT

author img

By

Published : Jun 1, 2023, 6:06 PM IST

ନୂଆଦିଲ୍ଲୀ: ଦଶମ ଶ୍ରେଣୀ ପାଠ୍ୟକ୍ରମରେ ବଡ ସଂଶୋଧନ କରିଛି ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (NCERT) । ଏବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପିରିଓଡିକ ଟେବୁଲ, ଗଣତନ୍ତ୍ର ଓ ବିବର୍ତ୍ତନ ତତ୍ବ ଆଦି ବିଷୟ ସମ୍ପର୍କରେ ଅଧ୍ୟୟନ କରିବେ ନାହିଁ । NCERT ପ୍ରସ୍ତୁତ ପୁସ୍ତକ ଦେଶବ୍ୟାପୀ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଅଧ୍ୟୟନ କରାଯାଉଛି । ଗ୍ରହଣ କରାଯାଇଥିବା ଏହି ସଂଶୋଧନ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଚାପ ହ୍ରାସ କରିବ ବୋଲି ପରିଷଦ ଆଶାବ୍ୟକ୍ତ କରିଛି ।

NCERT ଏହା ପୂର୍ବରୁ ବିବର୍ତ୍ତନ ତତ୍ତ୍ୱକୁ ବାଦ ଦେଇଥିଲା । ଏହାକୁ ନେଇ ବିବାଦ ମଧ୍ୟ ଦେଖାଯାଇଥିଲା । କିଛି ଶିକ୍ଷାବିତ ଏହାର ଗୁରୁତ୍ବକୁ ଦର୍ଶାଇବା ସହ ଏହାକୁ ବାଦ ଦେବା ଅନୁଚିତ ବୋଲି କହିଥିଲେ । ଏବେ ପୁଣି 10ମ ଶ୍ରେଣୀ ପାଠ୍ୟକ୍ରମରେ ଏହି ପିରିଓଡିକ ଟେବୁଲ, ଗଣତନ୍ତ୍ର ବିଷୟକୁ ବାଦ ଦେଇଛି ପରିଷଦ । ଏହା ବ୍ୟତୀତ ଦଶମ ଶ୍ରେଣୀ ବିଜ୍ଞାନରେ ପଢାଯାଉଥିବା ପରିବେଶ ସ୍ଥିରତା, ଶକ୍ତି ସ୍ରୋତ ଆଦି ବିଷୟ ମଧ୍ୟ ଅଧ୍ୟୟନରୁ ବାଦ ପଡିଛି । ଗଣତନ୍ତ୍ର ବିଷୟରେ ଥିବା ‘ଗଣତନ୍ତ୍ର ଓ ଏହାର ଆହ୍ବାନ’ ଓ ‘ରାଜନୈତିକ ଦଳୀୟ ବ୍ୟବସ୍ଥା’ ଆଦି ବିଷୟ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପଢିବେ ନାହିଁ । ଅନାବଶ୍ୟକ ଭାବେ ବୃହତ ପାଠ୍ୟକ୍ରମକୁ ସଂକ୍ଷିପ୍ତୀକରଣ କରି ଗୁଣାତ୍ମକ ପାଠ୍ୟକ୍ରମକୁ ବିକଶିତ କରିବା ସହ ଛାତ୍ରଛାତ୍ରୀଙ୍କ ଉପରେ ସିଲାବସର ଚାପ ହ୍ରାସ କରିବା ପାଇଁ ପରିଷଦ ବିଚାର ବିମର୍ଶ ଜାରି ରଖିଛି ।

NCERT କହିଛି, ବର୍ତ୍ତମାନ କୋରୋନା ସଙ୍କଟ ସମୟରେ ଛାତ୍ରଛାତ୍ରୀଙ୍କ ଚାପ ହ୍ରାସ କରିବା ଜରୁରୀ ହୋଇପଡିଥିଲା । ବର୍ତ୍ତମାନ ସମୟରେ ପାଠ୍ୟକ୍ରମରୁ ଅନାବଶ୍ଯକ ଭାବେ ଥିବା କଥାବସ୍ତୁ(କଣ୍ଟେଣ୍ଟ)କୁ ବାଦ ଦେବା ଜରୁରୀ ହୋଇପଡିଥିଲା । ହେଲେ ଏହି ବାଦ ଦିଆଯାଇଥିବା ବିଷୟକୁ ଛାତ୍ରଛାତ୍ରୀ ନିଜ ଆଗ୍ରହ ଅନୁସାରେ ଏକାଦଶ ଶ୍ରେଣୀରେ ପଢିପାରିବେ । ଏଥିପାଇଁ ସେମାନଙ୍କୁ ଇଚ୍ଛାଧୀନ ବିଷୟ ମାଧ୍ୟମରେ ଏସବୁ ଉପଲବ୍ଧ କରାଯିବ । ଛାତ୍ରଛାତ୍ରୀ ସମାନଙ୍କ ଆଗ୍ରହ ଅନୁସାରେ ଇଚ୍ଛାଧୀନ ବିଷୟ ଚୟନ କରି ଅଧ୍ୟୟନ କରିପାରିବେ । ହେଲେ ଦଶମ ଶ୍ରେଣୀର ପାଠ୍ୟକ୍ରମରେ ଏହାକୁ ବାଦ ଦିଆଯାଇଛି । ସମୟର ଆବଶ୍ୟକତା ଅନୁସାରେ, ଅନାବଶ୍ୟକ କଥାବସ୍ତୁକୁ ବାଦ ଦେଇ ପାଠ୍ୟକ୍ରମକୁ ଅଧିକ ସହଜ, ସରଳ ଓ ସଂକ୍ଷିପ୍ତ କରିବା ପାଇଁ ପରିଷଦ ବିଚାର ବିମର୍ଶ ଜାରି ରଖିଛି । ଆଗକୁ ମଧ୍ୟ ଅନ୍ୟ କିଛି ବିଷୟକୁ ବାଦ ଦେବା ଉପରେ ଚିନ୍ତା କରାଯାଇ ପାରେ ବୋଲି ମଧ୍ୟ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.