ETV Bharat / bharat

ଆଲୋଚନା ସଫଳ, କରନାଲ ଆନ୍ଦୋଳନ ପ୍ରତ୍ୟାହୃତ କଲେ ଚାଷୀ ସଂଗଠନ

author img

By

Published : Sep 11, 2021, 2:13 PM IST

ଭାରତୀୟ କିଶାନ ୟୁନିୟନ ଅଧ୍ୟକ୍ଷ ଓ ହରିୟାଣ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଜି (ଶନିବାର) ଆଲୋଚନା କରିବା ପରେ ହଟିଛି କରନାଲରେ ଚାଲିଥିବା ଚାଷୀ ଆନ୍ଦୋଳନ । ଅଧିକ ପଢନ୍ତୁ...

Negotiations successful
Negotiations successful

ନୂଆଦିଲ୍ଲୀ/ଗାଜିଆବାଦ: ଭାରତୀୟ କିଶାନ ୟୁନିୟନ ଅଧ୍ୟକ୍ଷ ଗୁରନାମ ସିଂ ଚାଦୁନୀ ଓ ହରିୟାଣା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେବେନ୍ଦ୍ର ସିଂ ଆଜି (ଶନିବାର) କରନାଲରେ ଚାଲିଥିବା ଆନ୍ଦୋଳନୁ ନେଇ ଆଲୋଚନା କରିଥିଲେ । ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଛି ଚାଷୀ ସଂଗଠନ ।

ସରକାରଙ୍କ ପକ୍ଷରୁ ଆଲୋଚନାରେ ସାମିଲ ହୋଇଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେବେନ୍ଦ୍ର ସିଂ କହିଛନ୍ତି, ଆନ୍ଦୋଳନରତ ଚାଷୀଙ୍କ ସହ ଆମେ ଏକାଧିକ ଥର ଆଲୋଚନା କରିଛୁ । କୃଷକ ସଂଗଠନର ଦାବି ପ୍ରତି ସରକାର ବିଚାର କରୁଛନ୍ତି । ସେହିପରି ସରକାର ଏସଡିଏମ ଆୟୁଷ ସିହ୍ନାଙ୍କ ବିରୋଧରେ ତଦନ୍ତ କରିବେ । ତଦନ୍ତ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ସମିତି ଗଠନ କରିବେ । ଏହାସହ ଏସଡିଏମ ଆୟୁଷଙ୍କୁ ତଦନ୍ତ ଶେଷ ହେବା ଯାଏଁ ଛୁଟିରେ ପଠାଯିବ ।

ସେହିପରି କୃଷକ ସଂଗଠନର ଦ୍ବିତୀୟ ଦାବି ମୃତ୍ୟୁ ବରଣ କରଥିବା ୨ କୃଷକଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରୀ ଦେବାକୁ ସରକାର ପଦକ୍ଷେପ ନେବେ । ଅନ୍ୟପଟେ ଆଲୋଚନାକୁ ନେଇ କିଶାନ ୟୁନିୟନ କହିଛି, ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି । ସରକାର ଆମ ଦାବି ବିଚାର କରଥିବାରୁ ଆମେ ଖୁସି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.