ମୁମ୍ବାଇ: ପୁଣି ଏକାଠି ହେବେ କି ଦାଦା ପୁତୁରା । ମିଶି ଯିବକି ମନ । ଶରଦ ପାୱାର ଦେଇଥିବା ବୟାନକୁ ଏମିତି କିଛି ସଙ୍କେତ ମିଳୁଛି । ଗତ ଜୁଲାଇ 3 ତାରିଖରେ ହଠାତ ମହାରାଷ୍ଟ୍ର ରାଜନୀତି ଗଣିତ ଓଲଟପାଲଟ ହୋଇଯାଇଥିଲା । ଦାଦାଙ୍କୁ ଧୋକା ଦେଇଥିଲେ ପୁତୁରା । ଏନସିପି ଦୁଇଫାଳ ହୋଇଥିଲା । ଦାଦା ଶରଦ ପାୱାରଙ୍କୁ ଧୋକା ଦେଇ ନାଟକୀୟ ଢଙ୍ଗରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ପୁତୁରା ଅଜିତ ପାୱାର। ଏହା ପରେ ଏନସିପିରେ ଫାଟ ସୃଷ୍ଟି ହୋଇଥିଲା । ଏହାର ମାସେ ପରେ ଦାଦା ଶରଦ ପାୱାର କହିଛନ୍ତି ଆମ ଭିତରେ କିଛି ବିବାଦ ନାହିଁ । ଅଜିତ ପାୱାର ଆଜି ବି ଆମେ ନେତା ।
ଏନସିସିରେ ଅଜିତ ପାୱାରଙ୍କ ଗୋଷ୍ଠୀ କ୍ଷମତାକୁ ଆସିବା ପରେ କିଛି ବଡ ଖବର ସାମ୍ନାକୁ ଆସିଛି । ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି, ''ଅଜିତ ପାୱାର ଆମ ନେତା । ଏନସିପିରେ କୌଣସି ଫାଟ କି ସମସ୍ୟା ନାହିଁ । ଗୋଟିଏ ଦଳରେ କେତେବେଳ ଫାଟ ହୁଏ ଯେବେ ଏକ ବଡ ଦଳ ଜାତୀୟ ସ୍ତରରେ ଦଳଠାରୁ ଅଲଗା ହୁଏ । ଏନସିପିରେ ସେହିପରି କୌଣସି ପରିସ୍ଥିତି ନାହିଁ । ହଁ କିଛି ନେତା ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମାତ୍ର ତାହାକୁ ବିଭାଜନ କୁହାଯାଇପାରିବ ନାହିଁ । ଗଣତନ୍ତ୍ରରେ ସେମାନେ ଏହା କରିପାରିବେ ।''
ପୂର୍ବରୁ ପୁଣେରେ ଏକ କାର୍ଯ୍ୟକ୍ରମରେ ଏନସିପି ସୁପ୍ରିମୋ କହିଥିଲେ,''ଦଳର କିଛି ନେତା ଦଳ ବଦଳାଇ ସିନ୍ଦେ ସରକାର ଓ ବିଜେପି ସରକାରରେ ମିଳିବାକୁ ଯାଇଥିଲେ । ନିକଟରେ ଆମର କିଛି ନେତା ବିଜେପି ସହ ହାତ ମିଳାଇଥିଲେ କହିଥିଲେ ଆମେ ବିକାଶ ସମସ୍ୟା ନେଇ ଦଳ ସହ ମିଶିଛୁ । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଇଡି ତଦନ୍ତର ସମ୍ମୁଖୀନ ହେବାକୁ ପଡିଛି ।'' ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଖମୁଖଙ୍କୁ ପ୍ରଶଂସା କରି ଶରଦ ପାୱାର କହିଛନ୍ତି, ଅନୀଲ ଦେଶମୁଖଙ୍କ ପରି କିଛି ନେତା ଜେଲ ଯିବାକୁ ଗ୍ରହଣ କରିଥାନ୍ତି ଏବଂ 14ମାସ ବିତାଇଛନ୍ତି । ତଦନ୍ତ ଅଟକାଇବାକୁ ତାଙ୍କୁ ମଧ୍ୟ ବିଜେପିରେ ଯୋଗ ଦେବାକୁ ଅଫର ମିଳିଥିଲା କିନ୍ତୁ ସେ କିଛି ଅପରାଧ କରି ନାହାନ୍ତି କହିବା ସହ ଆଦର୍ଶକୁ ନହରାଇବାକୁ ବାଛିଥିଲେ । କିଛି ଏନସିପି ନେତା କେନ୍ଦ୍ରୀୟ ଏଜେନ୍ସିଙ୍କଠୁ ଧମକ ପାଇବା ପରେ ବିଜେପି ସହ ହାତ ମିଳାଇଛନ୍ତି ।
ଏହା ବି ପଢନ୍ତୁ...NCP political Crisis: ଭାଇ ସହ କଣ କଳି, ବିଜେପିର ଏ ନାଟ କହିଲେ ସୁପ୍ରିୟା ସୁଲେ
ଏହା ବି ପଢନ୍ତୁ...ଶରଦଙ୍କ ସହ ବୈଠକ ନେଇ ମୁହଁ ଖୋଲିଲେ ଅଜିତ୍, କହିଲେ ରାଜନୀତିର ରଙ୍ଗ ଦିଅନ୍ତୁନି
ଶରଦଙ୍କର ଏହି ବୟାନ ପରେ ବିଜେପି ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ପ୍ରବୀଣ ଦାରେକର କହିଛନ୍ତି, '' ଯଦି କୋର୍ଟରେ ଲଢେଇ କରିବାକୁ ଶରଦ ପାୱାର ଏହି ବିବୃତ୍ତି ଦେଇଛନ୍ତି ତେବେ କୋର୍ଟ ଲଢେଇରେ ଏହା କୌଣସି ପରିବର୍ତ୍ତନ ଆଣିବା ନାହିଁ କାରଣ କୋର୍ଟରେ ସତ୍ୟରୁ ଗୁରୁତ୍ବ ଦିଆଯାଏ । ଶରଦ ପାୱାରଙ୍କର ଏହି ବୟାନ ତାଙ୍କ ଦଳର ବିଜେପିକୁ ସମର୍ଥନ ।''