ETV Bharat / bharat

କୋର୍ଟରେ ସ୍ଥାନୀୟ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଆବଶ୍ୟକ: PM Modi - ମୁଖ୍ୟମନ୍ତ୍ରୀ ମୁଖ୍ୟ ବିଚାରପତି ମିଳିତ ସମ୍ମିଳନୀ

ସ୍ଥାନୀୟ ଭାଷାରେ କୋର୍ଟ କାର୍ଯ୍ୟ ହେଲେ ଏହା ସାଧାରଣ ଲୋକଙ୍କର ଆସ୍ଥାଭାଜନ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ସ୍ଥାନୀୟ ଭାଷାରେ କୋର୍ଟ କାର୍ଯ୍ୟ ବିଶ୍ବାସଭାଜନତା ବଢାଇବ: PM Modi

author img

By

Published : Apr 30, 2022, 6:18 PM IST

ନୂଆଦିଲ୍ଲୀ: ସ୍ଥାନୀୟ ଭାଷାରେ ହେଉ କୋର୍ଟ କାର୍ଯ୍ୟ । ଫଳରେ ଏହା ସାଧାରଣ ଲୋକଙ୍କର ଆସ୍ଥାଭାଜନ ହୋଇପାରିବ । ଭାଷାଗତ ଭାବେ ସାଧାରଣ ଲୋକଟିଏ ନ୍ୟାୟିକ ବ୍ୟବସ୍ଥା ସହ ଉତ୍ତମ ଭାବେ ଯୋଡି ହୋଇପାରିବ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ଶନିବାର) ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନ୍ୟାୟିକ ବ୍ୟବସ୍ଥା ଓ ଏଥିରେ ସ୍ଥାନୀୟ ଭାଷାର ଭୂମିକା ନେଇ ଏହି ମତ ରଖିଛନ୍ତି ।

ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ କୋର୍ଟରେ ସ୍ଥାନୀୟ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଆବଶ୍ୟକତା ରହିଛି । ଏହା କେବଳ ସାଧାରଣ ଲୋକଙ୍କ ବିଶ୍ବାସ ବଢାଇବ ତାହା ନୁହେଁ ବରଂ ନ୍ୟାୟିକ ବ୍ୟବସ୍ଥା ସହ ସେମାନଙ୍କୁ ଉତ୍ତମ ରୂପେ ଯୋଡି ପାରିବ । ସେହିପରି ତ୍ବରିତ ସମୟରେ ନ୍ୟାୟ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସେ ପରାମର୍ଶ ଦେଇଥିଲେ । 2015 ରେ କେନ୍ଦ୍ର ସରକାରଙ୍କ ଦ୍ବାରା 1800 ଆଇନ ଅପ୍ରାସଙ୍ଗିକ ହୋଇଯାଇଥିବା ଚିହ୍ନଟ ହୋଇଥିଲା । ସେଥିମଧ୍ୟରୁ କେନ୍ଦ୍ର 1,450ଟିକୁ ଉଚ୍ଛେଦ କରିଥିବା ବେଳେ ରାଜ୍ୟମାନେ ମାତ୍ର 75 ଟି ନିୟମକୁ ଉଚ୍ଛେଦ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ଆମେ ସ୍ବାଧୀନତାର 75 ବର୍ଷ ପାଳନ କରୁଛୁ । ଏହି ଅବସରରେ ଆମର ନ୍ୟାୟିକ ବ୍ୟବସ୍ଥା ଆହୁରି ତ୍ବରିତ ଓ ସାଧାରଣ ଲୋକଙ୍କ ପାଖରେ ଶୀଘ୍ର ଉପଲବ୍ଧ ହେବା ଉଚିତ । ଆମ ଦେଶରେ ନ୍ୟାୟିକ ବ୍ୟବସ୍ଥା ଆମ ସମ୍ବିଧାନିକ ବ୍ୟବସ୍ଥାର ଅଭିଭାବକ ପରି ତଦାରଖ କରିଥାଏ । ତେଣୁ ଏହି ନ୍ୟାୟିକ ବ୍ୟବସ୍ଥାରେ ସାଧାରଣ ଲୋକ ଯୋଡି ହେବା ସହ ଏହାକୁ ସେମାନଙ୍କ ବିଶ୍ବାସଭାଜନ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନର ଉଲ୍ଲେଖ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.