ETV Bharat / bharat

Rajya Sabha Election: ଆସନ ସଂଖ୍ୟା ବଜାୟ ରଖିବା NDA ପାଇଁ ଆହ୍ବାନ, BJP ରଣନୀତି ଉପରେ ନଜର - ରାଜ୍ୟସଭା ଆସନ ନିର୍ବାଚନ

ଆସନ୍ତା ମାସ ତଥା ଜୁନରୁ ଅଗଷ୍ଟ ମଧ୍ୟରେ କାର୍ଯ୍ୟକାଳ ସରୁଥିବା 57 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ଆସନ୍ତା ଜୁନ 10 ତାରିଖରେ ଭୋଟ ଗ୍ରହଣ ହେବ । ଓଡିଶା ଓ ତେଲେଙ୍ଗାନାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅଧିକ ପଢନ୍ତୁ

Rajya Sabha ସଫଳତା ଲକ୍ଷ୍ୟରେ NDA, BJP ରଣନୀତି ଉପରେ ନଜରElection
Rajya Sabha Electionସଫଳତା ଲକ୍ଷ୍ୟରେ NDA, BJP ରଣନୀତି ଉପରେ ନଜର
author img

By

Published : May 16, 2022, 3:35 PM IST

ନୂଆଦିଲ୍ଲୀ: ଆସନ୍ତା ମାସ ତଥା ଜୁନରୁ ଅଗଷ୍ଟ ମଧ୍ୟରେ କାର୍ଯ୍ୟକାଳ ସରୁଥିବା 57 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ଆସନ୍ତା ଜୁନ 10 ତାରିଖରେ ଭୋଟ ଗ୍ରହଣ ହେବ । ସେହିପରି ଓଡିଶା ଓ ତେଲେଙ୍ଗାନାରେ ଗୋଟିଏ ଲେଖାଏଁ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମଇ 30ରେ ଓଡିଶା ଓ ଜୁନ 13ରେ ତେଲେଙ୍ଗାନାରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ମିଶାଇ ମୋଟ 15 ରାଜ୍ୟରେ 59 ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା କରୁଛନ୍ତି । 59 ଟି ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ପାଖରେ 25ଟି ଆସନ ରହିଛି । ସହଯୋଗୀ ଜନତା ଦଳ ୟୁନାଇଟେଡ (JDU) ପାଖରେ 2ଟି ଓ AIADMK ପାଖରେ 3ଟି ଆସନ ରହିଛି । ଏନଡିଏ ପାଖରେ 59ର ଆସନରୁ 31ଟି ଆସନ ରହିଛି ।

ବିଜେପି ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି । ଏନଡିଏ ପାଇଁ ଏହି 31ଟି ସିଟ୍ ବଜାୟ ରଖିବା ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ହେବ କାରଣ ବିଧାନସଭା ଗଣନା ଅନୁଯାୟୀ ଏଥର 7-9 ସିଟ୍ ହରାଇପାରେ । ବିଜେପି ରଣନୀତି ଉପରେ ଫୋକସ ଦେଇଛି ଏନଡିଏ । ଅନ୍ୟ ପଟେ, ୟୁପିଏ (United Progressive Alliance) ସଂଖ୍ୟା 13, କଂଗ୍ରେସ 8, ଡିଏମକେ (3), ଶିବସେନା, ଏବଂ ଜାତୀୟ କଂଗ୍ରେସ ଦଳ ଗୋଟିଏରେ ପହଞ୍ଚିପାରେ । ତେଣୁ ଏହା ସ୍ପଷ୍ଟ ଯେ ୟୁପିଏ ଏଥର 2-4 ସିଟ୍ ହାସଲ କରିପାରେ । ବିହାରରେ ଏନଡିଏ ହାତରୁ ଗୋଟିଏ ସିଟ ଖସି ଯାଇପାରେ । ବିଜେପି ମଧ୍ୟ ଏଥର ମଧ୍ୟ ଦୁଇଜଣ ସଦସ୍ୟଙ୍କୁ ରାଜ୍ୟସଭାକୁ ପଠାଇପାରେ ।

ଜୁନ ଓ ଅଗଷ୍ଟ ମାସ ମଧ୍ୟରେ 15 ରାଜ୍ୟର 57 ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏହି 57 ଆସନ ମଧ୍ୟରେ ଉତ୍ତର ପ୍ରଦେଶରୁ 11 ସାଂସଦ, ମହାରାଷ୍ଟ୍ର ଓ ତାମିଲନାଡୁରୁ 6 ଲେଖାଏଁ ସାଂସଦ, ବିହାରରୁ 5, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ରାଜସ୍ଥାନରୁ 4 ଲେଖାଏଁ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ସେହିପରି ମଧ୍ୟପ୍ରଦେଶ ଓ ଓଡିଶାରୁ 3 ଲେଖାଏଁ, ତେଲେଙ୍ଗାନା, ଛତିଶଗଡ, ପଞ୍ଜାବ, ଝାଡଖଣ୍ଡ, ହରିୟାଣାରୁ 2 ଜଣ ଲେଖାଏଁ ସାଂସଦ ଅବସର ନେବେ । ଏହି ତାଲିକାରେ ଉତ୍ତରାଖଣ୍ଡରୁ ଜଣେ ସାସଂଦ ରହିଛନ୍ତି । ମଇ 27 ତାରିଖରେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ । 31 ତାରିଖରେ ନାମାଙ୍କନ ଦାଖଲ ଓ ଜୁନ ପହିଲାରେ ନାମାଙ୍କନପତ୍ର ଯାଞ୍ଚ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.