ETV Bharat / bharat

ଏସପିଙ୍କ ଦବଙ୍ଗଗିରି, କାମରେ ଅବହେଳା କରିବାକୁ 5 ପୋଲିସଙ୍କୁ ହାଜତରେ କଲେ ଭର୍ତ୍ତି

author img

By

Published : Sep 11, 2022, 12:53 PM IST

Updated : Sep 11, 2022, 1:06 PM IST

କାମରେ ଅବହେଳା ଯୋଗୁଁ ୫ ଜଣ ପୋଲିସ ଅଧିକାରୀଙ୍କୁ ଦୁଇ ଘଣ୍ଟା ହାଜତରେ ଭର୍ତ୍ତି କଲେ ଏସପି । ଅଧିକ ପଢନ୍ତୁ

୫ ପୋଲିସ ଅଫିସରକୁ ଦୁଇ ଘଣ୍ଟା ହାଜତରେ ଭର୍ତ୍ତି କଲେ ଏସପି

ପାଟନା: ପୋଲିସକୁ ହାଜତରେ ଭର୍ତ୍ତି କଲା ପୋଲିସ । କାମରେ ଅବହେଳା ଯୋଗୁଁ ଏସପି(SP) ୫ ଜଣ ପୋଲିସ ଅଧିକାରୀଙ୍କୁ ହାଜତ ଭିତରେ ବନ୍ଦ କରିଛନ୍ତି । ତାହା ପୁଣି ଦୀର୍ଘ ୨ ଘଣ୍ଟା ସମୟ ପାଇଁ । ସମସ୍ତଙ୍କୁ ତାଜୁବ କଲାଭଳି ଏହିଭଳି କିଛି ଘଟଣା ଘଟିଛି ବିହାରର ନୱାଦା ଥାନାରେ । ଏସ୍‌ପି ବାବୁ ନୱାଦା ଥାନାର ଇନ୍ସପେକ୍ଟରଙ୍କ ସମେତ ୫ ଜଣ ପୋଲିସକର୍ମୀଙ୍କୁ ଦୁଇ ଘଣ୍ଟା ହାଜତରେ ବନ୍ଦ କରିଦେବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ଯାହା ସୂଚନା ମିଳିଛି, ଗତ ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ଏହି ଘଟଣା ଘଟିଥିଲା । ଏସପି(Superintendent of Police) ଗୌରବ ମାଙ୍ଗଲା ଡ୍ୟୁଟି ସମୟରେ ନୱାଦା ଥାନାରେ ପହଞ୍ଚିଥିଲେ । ଥାନାରେ ପହଞ୍ଚି ସେ ଷ୍ଟେସନ ଡାଏରୀ ଯାଞ୍ଚ କରିବାକୁ ମାଗିଥିଲେ । କିନ୍ତୁ ଏହି ଡାଏରୀଟି ଅପଡେଟ୍ ହୋଇ ନଥିଲା । ଯେଉଁ କାରଣରୁ ଏସପିଙ୍କୁ ଖୁବ୍ ଜୋରରେ ରାଗ ଆସିଥିଲା ଏବଂ ସେ ଏସଆଇ ଶତ୍ରୁଘ୍ନ ପାସୱାନ, ଏସଆଇ ରାମପରେଖା ସିଂହ, ଏଏସଆଇ ସନ୍ତୋଷ ପାସୱାନ, ଏଏସଆଇ ସଞ୍ଜୟ ସିଂହ ଏବଂ ରାମେଶ୍ବର ଉରାଂବଙ୍କ ଉପରେ ବର୍ଷିଥିଲେ । ଏହାପରେ ୫ ଜଣଙ୍କୁ ପ୍ରାୟ ଦୁଇ ଘଣ୍ଟା ଯାଏଁ ଥାନା ହାଜତରେ ବନ୍ଦ କରିଦେଇଥିଲେ । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି ।

ଏସପିଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ବିହାର ପୋଲିସ ଆସୋସିଏସନ ନିନ୍ଦା କରିଛି । ଆସୋସିଏସନର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ସିଂହ କହିଛନ୍ତି, ''ଏସପି ପୀଡିତ ପୋଲିସ କର୍ମୀଙ୍କ ଉପରେ ଚାପ ପକାଇ ମାମଲା ଦବାଇବାକୁ ଚେଷ୍ଟା କରୁଛନ୍ତି । ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ପ୍ରତ୍ୟେକ ଥାନାରେ ସିସିଟିଭି ଲାଗିଛି । ଏହି ସିସିଟିଭି ଯାଞ୍ଚ କଲେ ପ୍ରକୃତ ସତ ଘଟଣା ପଦାକୁ ଆସିବ ।'' ତେବେ ଏସପି ସିସିଟିଭ ଫୁଟେଜ ନଷ୍ଟ କରିପାରନ୍ତି ବୋଲି ସନ୍ଦେହ କରିଛନ୍ତି ମୃତ୍ୟୁଞ୍ଜୟ ସିଂହ । ଆସୋସିଏସନ ଏହି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି ।

ଏହାମଧ୍ୟ ପଢନ୍ତୁ: ଅଭିନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ରିଷ୍ଣନାମ ରାଜୁଙ୍କ ପରଲୋକ

ପୋଲିସ ହାଜତରେ ବନ୍ଦ ରହିବା ଘଟଣା ବିହାର ଇତିହାସରେ ପ୍ରଥମ ଅଟେ । ଏହା ଜନମାନସରେ ପୋଲିସ ଛବି ମଳିନ କରିଛି ଏବଂ ସମସ୍ତ ପୋଲିସ ଅଧିକାରୀମାନେ ଏଥିରେ ମର୍ମାହତ ହୋଇଛନ୍ତି । ଏହି ଘଟଣା ବ୍ରିଟିଶ ଶାସନ ସମୟକୁ ମନେ ପକାଇ ଦେଇଥିବା ମୃତ୍ୟୁଞ୍ଜୟ ସିଂହ କହିଛନ୍ତି ।

Last Updated : Sep 11, 2022, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.