ETV Bharat / bharat

NCP Panel Rejects Sharad Resignation: ଶରଦ ପାୱାରଙ୍କ ଇସ୍ତଫା ନାମଞ୍ଜୁର

author img

By

Published : May 5, 2023, 12:55 PM IST

Updated : May 5, 2023, 1:01 PM IST

ଶରଦ ପାୱାରଙ୍କ ଇସ୍ତଫା ନାମଞ୍ଜୁର କଲା ଏନସିପି କୋର କମିଟି । ଅଧ୍ୟକ୍ଷ ପଦରେ ରହିବେ ପାୱାର । ଅଧିକ ପଢନ୍ତୁ

ଶରଦ ପାୱାରଙ୍କ ଇସ୍ତଫା ନାମାଞ୍ଜୁର
ଶରଦ ପାୱାରଙ୍କ ଇସ୍ତଫା ନାମାଞ୍ଜୁର

ମୁମ୍ବାଇ: ବରିଷ୍ଠ ଏନସିପି ନେତା ଶରଦ ପାୱାରଙ୍କ ଇସ୍ତଫା ନାମଞ୍ଜୁର ହୋଇଛି । ଏନସିପି କୋର କମିଟି ବୈଠକରେ ତାଙ୍କର ଇସ୍ତଫା ନାମଞ୍ଜୁର କରାଯାଇଛି । ଗତ ୨ ତାରିଖରେ ଶରଦ ପାୱାର ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାକୁ ଦଳୀୟ ନେତା ବିରୋଧ କରିଥିଲେ । ପାୱାର ନିଜର ଇସ୍ତଫା ଫେରାଇ ନିଅନ୍ତୁ ବୋଲି ଦାବି କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଏକ ପ୍ରସ୍ତାବ ଆଣି ଏନସିପି କୋର କମିଟି ତାଙ୍କର ଇସ୍ତଫା ଅଗ୍ରାହ୍ୟ କରିଦେଇଛି । ଏହାସହିତ ଅଧ୍ୟକ୍ଷ ପଦ ବଜାୟ ରଖିବାକୁ ପାୱାରଙ୍କୁ ନିବେଦନ କରିଛି କମିଟି ।

ଏନସିପି ଉପାଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ କହିଛନ୍ତି, ନୂଆ ଅଧ୍ୟକ୍ଷ ଚୟନ କରିବାକୁ ଶରଦ ପାୱାର ଗୋଟିଏ କମିଟି ଗଠନ କରିଥିଲେ । ଆଜିର ବୈଠକରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଅଣାଯାଇ ପାୱାରଙ୍କ ଇସ୍ତଫା ଆଗ୍ରାହ୍ୟ କରାଯାଇଛି । ଶରଦ ପାୱାର ଦଳୀୟ ସଦସ୍ୟଙ୍କୁ ନଜଣାଇ ଅଧ୍ୟକ୍ଷ ପଦ ଛାଡିବାକୁ ଘୋଷଣା କରିଥିଲେ । ତାଙ୍କର ନିଷ୍ପତ୍ତିକୁ ଏନସିପି ନେତାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ନାପସନ୍ଦ କରି ତାଙ୍କୁ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ, ଶରଦ ପାୱାରଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଆଜି ମୁମ୍ବାଇ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ କୋରି କମିଟି ବୈଠକ ବସିଥିଲା । ପାୱାରଙ୍କୁ ଅଧ୍ୟକ୍ଷ ପଦ ଜାରି ରଖିବାକୁ ପ୍ରଫୁଲ ପଟେଲ ବୈଠକରେ ପ୍ରସ୍ତାବ ରଖିଥିଲେ । ଶେଷରେ କମିଟି ଏହି ପ୍ରସ୍ତାବକୁ ଗ୍ରହଣ କରି ତାଙ୍କର ଇସ୍ତଫା ନାମଞ୍ଜୁର କରିଛି । ଏନସିପି କୋର କମିଟିରେ ଅଜିତ ପାୱାର, ସୁପ୍ରିୟା ସୁଲେ, ପ୍ରଫୁଲ୍ଲ ପଟେ ଏବଂ ଭୁଜବଳ ପ୍ରମୁଖ ସଦସ୍ୟ ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Manipur violence: ହିଂସାଗ୍ରସ୍ତ ମଣିପୁରରେ ସୁଧୁରୁଛି ସ୍ଥିତି, ବାହାର ରାଜ୍ୟରୁ ସେନା ପଠାଯାଉଛି

୧୯୯୯ ମସିହାରେ ଶରଦ ପାୱାର ଏନସିପି ଗଠନ କରିଥିଲେ । ଦୀର୍ଘ ୨୪ ବର୍ଷ ହେବ ସେ ଏନସିପି ଅଧ୍ୟକ୍ଷ ଥିଲେ । କିନ୍ତୁ ଗତ ମଙ୍ଗଳବାର ଦିନ ହଠାତ୍ ପାୱାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଦଳକୁ ନୂଆ ନେତୃତ୍ବର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ତାଙ୍କର ଇସ୍ତଫା ପରେ କିଏ ନୂଆ ଅଧ୍ୟକ୍ଷ ହେବ ସେନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲି ଥିବାବେଳେ ଶରଦ ପାୱାରଙ୍କ ଇସ୍ତଫାକୁ ଦଳୀୟ କର୍ମୀ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 5, 2023, 1:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.