ETV Bharat / bharat

ଭାରତର 5 ହେକ୍ଟର ଜମି କବ୍ଜା କରିଛି ନେପାଳ

author img

By

Published : Jun 25, 2022, 3:52 PM IST

କିଛି ଦିନ ହେବ ଭାରତ-ନେପାଳ ସୀମାରେ ଜମି ଦଖଲ ହେଉଥିବା ଦେଖିବାକୁ ମିଳିଛି। ଫଳରେ ଉଭୟ ଦେଶ ମଧ୍ୟରେ ବିବାଦ ବୃଦ୍ଧି ପାଇଛି। ଅଧିକ ପଢନ୍ତୁ

Nepal has occupied five hectares land of India
ଭାରତର 5 ହେକ୍ଟର ଜମି ଦଖଲ କରିଛି ନେପାଳ

ଡେରାଡୁନ: ଉତ୍ତରାଖଣ୍ଡର ଅନ୍ତର୍ଜାତୀୟ ସୀମାରେ ଚୀନର ଗତିବିଧିକୁ ନେଇ ବାରମ୍ବାର ଖବର ସାମ୍ନାକୁ ଆସିଛି । କିନ୍ତୁ ଗତ କିଛି ଦିନ ହେବ ଭାରତ-ନେପାଳ ସୀମାରେ ଏଭଳି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଫଳରେ ଉଭୟ ଦେଶ ମଧ୍ୟରେ ବିବାଦ ବୃଦ୍ଧି ପାଇଛି।

ସୂଚନା ଅନୁଯାୟୀ, ନେପାଳ ଗତ 12 ବର୍ଷ ଧରି ଚମ୍ବାବତ ସୀମାନ୍ତ ଅଞ୍ଚଳରେ ଭାରତର 5 ହେକ୍ଟର ଜମିକୁ ଦଖଲ କରିଆସୁଛି । ଯଦିଓ 2010 ମସିହାରେ ଏସସିବି ଦ୍ବାରା ଏହି ମାମଲାକୁ ନେଇ ଏକ ରିପୋର୍ଟ ଭାରତ ସରକାରଙ୍କୁ ପଠାଯାଇଥିଲା । କିନ୍ତୁ ଉତ୍ତରାଖଣ୍ଡ ବନ ବିଭାଗ ମଧ୍ୟ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛି । ଭାରତ-ନେପାଳ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି ଏବଂ ଭାରତ ପକ୍ଷରୁ ସମ୍ପର୍କ ସୁଦୃଢ କରିବାକୁ ଉଦ୍ୟମ ଜାରି ରହିଛି । କିନ୍ତୁ ଅନ୍ୟପଟେ ନେପାଳର ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି ।

ଭାରତର 5 ହେକ୍ଟର ଜମିକୁ ଦଖଲ କରି ଏକ ଅସ୍ଥାୟୀ ନିର୍ମାଣ ହୋଇଛି । ଚିନ୍ତାର ବିଷୟ ଏହା ଯେ ଦଖଲ ହୋଇଥିବା ଜମି ବନ ବିଭାଗର ହୋଇ, ଏ ସମ୍ପର୍କରେ ସେ ଅଜ୍ଞାତ ଥିବା ଜଣାପଡ଼ିଛି । ତେବେ ଏହି ପ୍ରସଙ୍ଗରେ ଆଲୋଚନାକୁ ଆସିବା ପରେ ବନ ବିଭାଗ ସତର୍କ ହୋଇପଡିଛି । ଜଙ୍ଗଲ ମନ୍ତ୍ରୀ ସୁବୋଧ ଉନିୟାଲ କହିଛନ୍ତି ଏହି ମାମଲା 2010 ମସିହାରୁ ଚାଲିଛି । ଏସସିବି ଏହି ପ୍ରସଙ୍ଗରେ ଭାରତ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି । ସେପଟେ ଜମି ଦଖଲ ନେଇ ନେପାଳ ସରକାରଙ୍କ ସହ ଭାରତ ସରକାର ଆଲୋଚନା କରୁଛନ୍ତି।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.