ETV Bharat / bharat

ନେଲସନ ମାଣ୍ଡେଲାଙ୍କ ଜନ୍ମବାର୍ଷିକୀ, ବର୍ଣ୍ଣବୈଷମ୍ୟ ପ୍ରଚଳିତ ରାଷ୍ଟ୍ରର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି - ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି

ନେଲସନ ମାଣ୍ଡେଲା, କେବଳ ନାମ ହିଁ ଯଥେଷ୍ଟ । ନିଜ ଜୀବନକାଳରେ ସେ ସମାଜ କରିଯାଇଥିବା କାର୍ଯ୍ୟ ତାଙ୍କୁ କରିଛି ମହାନ । ବର୍ଣ୍ଣବୈଷମ୍ୟତା ବିରୋଧରେ ତାଙ୍କର ବିରୋଧ ତାଙ୍କୁ ଦକ୍ଷିଣ ଆଫ୍ରିକାର 'ଗାନ୍ଧୀ' ଭାବରେ ଦେଇଥିଲା ପରିଚୟ । ଆଜି ହେଉଛି ଏହି ମହାନ ବ୍ୟକ୍ତିଙ୍କ ଜନ୍ମତିଥି । ଜାଣନ୍ତୁ ତାଙ୍କ ଜୀବନର କିଛି ରୋଚକ ତଥ୍ୟ...

ଆଜି ନେଲସନ ମାଣ୍ଡେଲାଙ୍କ ଜନ୍ମବାର୍ଷିକୀ, ବର୍ଣ୍ଣବେଷମ୍ୟ ପ୍ରଚଳିତ ରାଷ୍ଟ୍ରର ହୋଇଥିଲେ ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି

author img

By

Published : Jul 18, 2021, 2:25 PM IST

Updated : Jul 19, 2021, 8:57 AM IST

ହାଇଦ୍ରାବାଦ: ନେଲସନ ମାଣ୍ଡେଲା, କେବଳ ନାମ ହିଁ ଯଥେଷ୍ଟ । ନିଜ ଜୀବନକାଳରେ ସେ ସମାଜ କରିଯାଇଥିବା କାର୍ଯ୍ୟ ତାଙ୍କୁ କରିଛି ମହାନ । ଦୁନିଆର ବଡ ବଡ ନେତାଙ୍କ ମଧ୍ୟରେ ତାଙ୍କ ନାମ ସବୁବେଳେ ଆଗରେ ରହିଥାଏ । ଭାରତର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପରି ତାଙ୍କ ବିଚାର, ଭାବନା ଓ ଜୀବନଶୈଳୀ ଆଜି କେତେକଙ୍କୁ ପ୍ରେରିତ କରିଥାଏ । ଏଥିଲାଗି ତାଙ୍କୁ ଦକ୍ଷିଣ ଆଫ୍ରିକାର 'ଗାନ୍ଧୀ' ବୋଲି ସମ୍ବୋଧନ କରାଯାଏ । ଏହି ମହାନ ବ୍ୟକ୍ତିତ୍ବଙ୍କ ଆଜି ହେଉଛି ଜନ୍ମତିଥି । ଏହି ଦିବସକୁ ସାରା ବିଶ୍ବରେ ମାଣ୍ଡେଲା ଦିବସ ରୂପେ କରାଯାଏ ପାଳନ ।

ଆଜି ନେଲସନ ମାଣ୍ଡେଲାଙ୍କ ଜନ୍ମବାର୍ଷିକୀ, ବର୍ଣ୍ଣବେଷମ୍ୟ ପ୍ରଚଳିତ ରାଷ୍ଟ୍ରର ହୋଇଥିଲେ ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି
ଆଜି ନେଲସନ ମାଣ୍ଡେଲାଙ୍କ ଜନ୍ମବାର୍ଷିକୀ, ବର୍ଣ୍ଣବେଷମ୍ୟ ପ୍ରଚଳିତ ରାଷ୍ଟ୍ରର ହୋଇଥିଲେ ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି

ନେଲସନ ମାଣ୍ଡେଲାଙ୍କ କାହାଣୀ:-

  • 1918 ମସିହା । କୃଷକଙ୍କ ଅବସ୍ଥା ସୁଧାରିବା ପାଇଁ ବଡ ଅଭିଯାନ ଆରମ୍ଭ କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଗୁଜୁରାଟର ଖେଡା ଠାରେ ଏକ ବଡ ଆନ୍ଦୋଳନ ଆରମ୍ଭ କରିଥିଲେ । ଠିକ ସେହି ବର୍ଷ ଆଜିର ଦିନରେ ଦକ୍ଷିଣ ଆଫ୍ରିକାର କେପ ଇଷ୍ଟର୍ନରେ ଜନ୍ମଗ୍ରହଣ କରିଥିଲେ ନେଲସନ ରୋଲିହଲ୍ଲାହ ମାଣ୍ଡେଲା । ଏହି ନାମରେ ଜନ୍ମଗ୍ରହଣ କରିଥିବା ଏହି ଯୁଗପୁରୁଷ ପରବର୍ତ୍ତୀ ସମୟରେ ନେଲସନ ମାଣ୍ଡେଲା ଭାବରେ ବିଶ୍ବରେ ହୋଇଥିଲେ ପରିଚିତ । ସେ ତାଙ୍କ ପିତାଙ୍କ ଚାରି ପତ୍ନୀଙ୍କ ମଧ୍ୟରୁ ତୃତୀୟ ପତ୍ନୀଙ୍କର ପ୍ରଥମ ସନ୍ତାନ ଥିଲେ । ତାଙ୍କର ସମୁଦାୟ 13 ଭାଇଭଉଣୀ ଥିଲେ ।

  • ପ୍ରାରମ୍ଭିକ ଅଧ୍ୟୟନ ପରେ, ନେଲସନ ମାଣ୍ଡେଲୋ BA କରିଥିଲେ ଏବଂ ପରେ ଜୋହାନ୍ସବର୍ଗରେ ଆଇନ ଅଭ୍ୟାସ କରିଥିଲେ । ଯେଉଁଠାରେ ସେ ବର୍ଣ୍ଣ ଭେଦଭାବ ସମସ୍ୟାର ସମ୍ମୁଖୀନ ହୋଇଥିଲେ । 1944 ମସିହାରେ ସେ ଆଫ୍ରିକୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ପରବର୍ତ୍ତୀ କିଛି ବର୍ଷ ମଧ୍ୟରେ ସେ ଜାତୀୟ କଂଗ୍ରେସର ସର୍ବୋଚ୍ଚ ପଦବୀକୁ ଉନ୍ନୀତ ହୋଇଥିଲେ।
  • 1953 ମସିହାରେ ସେ ପ୍ରଥମ ଥର ପାଇଁ ଜେଲ ଯାଇଥିଲେ ଏବଂ ତା’ପରେ ତାଙ୍କର ଆନ୍ଦୋଳନ ପାଇଁ ତାଙ୍କ ଉପରେ ଦେଶଦ୍ରୋହ ବୋଲି ବିବେଚନା କରାଯାଇଥିଲା । ଏଥିଲାଗି 1956 ମସିହାରେ ତାଙ୍କୁ ପାଞ୍ଚ ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା । 1962 ଅଗଷ୍ଟ 5 ତାରିଖରେ, ଦେଶବ୍ୟାପୀ ଧର୍ମଘଟ ଓ ଦେଶଦ୍ରୋହ ମାମଲାରେ ତାଙ୍କୁ ପୁନର୍ବାର ଗିରଫ କରାଯାଇଥିଲା । ଦେଶଦ୍ରୋହ ଅଭିଯୋଗରେ ତାଙ୍କୁ 27 ବର୍ଷ କାରାଗାରରେ ରଖାଯାଇଥିଲା ।

ବର୍ଣ୍ଣବୈଷମ୍ୟ ଭେଦଭାବ ପ୍ରଥା ଥିବା ଦେଶରେ ହୋଇଥିଲେ ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି:-

  • ମାଣ୍ଡେଲା କାରାଗାରରେ ରହିବା ପରେ ତାଙ୍କର ଲୋକପ୍ରିୟତା ସାରା ବିଶ୍ବରେ ବ୍ୟାପିଥିଲା । ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ଭେଦଭାବ ଏତେ ଅଧିକ ଥିଲା ଯେ ସେତେବେଳେ କୃଷ୍ଣକାୟଙ୍କୁ ଗୋରାଙ୍କ ସହ ବସିବାକୁ ମଧ୍ୟ ଅନୁମତି ଦିଆଯାଉନଥିଲା । ଯାହା ବିରୁଦ୍ଧରେ ମାଣ୍ଡେଲା ସ୍ବର ଉତ୍ତୋଳନ କରିଥିଲେ ଏବଂ କଳା ଏବଂ ଧଳାର ଭେଦଭାବକୁ ଦୂର କରିବା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଭେଦଭାବ ବିରୋଧରେ ସାରା ବିଶ୍ବରେ ସ୍ବର ଉତ୍ତୋଳନ କରୁଥିଲେ । ମାଣ୍ଡେଲାଙ୍କ ଚେହେରା ଏହି ଭେଦଭାବ ବିରୋଧରେ ବିଶ୍ବବ୍ୟାପୀ ଅଭିଯାନର ଏକ ପ୍ରତୀକ ପାଲଟିଥିଲା । ମାଣ୍ଡେଲାଙ୍କ ଦଶନ୍ଧି ଧରି ଚାଲିଥିବା ସଂଗ୍ରାମର ଫଳାଫଳ ହିଁ ତାଙ୍କୁ ଦେଶର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଭାବେ ଠିଆ କରିଥିଲା ।
  • ଜେଲରୁ ମୁକ୍ତ ହେବା ପରେ ମାଣ୍ଡେଲା ଅନେକ ଦେଶ ଗସ୍ତରେ ଯାଇ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିଶ୍ବର ଅନେକ ନେତାଙ୍କୁ ଭେଟିଥିଲେ । 1994 ମସିହା ଏପ୍ରିଲ ୨୭ ତାରିଖରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଗଣତାନ୍ତ୍ରିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାର ଅଧିକାଂଶ କୃଷ୍ଣକାୟ ଲୋକ ଲମ୍ବା ଧାଡିରେ ଠିଆ ହୋଇ ଭୋଟ୍ ଦେଇଥିଲେ । ଏହାପରେ ନିର୍ବାଚନ ଜିତି ମାଣ୍ଡେଲା ଦେଶର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇଥିଲେ ।
  • 2004 ମସିହାରେ 85 ବର୍ଷ ବୟସରେ ମାଣ୍ଡେଲା ସର୍ବସାଧାରଣ ଜୀବନରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ସେ ସାରା ଜୀବନ ତାଙ୍କ ପରିବାର, ବନ୍ଧୁ ଏବଂ ପରିବାର ସହିତ ଶାନ୍ତିରେ ବିତାଇବାକୁ ଚାହୁଁଥିଲେ । ଫୁସଫୁସ ରୋଗ ହେତୁ ତାଙ୍କୁ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡୁଥିଲା । ଏହାପରେ 2013 ମସିହା 5 ଡିସେମ୍ବରରେ ସାରା ବିଶ୍ବ ଏଭଳି ଏକ ନେତାଙ୍କୁ ହରାଇଥିଲା ।

'ବାପୁ'ଙ୍କ ଭଳି ସେ ଦକ୍ଷିଣ ଆଫ୍ରିକାର ଥିଲେ 'ପିତା':-

  • ମୋହନଦାସ କରମଚାନ୍ଦ ଗାନ୍ଧୀ ଆମ ଦେଶର ଜାତିର ପିତା ଥିଲେ ଏବଂ ତାଙ୍କୁ ବାପୁ କୁହାଯାଉଥିଲା । ସେହିଭଳି ଦକ୍ଷିଣ ଆଫ୍ରିକାର ଲୋକମାନେ ସ୍ନେହରେ ନେଲସନ ମାଣ୍ଡେଲାଙ୍କୁ 'ମଦିବା' ବୋଲି କହୁଥିଲେ । ସ୍ଥାନୀୟ ଭାଷାରେ, ମଦିବାର ଅର୍ଥ ହେଉଛି ପିତା ।
  • ଭେଦଭାବ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ମାଣ୍ଡେଲା ଓକିଲାତିର ରାସ୍ତା ବାଛିଥିଲେ ଏବଂ ସେ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ଓକିଲ ହୋଇଥିଲେ । ଭେଦଭାବ କାରଣରୁ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ 21 ବର୍ଷ ଧରି ଆନ୍ତର୍ଜାତୀୟ ସ୍ତରରେ କୌଣସି ମ୍ୟାଚ୍ ଖେଳିପାରିନଥିଲା। ତାଙ୍କୁ ବାରଣ କରାଯାଇଥିଲା।
  • ବର୍ଣ୍ଣବୈଷମ୍ୟ ବିରୋଧରେ ମାଣ୍ଡେଲାଙ୍କ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ ଏବଂ ଅହିଂସା ଦ୍ବାରା ଅନୁପ୍ରାଣିତ ହୋଇଥିଲା । କିନ୍ତୁ ସେ ଏକ ହିଂସାତ୍ମକ ବିପ୍ଳବ ପାଇଁ ଆହ୍ବାନ ଦେଇଥିଲେ। 1961 ମସିହାରେ ସେ ଆଫ୍ରିକୀୟ ଜାତୀୟ କଂଗ୍ରେସର ସଶସ୍ତ୍ର ବାହିନୀ ଗଠନ କରିଥିଲେ, ଯେଉଁଥିରେ ସେ ସେନାର ଅଧ୍ୟକ୍ଷ ଥିଲେ। ସେ କ୍ୟୁବା ଆନ୍ଦୋଳନ ଦ୍ବାରା ମଧ୍ୟ ପ୍ରଭାବିତ ହୋଇଥିଲେ, କିନ୍ତୁ ସେ ଗାନ୍ଧୀବାଦରୁ ସବୁଠାରୁ ବଡ ପ୍ରେରଣା ପାଇଥିଲେ।
  • ସରକାରଙ୍କ ବିରୋଧରେ ଷଡଯନ୍ତ୍ର କରି ମାଣ୍ଡେଲାଙ୍କୁ 1962 ମସିହାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ମାଣ୍ଡେଲା 27 ବର୍ଷ କାରାଗାର ଦଣ୍ଡ ଭୋଗିଥିଲେ । ଦଣ୍ଡାଦେଶ ସମୟରେ ତାଙ୍କୁ ରୋବେନ ଦ୍ବୀପରେ ଥିବା କାରାଗାରରେ ରଖାଯାଇଥିଲା । ସେଠାରେ ସେ କୋଇଲା ଖଣିରେ କାମ କରୁଥିଲେ ।
  • ଜେଲରେ ଲେଖାଯାଇଥିବା ତାଙ୍କର ଜୀବନୀ 1994 ମସିହାରେ ପ୍ରକାଶିତ ହୋଇଥିଲା, ଯାହାର ନାମ ଥିଲା 'ଲଙ୍ଗ୍ ୱିକ୍ ଟୁ ଫ୍ରିଡମ୍' । 27 ବର୍ଷ କାରାଗାରରେ ରହିବା ପରେ 1990 ମସିହାରେ ତାଙ୍କୁ ମୁକ୍ତ କରାଯାଇଥିଲା ଏବଂ 1994 ମସିହାରେ ସେ ନିର୍ବାଚନ ଲଢିଥିଲା । ନିର୍ବାଚନେର ଆଫ୍ରିକୀୟ ଜାତୀୟ କଂଗ୍ରେସ ଜିତିବା ପରେ ସେ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇଥିଲେ ।
  • 1993 ମସିହାରେ ମାଣ୍ଡେଲାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପୂର୍ବରୁ 1990 ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ମଧ୍ୟ ପ୍ରଦାନ କରାଯାଇଥିଲା । ସେ ଏହି ସମ୍ମାନ ପାଇବାରେ ଦ୍ବିତୀୟ ଅଣ-ଭାରତୀୟ ଥିଲେ ।
  • ମାଣ୍ଡେଲାଙ୍କର ତିନୋଟି ବିବାହ ହୋଇଥିଲା । କୁହାଯାଏ ଯେ 23 ବର୍ଷ ବୟସରେ ସେ ବିବାହ ଭୟରେ ଜୋହାନ୍ସବର୍ଗକୁ ପଳାଇଥିଲେ । ସେ ପ୍ରଥମେ ତାଙ୍କ ସହକର୍ମୀଙ୍କ ଭଉଣୀ ଏଭଲିନ୍ ମେସ୍ଙ୍କୁ 1944 ମସିହାରେ ବିବାହ କରିଥିଲେ । ଦେଶଦ୍ରୋହ ମାମଲା ସମୟରେ ସେ ନୋମଜାମୋ ଭିନିଙ୍କୁ ଭେଟିଥିଲେ ଏବଂ 1961 ମସିହାରେ ତାଙ୍କୁ ବିବାହ କରିଥିଲେ । 1998ରେ ତୃତୀୟ ଥର ପାଇଁ, 80 ତମ ଜନ୍ମଦିନରେ, ମାଣ୍ଡେଲା ଗ୍ରେସ୍ ମେକଲେଙ୍କୁ ବିବାହ କରିଥିଲେ।
  • ମାଣ୍ଡେଲା ମଧ୍ୟ କ୍ରୀଡା ପ୍ରତି ଆଗ୍ରହୀ ଥିଲେ । ବକ୍ସିଂ ଏବଂ କ୍ରିକେଟ ମ୍ୟାଚର ହବି ବ୍ୟତୀତ ସେ 2010 ଫୁଟବଲ ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ ପ୍ରତିନିଧିତ୍ବ କରିବାକୁ ପଦକ୍ଷେପ ନେଇଥିଲେ । ସେ ଦକ୍ଷିଣ ଆଫ୍ରିକାରେ 2010 ବିଶ୍ବକପର ସମାରୋହରେ ମଧ୍ୟ ଯୋଗ ଦେଇଥିଲେ ।

ନେଲସେନ ମାଣ୍ଡେଲାଙ୍କ କିଛି ଅମୃତ ବାଣୀ: -

  • ବକ୍ସିଂକୁ ଭଲ ପାଉଥିବା ମଣ୍ଡେଲା ତାଙ୍କ ଜୀବନୀ 'ଲଙ୍ଗ୍ ୱାକ୍ ଟୁ ଫ୍ରିଡମ୍'ରେ ଲେଖିଛନ୍ତି ଯେ 'ବକ୍ସିଂରେ କୌଣସି ଭେଦଭାବ ନାହିଁ '। ରିଙ୍ଗ ଭିତରେ ଅବସ୍ଥାନ, ବୟସ, ରଙ୍ଗ ଏବଂ ସମ୍ପତ୍ତିର କୌଣସି ଗୁରୁତ୍ବ ରହିନଥାଏ ।
  • ମାଣ୍ଡେଲା କହୁଥଲେ ଯେ 'ଦୁନିଆର କୌଣସି ଶକ୍ତି ଦଳିତ ଲୋକଙ୍କ ଗତିବିଧିକୁ ନଷ୍ଟ କରିପାରିବ ନାହିଁ ଯେଉଁଥିରେ ସେମାନେ ଲୋକ ବିରୋଧୀ ଶକ୍ତି ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି' ।
  • 'ବିକାଶ ଏବଂ ଶାନ୍ତି କେବେ ବି ଅଲଗା ହୋଇପାରିବ ନାହିଁ । ଶାନ୍ତି ଏବଂ ଆନ୍ତର୍ଜାତୀୟ ସୁରକ୍ଷା ବିନା କୌଣସି ଦେଶ ନିଜର ଗରିବ ଏବଂ ପଛୁଆ ନାଗରିକଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ କିଛି କରିପାରିବ ନାହିଁ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 19, 2021, 8:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.