ETV Bharat / bharat

Netflix Plan in India: ଗ୍ରାହକଙ୍କୁ କମ୍ପାନୀର ଦମଦାର ଅଫର, ୩୦୦ ଟଙ୍କା କମିଲା ମାସିକ ପ୍ଲାନ - ଭାରତୀୟ ଗ୍ରାହକଙ୍କ ପାଇଁ ପ୍ଲାନ କମାଇଲା ନେଟଫ୍ଲିକ୍ସ

ଭାରତୀୟ ଗ୍ରାହକଙ୍କ ପାଇଁ ବମ୍ଫର ଅଫର ଆଣିଲା OTT ପ୍ଲାର୍ଟଫର୍ମ Netflix । ଏହାର ବେସିକ ପ୍ଲାନରେ ୩୦୦ ଟଙ୍କା ହ୍ରାସ ହୋଇଥିବାବେଳେ ଏଣିକି ୧୪୯ ଟଙ୍କାରୁ ଆରମ୍ଭ ନେଟଫ୍ଲିକ୍ସ ପ୍ଲାନ । ଅଧିକ ପଢନ୍ତୁ

Netflix Plan in India: ଗ୍ରାହକଙ୍କୁ କମ୍ପାନୀର ଦମଦାର ଅଫର, ୩୦୦ ଟଙ୍କା ଯାଏଁ କମିଲା ମାସିକ ପ୍ଲାନ
Netflix Plan in India: ଗ୍ରାହକଙ୍କୁ କମ୍ପାନୀର ଦମଦାର ଅଫର, ୩୦୦ ଟଙ୍କା ଯାଏଁ କମିଲା ମାସିକ ପ୍ଲାନNetflix Plan in India: ଗ୍ରାହକଙ୍କୁ କମ୍ପାନୀର ଦମଦାର ଅଫର, ୩୦୦ ଟଙ୍କା ଯାଏଁ କମିଲା ମାସିକ ପ୍ଲାନ
author img

By

Published : Dec 14, 2021, 2:00 PM IST

Updated : Dec 14, 2021, 2:14 PM IST

ହାଇଦ୍ରାବାଦ: ସମ୍ପ୍ରତି ସ୍ମାର୍ଟଯୁଗରେ OTT ପ୍ଲାର୍ଟଫର୍ମର ଚାହିଦା ବଢିଛି । ଟିଭି ଅପେକ୍ଷା ନିଜ ସ୍ମାର୍ଟଫୋନରେ ଫିଲ୍ମଠୁ ଆରମ୍ଭ କରି ଅନେକ ଶୋ' ଦେଖିବାକୁ ପସନ୍ଦ କରୁଛନ୍ତି ଯୁବପିଢି । ଏହାକୁ ଦୃଷ୍ଟିରେ ରଖି ଆମାଜନ ପ୍ରାଇମ ଭଳି ସଂସ୍ଥା ରିଚାର୍ଜ ପ୍ଲାନ ବଢାଇଥିବାବେଳେ Netflix ଭାରତରେ ନିଜ ଗ୍ରାହକଙ୍କ ପାଇଁ ଆଣି ଦେଇଛି ଭେଟି । ଦେଶରେ ପ୍ରାୟ ନେଟଫ୍ଲିକ୍ସ ସବସ୍କ୍ରାଇବର ୩୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ପ୍ଲାନ ପାଇବେ ବୋଲି ଜଣାପଡ଼ିଛି ।

ନେଟଫ୍ଲିକ୍ସ ଏଣିକି ପ୍ରତି ମାସରେ ୧୪୯ ଟଙ୍କାରୁ ଏହାର ପ୍ଲାନ ଆରମ୍ଭ କରିଛି । ପୂର୍ବରୁ ଏହାର ପ୍ଲାନ ପ୍ରତି ମାସରେ ୧୯୯ ଟଙ୍କାରୁ ଆରମ୍ଭ ହେଉଥିଲା । ତେବେ ଭାରତରେ ଅଧିକ ସବସ୍କ୍ରାଇବରଙ୍କୁ ସାମିଲ କରିବା ପାଇଁ ନେଟଫ୍ଲିକ୍ସ ଏଭଳି ପଦକ୍ଷେପ ନେଇଛି । କମ୍ପାନୀ ନିଜର ବେସିକ ପ୍ଲାନ(Basic Plan of Netflix) ପୂର୍ବରୁ ପ୍ରତି ମାସ ପାଇଁ ୪୯୯ ଟଙ୍କା ରଖିଥିବା ବେଳେ ବର୍ତ୍ତମାନ ପ୍ରାୟ ୩୦୦ ଟଙ୍କା କମାଇ ଏହାକୁ ୧୯୯ ଟଙ୍କାରେ ରଖିଛି । ଅର୍ଥାତ୍‌ ଏଣିକି ବେସିକ ପ୍ଲାନ ପାଇଁ ଗ୍ରାହକଙ୍କୁ ୪୯୯ ଟଙ୍କା ପରିବର୍ତ୍ତେ ମାତ୍ର ୧୯୯ ଟଙ୍କା ପୈଠ କରିବାକୁ ପଡ଼ିବ ।

ନେଟଫ୍ଲିକ୍ସ ନିଜ ଷ୍ଟାଣ୍ଡାର୍ଡ ପ୍ଲାନ(Standard Plan of Netflix in India)କୁ ମଧ୍ୟ କମାଇଛି । ପୂର୍ବରୁ ଏହାର ପ୍ଲାନ ୬୪୯ ଟଙ୍କା ରହିଥିବାବେଳେ ବର୍ତ୍ତମାନ ଏହା ୪୯୯ ରହିଛି । ଏହାସହିତ ନେଟଫ୍ଲିକ୍ସର ସବୁଠୁ ଦାମୀ ପ୍ଲାନର ମୂଲ୍ୟ ବର୍ତ୍ତମାନ ୬୪୯ ରହିଛି । ପୂର୍ବରୁ ଏହା ୭୯୯ ଟଙ୍କା ରହିଥିଲା ।

ତେବେ ନିଜର ସବୁ ପ୍ଲାନରେ ହ୍ରାସ କରିବା ପରେ ବର୍ତ୍ତମାନ ୧୪୯ ଟଙ୍କାରୁ ନେଟଫ୍ଲିକ୍ସର ପ୍ଲାନ(Netflix Plan Starts with 149 Rupees) ଆରମ୍ଭ ହେଉଛି । ମୋବାଇଲ ପ୍ଲାନ ଟାବଲେଟରେ ସପୋର୍ଟ କରୁଥିବାବେଳେ ଏହାର ରିଜୋଲ୍ୟୁସନ(Resolution of Netflix Video) ୪୮୦p ରେ ରହିଛି । ଫଳରେ ଗ୍ରାହକ ଏହାକୁ ଟିଭିରେ ଆକ୍ସେସ କରିପାରିବେ ନାହିଁ । ଏହି ପ୍ଲାନ ଦ୍ବାରା ନେଟଫ୍ଲିକ୍ସ ଆକାଉଣ୍ଟକୁ ମାତ୍ର ଗୋଟିଏ ଡିଭାଇସରେ ଆକ୍ସେସ କରାଯାଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 14, 2021, 2:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.