ETV Bharat / bharat

ହନୁମାନ ଚାଳିଶା ବିବାଦ: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ହନୁମାନ ଚାଳିସା ପଢ଼ିବାକୁ ଅନୁମତି ମାଗିଲେ କଂଗ୍ରେସ କର୍ମୀ - ମୋଦିଙ୍କ ବାସଭବନ ଆଗରେ ହନୁମାନ ଚାଳିସା ପଢ଼ିବାକୁ ଅନୁମତି ମାଗିଲେ କଂଗ୍ରେସ କର୍ମୀ

ହନୁମାନ ଚାଳିଶାକୁ ନେଇ ଜାରି ରହିଛି ତୀବ୍ର ରାଜନୀତି । ମହାରାଷ୍ଟ୍ରର ପରେ ଦିଲ୍ଲୀକୁ ଏହି ପ୍ରସଙ୍ଗ ପହଞ୍ଚିଛି। ରାଷ୍ଟ୍ରବାଦୀ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା ଫହମିଦା ହସନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ସହ ଧାର୍ମିକ ପାଠ କରିବାକୁ ନିବେଦନ କରିଛନ୍ତି । ଅଧିକ ପଢ଼ନ୍ତୁ

ncp leader fahmida hassan writes a letter to seeting permission to read hanuman chalisa outside pm residence
ହନୁମାନ ଚାଳିସା ବିବାଦ: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ହନୁମାନ ଚାଳିସା ପଢ଼ିବାକୁ ଅନୁମତି ମାଗିଲେ କଂଗ୍ରେସ କର୍ମୀ
author img

By

Published : Apr 25, 2022, 2:53 PM IST

ମୁମ୍ବାଇ: ହନୁମାନ ଚାଳିଶାକୁ ନେଇ ଜାରି ରହିଛି ତୀବ୍ର ରାଜନୀତି । ମହାରାଷ୍ଟ୍ରର ପରେ ଦିଲ୍ଲୀରେ ଏହି ପ୍ରସଙ୍ଗ ପହଞ୍ଚିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପାଠ କରିବାକୁ ଚେତାବନୀ ଦେଇ ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣା ଗିରଫ ହୋଇଛନ୍ତି । ଏହାରି ଭିତରେ ରାଷ୍ଟ୍ରବାଦୀ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା ଫହମିଦା ହସନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ସହ ଧାର୍ମିକ ପାଠ କରିବାକୁ ନିବେଦନ କରିଛନ୍ତି ।

  • I've asked HM Amit Shah for permission to chant prayers of every religion in front of PM Modi's residence. If Hindutva, Jainism elevates for country's benefit to reduce inflation, unemployment, starvation,I'd like to do it:NCP Mumbai north district working pres Fahmida Hasan Khan pic.twitter.com/QN4rtOheiJ

    — ANI (@ANI) April 25, 2022 " class="align-text-top noRightClick twitterSection" data=" ">

ଫହମିଦା ହସନ ଚିଠିରେ ଲେଖିଛନ୍ତି, "ମୁଁ ହେଉଛି ଫହମିଦା ହାସନ ଖାନ । କାଣ୍ଡିଭଲୀ ମୁମ୍ବାଇ ମହାରାଷ୍ଟ୍ରରୁ ଆପଣଙ୍କୁ ନିବେଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ସମ୍ମୁଖରେ ନମାଜ, ହନୁମାନ ଚାଳିଶା, ନଭକାର ମନ୍ତ୍ର, ଗୁରୁ ଗ୍ରନ୍ଥ ଧାର୍ମିକ ପାଠ କରିବାକୁ ଅନୁମତି ଦିଅନ୍ତୁ । ଦୟାକରି ତାରିଖ ମୋତେ କୁହନ୍ତୁ"।

ଫହମିଦା ହାସନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ସର୍ବ ଧାର୍ମିକ ପ୍ରାର୍ଥନା କରିବା ପାଇଁ ଅନୁମତି ମାଗିଛି । ଯଦି ଏହା ମାଧ୍ୟମରେ ହିନ୍ଦୁତ୍ବ ଓ ଜୈନଙ୍କୁ ଜାଗ୍ରତ କରାଯାଇପାରିବ, ତେବେ ତାହା କରିବା ଉଚିତ । ଆହୁରି ମଧ୍ୟ କହିଛନ୍ତି ଏଭଳି କରିବା ଦ୍ବାରା ଯଦି ଦେଶରେ ଦରବୃଦ୍ଧି ହ୍ରାସ, ବେକାରୀ ସମସ୍ୟା ଦୂର ହେବ, ଅଥବା ଦେଶ ପାଇଁ ଫଳପ୍ରଦ ହେବ ତେବେ ଏହା ହେବା ଆବଶ୍ୟକତା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.