ETV Bharat / bharat

ପ୍ରକାଶ ପାଇଲା NEET UG ପରୀକ୍ଷା ଫଳ, ପ୍ରଥମ ସ୍ଥାନରେ ୩

author img

By

Published : Nov 1, 2021, 10:20 PM IST

Updated : Nov 1, 2021, 10:37 PM IST

ଚଳିତ ବର୍ଷର NEET UG ପରୀକ୍ଷା ଫଳ ପ୍ରକାଶିତ । neet.nta.nic.in ରେ ଫଳାଫଳ ଜାଣିପାରିବେ ଛାତ୍ରଛାତ୍ରୀ । ଏଥିର ଦେଶବ୍ୟାପୀ ପରୀକ୍ଷା ଦେଇଥିଲେ ୧୬ ଲକ୍ଷ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ..

ପ୍ରକାଶ ପାଇଲା NEET UG ପରୀକ୍ଷା ଫଳ
ପ୍ରକାଶ ପାଇଲା NEET UG ପରୀକ୍ଷା ଫଳ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଚଳିତବର୍ଷର NEET-UG ପରୀକ୍ଷା ଫଳ । ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ବାରା ଆୟୋଜିତ ଅଣ୍ଡର ଗ୍ରାଜୁଏଟ ମେଡିକାଲ ଶିକ୍ଷା ପାଇଁ ଉଦ୍ଦିଷ୍ଟ ଏହି ପ୍ରବେଶିକା ପରୀକ୍ଷାର ଫଳାଫଳ ଘୋଷଣା ହୋଇଛି । ମ୍ରିନାଲ କୁଟେରୀ, ତନ୍ମୟ ଗୁପ୍ତା ଓ କାର୍ତିକା ଜି ନାୟର ୭୨୦ ମାର୍କ ସହିତ ରାଙ୍କ ୧ରେ ରହିଛନ୍ତି । ଜାତୀୟ ପରୀକ୍ଷା ଏଜେନ୍ସିର ନିଜସ୍ବ ଓ୍ବେବସାଇଟ neet.nta.nic.in ରେ ଅଂଶ ଗ୍ରହଣକାରୀ ଛାତ୍ରଛାତ୍ରୀ ନିଜ ଫଳାଫଳ ସମ୍ପର୍କରେ ଜାଣିପାରିବେ । ପରୀକ୍ଷାର୍ଥୀଙ୍କ ଅପ୍ଲିକେସନ ନମ୍ବର କିମ୍ବା ଜନ୍ମ ତାରିଖ ଦ୍ବାରା ଏହି ଫଳାଫଳ ଉପଲବ୍ଧ ହେଉଛି ।

ଏହି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ଗତ ସେପ୍ଟେମ୍ବର ୧୨ ତାରିଖରେ ଅନୁଷ୍ଠିତ ହୋଇଥିଲା । ପରୀକ୍ଷା ପାଇଁ ଦେଶର ବିଭିନ୍ନ ସ୍ଥାନରେ କେନ୍ଦ୍ର କରାଯାଇଥିବାବେଳେ ପ୍ରାୟ ୧୬ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ତେବେ ଆଜି ଫଳାଫଳ ପ୍ରକାଶ ପାଇବା ପରେ ମେଡିକାଲ କାଉନସିଲିଂ କମିଟି ଓ ଅନ୍ୟ କାଉନସିଲିଂ ଅଥରିଟି MBBS ପାଠ୍ୟକ୍ରମ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଆରମ୍ଭ କରିବେ । ପରୀକ୍ଷାର୍ଥୀ ହାସଲ କରିଥିବା ରାଙ୍କ ଅନୁସାରେ ପରବର୍ତ୍ତୀ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 1, 2021, 10:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.