ETV Bharat / bharat

ମହିଳାଙ୍କ ପାଇଁ ଅସୁରକ୍ଷିତ ଦିଲ୍ଲୀ, ପ୍ରତିଦିନ 3 ଦୁଷ୍କର୍ମ ମାମଲା, ଓଡ଼ିଶା ସ୍ଥିତି ଉଦବେଗଜନକ

author img

By ETV Bharat Odisha Team

Published : Dec 5, 2023, 3:50 PM IST

Updated : Dec 5, 2023, 4:11 PM IST

NCRB Report : ପ୍ରକାଶ ପାଇଲା ଏନସିଆରବି ରିପୋର୍ଟ । ମହିଳାମାନଙ୍କ ବିରୋଧରେ ବଢିଛି ଅପରାଧିକ ମାମଲା । ଦିଲ୍ଲୀ ମହିଳାମାନଙ୍କ ପାଇଁ ସବୁଠୁ ଅସୁରକ୍ଷିତ ସ୍ଥାନ । ଓଡିଶାରେ ବି ସ୍ଥିତି ଉଦବେଗଜନକ । ଅଧିକ ପଢନ୍ତୁ...

ମହିଳାଙ୍କ ପାଇଁ ଅସୁରକ୍ଷିତ ଦିଲ୍ଲୀ
ମହିଳାଙ୍କ ପାଇଁ ଅସୁରକ୍ଷିତ ଦିଲ୍ଲୀ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ମହିଳାମାନଙ୍କ ପାଇଁ ସବୁଠୁ ଅସୁରକ୍ଷିତ ସ୍ଥାନ । 2022 ମସିହାରେ ଏଠାରେ ପ୍ରତିଦିନ 3ଟି ଦୁଷ୍କର୍ମ ମାମଲା ଦାୟର ହୋଇଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ପକ୍ଷରୁ 2022 ବର୍ଷରେ ଘଟିଥିବା ଅପରାଧିକ ରିପୋର୍ଟ ଜାରି କରାଯାଇଛି । ଯେଉଁଥିରେ ଏଭଳି ସାଂଘାତିକ ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଦିଲ୍ଲୀର ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ସେଠାରେ ମହିଳାଙ୍କ ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) 2022 ମସିହାର ନିଜର ବାର୍ଷିକ ରିପୋର୍ଟ ଜାରି କରିଛି । ଯେଉଁଥିରେ ପୂର୍ବ ବର୍ଷ ଅପେକ୍ଷା ମହିଳାଙ୍କ ବିରୋଧରେ ଅପରାଧ 4 ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଯାଇଛି । ତେବେ 2022ରେ 4 ଲକ୍ଷ 45 ହଜାର 256 ଅପରାଧିକ ମାମଲା ଦାୟର ହୋଇଛି । 3 ଡିସେମ୍ବରରେ ଏନସିବି ପକ୍ଷରୁ ରିପୋର୍ଟ ଜାରି କରାଯାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ ପୂର୍ବ ବର୍ଷ ଅପେକ୍ଷା 2022ରେ ଶିଶୁ, ଅନୁସୂଚିତ ଜାତି(ଏସସି), ଅନୁସୂଚିତ ଜନଜାତି( ଏସଟି) ଓ ସାଇବର ଅପରାଧ ବିରୋଧରେ ମାମଲା ବୃଦ୍ଧି ହୋଇଛି । ସାରା ଦେଶରେ ପ୍ରମୁଖ ସହର ଓ ରାଜ୍ୟରେ ହୋଇଥିବା ଅପରାଧିକ ମାମଲାକୁ ନେଇ ଏହି ତଥ୍ୟ ଜାରି କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. କାମରୁ ବାହାର କରିଦେବା ଧମକ ଦେଇ ବିଦେଶୀ ମହିଳା DJଙ୍କୁ 5ବର୍ଷ ଧରି ଦୁଷ୍କର୍ମ

ଦିଲ୍ଲୀରେ ସ୍ଥିତି ଗମ୍ଭୀର: ଏନସିଆରବି ରିପୋର୍ଟ ଅନୁଯାୟୀ, ମହିଳାମାନଙ୍କ ପାଇଁ ଭାରତର ସବୁଠୁ ଅସୁରକ୍ଷିତ ସ୍ଥାନ ହେଉଛି ଦିଲ୍ଲୀ । ଏଠାରେ 2022ରେ 1 ହଜାର 204ଟି ଦୁଷ୍କର୍ମ ମାମଲା ଦାୟର ହୋଇଛି । ତେବେ ଏହି ମାମଲା ସାରା ଦେଶରେ ମହିଳା ବିରୁଦ୍ଧରେ ହୋଇଥିବା ଅପରାଧ ମାମଲାର 31.20 ପ୍ରତିଶତ ଅଟେ । ଏହି ରିପୋର୍ଟ ଅନୁସାରେ, 2022ରେ ପ୍ରତିଦିନ 3ଟି ଦୁଷ୍କର୍ମ ଅଭିଯୋଗ ଆସିଛି । ସେହିଭଳି 20 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ରହୁଥିବା 19ଟି ମହାନଗରୀରେ 2022 ମସିହାରେ 48ହଜାର 755ଟି ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧ ମାମଲା ଦାୟର ହୋଇଛି । ଯେଉଁଥିରେ ଦିଲ୍ଲୀରେ ସଂଖ୍ୟା ସବୁଠୁ ଅଧିକ ରହିଛି । ଦିଲ୍ଲୀରେ 14 ହଜାର 158 ଅଭିଯୋଗ ସାମ୍ନାକୁ ଆସିଛି ।

ତେବେ ଦାୟର ହୋଇଥବା ସର୍ବମୋଟ ମାମଲା ମଧ୍ୟରେ 31.4 ପ୍ରତିଶତ ସ୍ବାମୀ କିମ୍ବା ସମ୍ପର୍କୀୟଙ୍କ ଦ୍ବାରା ଦିଆଯାଇଥିବା ଅତ୍ୟାଚାର ବିରୋଧରେ ଏଫଆଇଆର ଅଟେ । ଯାହା ଘରୋଇ ହିଂସା ଶ୍ରେଣୀରେ ଆସୁଛି । ଏହାପରେ 19.2 ପ୍ରତିଶତ ମହିଳାଙ୍କୁ ଅପହରଣ କରାଯାଇଥିବା ମାମଲା ଦାୟର ହୋଇଛି । ତେବେ ଏଭଳି ରିପୋର୍ଟକୁ ଦେଖିଲେ ସର୍ବସାଧାରଣ ସ୍ଥାନରେ ମହିଳାମାନେ କେତେ ସୁରକ୍ଷିତ ତାହା ଦର୍ଶାଉଛି ! ରିପୋର୍ଟ କରାଯାଇଥିବା ଅପରାଧିକ ମାମଲା ମଧ୍ୟରେ କେବଳ ଦୁଷ୍କର୍ମ ମାମଲା ରହିଛି 7. 1 ପ୍ରତିଶତ ।

ଏହାମଧ୍ୟ ପଢନ୍ତୁ..ସୁରତରେ ଅମାନୁଷିକ କାଣ୍ଡ, ୪ ବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର

ଏନସିଆରବି ରିପୋର୍ଟ ଅନୁଯାୟୀ, ମହିଳାଙ୍କ ବିରୋଧରେ ସବୁଠୁ ଅଧିକ ଅପରାଧ ଘଟିଛି ଉତ୍ତରପ୍ରଦେଶ ଜିଲ୍ଲାରେ । ଏଠାରେ 2022ରେ 65ହଜାର 743ଟି ମାମଲା ଦାୟର ହୋଇଛି । ଦ୍ବିତୀୟରେ ମହାରାଷ୍ଟ୍ର ଓ ତୃତୀୟରେ ରହିଛି ରାଜସ୍ଥାନ । ମହାରାଷ୍ଟ୍ର ଓ ରାଜସ୍ଥାନରେ ଯଥାକ୍ରମେ 45 ହଜାର 331 ଓ 45ହଜାର 058 ଅଭିଯୋଗ ସାମ୍ନାକୁ ଆସିଛି ।

ଓଡିଶାର ସ୍ଥିତି ବି ଉଦବେଗଜନକ: ତେବେ ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ବି ମହିଳାମାନଙ୍କ ସୁରକ୍ଷା ଉଦବେଗଜନକ ରହିଛି । ମହିଳାଙ୍କ ବିରୋଧରେ ଅପରାଧିକ ମାମଲା ଦାୟରରେ ସପ୍ତମ ସ୍ଥାନରେ ରହିଛି ଓଡିଶା । ଏଠାରେ 2022ରେ 7ହଜାର 327ଟି ନିର୍ଯାତନା ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ ସେଥିମଧ୍ୟରୁ 14ଟି ଦୁଷ୍କର୍ମ ଓ ପରେ ହତ୍ୟା ମାମଲା ରହିଛି ।

ବ୍ୟିରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 5, 2023, 4:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.