ETV Bharat / bharat

କେନ୍ଦ୍ର ସରକାରଙ୍କୁ ନକ୍ସଲଙ୍କ ଚିଠି, ହିଟ ଆଣ୍ଡ ରନ ଆଇନ ପ୍ରତ୍ୟାହାର କର

author img

By ETV Bharat Odisha Team

Published : Jan 13, 2024, 8:24 PM IST

Naxalites Appealed To Central Government: କେନ୍ଦ୍ର ସରକାରଙ୍କୁ ନକ୍ସଲଙ୍କ ଚିଠି । ହିଟ ଆଣ୍ଡ ରନ ଆଇନ ପ୍ରତ୍ୟାହାର କର । ରାସ୍ତା ନିର୍ମାଣ କର । ଅଧିକ ପଢନ୍ତୁ

ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ନକ୍ସଲ

ରାୟପୁର: ବିଭିନ୍ନ ଦାବି ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲା ନକ୍ସଲ ସଂଗଠନ । ନକ୍ସଲଙ୍କ ପଶ୍ଚିମ-ବସ୍ତର ଡିଭିଜନ 6 ସୂତ୍ରୀ ଦାବି ପୂରଣ କରିବାକୁ କେନ୍ଦ୍ର ସରକାରଙ୍କୁ ଏହି ଚିଠି ଲେଖିଛି । ଯେଉଁଥିରେ କେନ୍ଦ୍ର ସରକାରଙ୍କ ବିବାଦୀୟ ହିଟ୍ ଆଣ୍ଡ ରନ୍ ଆଇନ୍ ପ୍ରତ୍ୟାହାର କରିବା ସହିତ ସଡ଼କ ନିର୍ମାଣରେ ଦୁର୍ନୀତି, ସଡ଼କ ନିର୍ମାଣରେ ତ୍ରୁଟି ସୁଧାରିବା, ଖରାପ ରାସ୍ତାଗୁଡ଼ିକର ତୁରନ୍ତ ମରାମତି, ଟ୍ରକ ଡ୍ରାଇଭର ଓ ସେମାନଙ୍କ ପରିବାରର ଉତ୍ତମ ସୁରକ୍ଷା ପ୍ରଦାନ କରିବା ପାଇଁ ଦାବି ହୋଇଛି । ଏହା ସହ ସଂଗଠନ ଏହି ହିଟ ଆଣ୍ଡ ରନ ଆଇନକୁ ସମ୍ପୂର୍ଣ୍ଣ ଅନ୍ୟାୟପୂର୍ଣ୍ଣ ବୋଲି ମଧ୍ୟ କହିଛି । କେନ୍ଦ୍ର ସରକାର ଯଦି ଏହାକୁ ପ୍ରତ୍ୟାହାର ନକରନ୍ତି, ତେବେ ଏହା ବିରୋଧରେ କେବଳ ଟ୍ରକ ଡ୍ରାଇଭର ସଂଘ ନୁହନ୍ତି ବରଂ ଗରିବ ଓ ସାଧାରଣ ଲୋକଙ୍କୁ ସାମିଲ ହେବାକୁ ସଂଗଠନ ଆହ୍ବାନ ମଧ୍ୟ ଦେଇଛି ।

ପ୍ରଥମ ଥର ରାସ୍ତା ନିର୍ମାଣ ନିବେଦନ:-

ଏହା ବ୍ୟତୀତ ନକ୍ସଲ ସଂଗଠନ କର୍ପୋରେଟ ହାଉସ ପାଇଁ ସରକାର ଲାଗୁ କରିଥିବା ଫାସିବାଦୀ ନୀତିକୁ ବିରୋଧ କରିବାକୁ ସାଧାରଣ ଲୋକଙ୍କୁ ଆହ୍ବାନ ଦେଇଛି । ସରକାରଙ୍କ ପିଲିସି କର୍ପୋରେଟ ହାଉସର ସ୍ବାର୍ଥରେ ବୋଲି ସଂଗଠନ କହିଛି । ଏହି ଦାବି ମଧ୍ୟରେ ଉକ୍ତ ଅଞ୍ଚଳରେ ରାସ୍ତା ନିର୍ମାଣ ଓ ଖରାପ ରାସ୍ତାର ମରାମତି ପାଇଁ ମଧ୍ୟ ନିବେଦନ ରହିଛି । ତେବେ ସବୁବେଳେ ରାସ୍ତା ଓ ଭିତ୍ତିଭୂମି ନିର୍ମାଣକୁ ବିରୋଧ କରୁଥିବା ଲାଲବାହିନୀ ପ୍ରଥମ ଥର ଏହି ନିବେଦନ ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଚର୍ଚ୍ଚା ହେଉଛି ।

କେନ୍ଦ୍ର ସରକାରଙ୍କ ବିବାଦୀୟ ନୂତନ ନିୟମକୁ ବିରୋଧ କରି ନିକଟରେ ସାରା ଦେଶରେ ଟ୍ରକ ଡ୍ରାଇଭରମାନେ ଧର୍ମଘଟ କରିଥିଲେ । ଦେଶର ବିଭିନ୍ନ ରାଜ୍ୟ ଓ ସହରରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ସରକାରଙ୍କ ସହ ଆଲୋଚନା ପରେ ଡ୍ରାଇଭର ସଂଘ ଧାରଣା ପ୍ରତ୍ୟାହାର କରିବାକୁ ସହମତ ହୋଇଥିଲେ । ତେବେ ଏହାକୁ ନକ୍ସଲ ସଂଗଠନ ସମର୍ଥନ କରିଛି । ସରକାର ଯଦି ଏହି ନିୟମ ପ୍ରତ୍ୟାହାର ନକରନ୍ତି, ତେବେ ଆନ୍ଦୋଳନ ବ୍ୟାପକ ହେବ ଓ ଟ୍ରକ ଡ୍ରାଇଭରଙ୍କ ସହ ସାଧାରଣ ଲୋକେ ମଧ୍ୟ ଆନ୍ଦୋଳନରେ ସାମିଲ ହେବା ନେଇ ଚେତାବନୀ ଦେଇଛି ଲାଲବାହିନୀ ।

ଏହା ମଧ୍ୟ ପଢନ୍ତୁ :- ପର୍ଯ୍ୟଟକଙ୍କ ନଜରରେ ଲାକ୍ଷାଦ୍ବୀପ, ଅଧିକ ବିମାନ ଉଡାଇବ ଆଲିଆନ୍ସ ଏୟାର

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନକ୍ସଲମାନେ ସାଧାରଣତଃ ରାସ୍ତା ଓ ପୋଲ ପରି ଯୋଗାଯୋଗ ଭିତ୍ତିଭୂମି ନିର୍ମାଣକୁ ତୀବ୍ର ବିରୋଧ କରନ୍ତି । ଏହି ଭିତ୍ତିଭୂମି ପ୍ରତିଷ୍ଠା ହେବା ଫଳରେ ପୋଲିସ ଓ ସୁରକ୍ଷା ବଳ ନକ୍ସଲ ବିରୋଧୀ ଅଭିଯାନକୁ ପ୍ରଭାବୀ କରୁଥିବାରୁ ସେମାନେ ରାସ୍ତା ଓ ମୋବାଇଲ ଟାଓ୍ବାରକୁ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଉଡାଇ ଦେଇଥାନ୍ତି । ହେଲେ ଏବେ ବସ୍ତର ପରି କୁଖ୍ୟାତ ମାଓ ଡିଭିଜନ ସରକାରଙ୍କୁ ଏପରି ଚିଠି ଲେଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.