ETV Bharat / bharat

‘ସାଧାରଣ ଜନତାଙ୍କ ବିକାଶ ପାଇଁ ଏନଡିଏ ପ୍ରତିଶ୍ରୃତିବଦ୍ଧ’

author img

By

Published : Nov 3, 2021, 2:04 PM IST

ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ବିଜେପି ଓ ଏନଡିଏ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଏନେଇ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଜା । ନଡ୍ଡା କହିଛନ୍ତି ଯେ ସାଧାରଣ ଜନତାଙ୍କ ସାମଗ୍ରିକ ବିକାଶ ପାଇଁ ଦଳ ପ୍ରତିବଦ୍ଧ। ଅଧିକ ପଢନ୍ତୁ...

ସାଧାରଣ ଜନତାଙ୍କ ବିକାଶ ପାଇଁ ଏନଡିଏ ପ୍ରତିଶ୍ରୃତିବଦ୍ଧ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ବିଜେପି ଓ ଏନଡିଏ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଏନେଇ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ଜେପି ନଡ୍ଡା । ନଡ୍ଡା କହିଛନ୍ତି ଯେ ସାଧାରଣ ଜନତାଙ୍କ ସାମଗ୍ରିକ ବିକାଶ ପାଇଁ ଦଳ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦଳ ଲୋକଙ୍କ ପାଇଁ କାମ କରୁଛି । ଏନେଇ ସେ ଏକ ଟୁଇଟ ମଧ୍ୟ କରିଛନ୍ତି । ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଅନ୍ତୋଦୟ ମନ୍ତ୍ର ଅନୁସାରେ ସାଧାରଣ ଲୋକଙ୍କ ସାମଗ୍ରିକ ବିକାଶ ପାଇଁ ନିରନ୍ତର କାର୍ଯ୍ୟକରିବା ପାଇଁ ପ୍ରତିବଦ୍ଧ। ଲୋକସଭା ଏବଂ ବିଧାନସଭା ଉପ-ନିର୍ବାଚନରେ ଦଳର ବିଜୟ ପାଇଁ ସେ ବିଜୟ ପ୍ରାର୍ଥୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

ଆସାମରେ ହୋଇଥିବା ଉପନିର୍ବାଚନରେ ବିଜେପି ସମସ୍ତ ପାଞ୍ଚଟି ଆସନ ହାସଲ କରିଛି । ମଧ୍ୟପ୍ରଦେଶରେ ବିଜେପି ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଦୁଇଟି ଏବଂ ଖଣ୍ଡୱା ଲୋକସଭା ଆସନରେ ବିଜୟ ଲାଭ କରିଛି। ବିହାରରେ,ଉଭୟ ତାରାପୁର ଏବଂ କୁଶେଶ୍ୱର ବିଧାନସଭା ଆସନ ବଜାୟୀ ହୋଇଛି ଏନଡିଏ । କର୍ଣ୍ଣାଟକରେ ବିଜେପି ସିନ୍ଦଗି ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବାବେଳେ ଦଳ ହଙ୍ଗଲ ଆସନରେ କଂଗ୍ରେସକୁ ହରାଇଛି।

ହିମାଚଳ ପ୍ରଦେଶରେ ବିଜେପିକୁ ଝଟାକ ଲାଗିଛି । ଅକ୍ଟୋବର 30ରେ କଂଗ୍ରେସ ଦଳ ତିନିଟି ବିଧାନସଭା ଆସନ ଜିତିଥିବାରୁ ବିଜେପି ଏଥିରୁ ବାଦ ପଡିଛି । ସେହିଭଳି ରାଜସ୍ଥାନର ଧରିଆୱାଡ ଏବଂ ଭାଲାବନଗର ବିଧାନସଭାରେ କଂଗ୍ରେସର ଜିତାପଟ ହୋଇଛି । ସେହିପରି ପଶ୍ଚିମବଙ୍ଗର ସମସ୍ତ ଚାରିଟି ବିଧାନସଭା ଆସନରେ ଶାସକ ଟିଏମସି ଉପନିର୍ବାଚନରେ ​​ବିଜୟୀ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.