ETV Bharat / bharat

ଓଡିଶା-ଛତିଶଗଡ ସୀମାରେ ବଡ ନକ୍ସଲ ଆକ୍ରମଣ ପଣ୍ଡ: 6 ଆଇଇଡି ସହ ବିପୁଳ ବିସ୍ଫୋରକ ଜବତ

author img

By ETV Bharat Odisha Team

Published : Nov 22, 2023, 5:34 PM IST

Updated : Nov 22, 2023, 5:46 PM IST

ଓଡିଶା-ଛତିଶଗଡ ସୀମାରେ ବଡ ନକ୍ସଲ ଆକ୍ରମଣକୁ ପଣ୍ଡ କଲା ସୁରକ୍ଷାବଳ । ମାଲକାନଗିରି- ବସ୍ତର ସୀମାନ୍ତ ଜଙ୍ଗଲରୁ 6 ଆଇଇଡି ସହ ବିପୁଳ ବିସ୍ଫୋରକ ଜବତ । ବଡ ଆକ୍ରମଣ ଯୋଜନାରେ ଥିଲା ଲାଲବାହିନୀ । ଅଧିକ ପଢନ୍ତୁ

ଓଡିଶା-ଛତିଶଗଡ ସୀମାରେ ବଡ ମାଓ ଆକ୍ରମଣ ପଣ୍ଡ: 6 ଆଇଇଡି ସହ ବିପୁଳ ବିସ୍ଫୋରକ ଜବତ
ଓଡିଶା-ଛତିଶଗଡ ସୀମାରେ ବଡ ମାଓ ଆକ୍ରମଣ ପଣ୍ଡ: 6 ଆଇଇଡି ସହ ବିପୁଳ ବିସ୍ଫୋରକ ଜବତ

ଓଡିଶା-ଛତିଶଗଡ ସୀମାରେ ବଡ ନକ୍ସଲ ଆକ୍ରମଣ ପଣ୍ଡ: 6 ଆଇଇଡି ସହ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ଓଡିଶା-ଛତିଶଗଡ ସୀମାରେ ବଡ ନକ୍ସଲ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ସୁରକ୍ଷାବଳ । ଦୁଇ ରାଜ୍ୟ ସୀମାନ୍ତ ମାଲକାନଗିରି ଓ ସୁକମା ସଲଗ୍ନ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି । ଜବତ ସାମଗ୍ରୀ ମଧ୍ୟରେ ଅନ୍ୟାନ୍ୟ ବିସ୍ଫୋରକ ସହ 6ଟି ଆଇଇଡି ରହିଛି । ତେଣୁ ମାଓବାଦୀମାନେ କୌଣସି ବଡ ଧରଣର ଆକ୍ରମଣ ଯୋଜନାରେ ଥିବା ନେଇ ଜଣାପଡିଛି । ଇନପୁଟ ସୂଚନା ଆଧାରରେ ଉଭୟ ରାଜ୍ୟର ପୋଲିସ ଟିମ ଆଜି (ବୁଧବାର) ମିଳିତ କମ୍ବି ଅପରେସନ କରି ଏହି ସଫଳତା ପାଇଛନ୍ତି ।

ଇନପୁଟ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ:

ଇନପୁଟ୍‌ ସୂତ୍ରରୁ ସୂଚନା ମିଳିବା ପରେ ଛତିଶଗଡର ବସ୍ତର ପୋଲିସ ଓ ମାଲକାନଗିରି ପୋଲିସର ମିଳିତ ଟିମ୍‌ ମାଲକାନଗିରି ଓ ସୁକମା ସଲଗ୍ନ ଜଙ୍ଗଲରେ ଆଜି ପୂର୍ବାହ୍ନରେ କମ୍ବି ଅପରେସନ ଆରମ୍ଭ କରିଥିଲେ । ତେବେ ଏହି ସବୁ ଆଇଇଡି ଜଙ୍ଗଲ ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଲୁଚାଯାଇଥିଲା । ନିୟମିତ କମ୍ବି କରୁଥିବା ସୁରକ୍ଷା ବଳକୁ ଟାର୍ଗେଟ କରିବା ପାଇଁ ଏହି ଯୋଜନା କରିଥିଲେ ନକ୍ସଲ । ତେବେ ଏହି ସବୁ ବିସ୍ଫୋରକକୁ ଜବତ କରାଯାଇଛି । କୌଣସି ମାଓକ୍ୟାମ୍ପ ଠାବ ହେବାର ସୂଚନା ନାହିଁ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଇଇଡି ଭର୍ତ୍ତି 6ଟି ଟିଫିନ, ଏହାକୁ ବିସ୍ଫୋରଣ କରିବା ପାଇଁ ବ୍ୟବହୃତ ବିଦ୍ୟୁତ ତାର, ଗୋଟିଏ ବନ୍ଧୁକ ଓ ଅନ୍ୟ କିଛି ଛୋଟ ବିସ୍ଫୋରକ ଏହି ଜବତ ସାମଗ୍ରୀ ମଧ୍ୟରେ ରହିଛି ।

ଏହା ମଧ୍ୟ ପଢନ୍ତୁ :- ଫସିଥିବା ଶ୍ରମିକଠୁ ମାତ୍ର 18 ମିଟର ଦୂରରେ ରେସ୍କ୍ୟୁ ଟିମ ! ଘଟଣାସ୍ଥଳରେ ପହଞ୍ଚିଲା ଏକାଧିକ ଆମ୍ବୁଲାନ୍ସ

ଦେଶର ସର୍ବାଧିକ ନକ୍ସଲପ୍ରବଣ ସ୍ଥାନ ହେଉଛି ଛତିଶଗଡର ସୁକମା,ବସ୍ତର, ବିଜାପରୁ ଓ ଓଡିଶାର ମାଲକାନଗିରି ପ୍ରମୁଖ ସ୍ଥାନ । ନିକଟ କିଛି ବର୍ଷ ମଧ୍ୟରେ ଏହି ସବୁ ସ୍ଥାନରେ ଏକାଧିକ ଆଇଇଡି ଓ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଛନ୍ତି ନକ୍ସଲ । ନକ୍ସଲ ଦମନ ପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିଛନ୍ତି । ନିୟମିତ ଜଙ୍ଗଲରେ ସର୍ଚ୍ଚ ଓ କମ୍ବି ଅପରେସନ ମଧ୍ୟ ଜାରି ରହିଛି । ଏହାରି ମଧ୍ୟରେ ଲାଲବାହିନୀ ମଧ୍ୟ ଆଇଇଡି ଓ ଲ୍ୟାଣ୍ଡମାଇନ ବିଛାଇ ଆମ୍ବୁସ କରି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଥାନ୍ତି । ଅନେକ ସମୟରେ ନକ୍ସଲ ଆକ୍ରମଣରେ ଯବାନ ଶହୀଦ ମଧ୍ଯ ହୁଅନ୍ତି । ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ଛତିଶଗଡ ଓ ଓଡିଶାର କିଛି ସ୍ଥାନରେ ନକ୍ସଲଙ୍କ ଉପସ୍ଥିତିକୁ ମମ୍ପୂର୍ଣ୍ଣ ମୂଳୋତ୍ପାଟନ କରାଯାଇପାରନି । ଏବେ ନକ୍ସଲଙ୍କ ଆଉ ଏକ ବଡ ଆକ୍ରମଣ ଯୋଜାନକୁ ସୁରକ୍ଷାବଳ ପଣ୍ଡ କରିବାରେ ସଫଳତା ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 22, 2023, 5:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.