ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ମହାରାଷ୍ଟ୍ର ନ୍ୟାସନାଲ କଂଗ୍ରେସ ପାର୍ଟି ନେତା ଏକନାଥ ଖଡସେ । ଆଜି(ଗୁରୁବାର) ଖଡସେ ଇଡିରେ ହାଜର ହେବା ପୂର୍ବରୁ ସେ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି ।
ଇଡିରେ ପହଞ୍ଚିବା ପୂର୍ବରୁ ଖାଡସେ କହିଛନ୍ତି ଯେ, 'ସମଗ୍ର ମହାରାଷ୍ଟ୍ର ଦେଖିସାରିଛି କଣ ହେଉଛି । ଏଥିରେ ଯେଉଁ ହୀନ ରାଜନୀତି କରାଯାଉଛି ତାହା ସମସ୍ତେ ଜାଣିଛନ୍ତି । ଏହା ପୂର୍ବରୁ 5 ଥର ତଦନ୍ତ ସରିବା ପରେ ପୁଣି ଆଜି ଇଡିରେ ହାଜର ହେବାକୁ କୁହାଯାଇଛି । ACB ପାଖରେ ତଥ୍ୟହୀନ ରିପୋର୍ଟ ଅଛି ।'
ସୂଚନା ଅନୁଯାୟୀ ଚଳିତ ବର୍ଷ ଜାନୁଆରୀରେ ଅର୍ଥ ଦୁର୍ନୀତି ମାମଲାରେ ଖଡସେଙ୍କୁ ଇଡି ସମନ ଜାରି କରିଥିଲା । ଅନ୍ୟପଟେ ଗତକାଲି(ବୁଧବାର) ତାଙ୍କ ଜ୍ବାଇଁ ଗିରୀଶ ଚୌଧୁରୀଙ୍କୁ ପୁଣେରୁ ଗିରଫ କରିଛି ଇଡି । ତେବେ ଜମି ଦୁର୍ନୀତି ମାମଲାରେ ଗିରୀଶଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।
ଖଡସେ ପ୍ରଥମେ ବିଜେପିରେ ଥିଲେ । ଏହାପରେ ଜମି ଦୁର୍ନୀତି ମାମଲାକୁ ନେଇ 2016 ରେ ଖଡସେଙ୍କୁ ଦେବେନ୍ଦ୍ର ଫଡନାବିସଙ୍କ କ୍ୟାବିନେଟରୁ ଇସ୍ତଫା ଦେବାକୁ ପଡିଥିଲା ।
@ANI