ETV Bharat / bharat

ରଞ୍ଜିତ ସାଗର ଡ୍ୟାମରେ ଦୁର୍ଘଟଣାଗ୍ରସ୍ତ ଧୃବକୁ ଖୋଜିବ ସବମେରାଇନ ଟିମ

author img

By

Published : Aug 14, 2021, 9:32 PM IST

ଅଗଷ୍ଟ 3 ତାରିଖରେ ରଞ୍ଜିତ ସାଗର ଡ୍ୟାମରେ ଖସିପଡିଥିବା ଭାରତୀୟ ବାୟୁସେନାର ଧ୍ରୁବ ହେଲିକପ୍ଟରର ଧ୍ବଂସାବଶେଷ ଠାବ କରିବା ପାଇଁ ସେନା ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ଭାରତୀୟ ନୌସେନା । ସବମେରାଇନ ରେସକ୍ୟୁ ୟୁନିଟର ସ୍ବତନ୍ତ୍ର ଅଭିଯାନ ଆରମ୍ଭ । ଅଧିକ ପଢନ୍ତୁ...

ରଞ୍ଜିତ ସାଗର ଡ୍ୟାମରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଠାବ ପାଇଁ ସବମେରାଇନ ରେସକ୍ୟୁ ୟୁନିଟର ସ୍ବତନ୍ତ୍ର ଅଭିଯାନ

ଶ୍ରୀନଗର: ଅଗଷ୍ଟ 3 ତାରିଖରେ ରଞ୍ଜିତ ସାଗର ଡ୍ୟାମରେ ଖସିପଡିଥିବା ଭାରତୀୟ ବାୟୁସେନାର ଧ୍ରୁବ ହେଲିକପ୍ଟରର ଧ୍ବଂସାବଶେଷ ଠାବ କରିବା ପାଇଁ ନୌସେନା ସର୍ଚ୍ଚ ଅପରେସନକୁ ଜୋରଦାର କରିଛି । ହେଲିକପ୍ଟର ଉଡାଉଥିବା ଦୁଇ ପାଇଲଟ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏବଂ କ୍ୟାପଟେନଙ୍କ ମୃତଦେହ ମଧ୍ୟ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ । ତେବେ ଉଦ୍ଧାର କାର୍ଯ୍ୟ ଚାଲୁରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସଫଳତା ମିଳିନାହିଁ ।

ତେବେ ଆଜି ସବମେରାଇନ ରେସକ୍ୟୁ ୟୁନିଟର ସ୍ବତନ୍ତ୍ର ସର୍ଚ୍ଚ ଅଭିଯାନ ଆରମ୍ଭ ହୋଇଛି । ପ୍ରାୟ ୮୦ ରୁ ୧୦୦ ମିଟର ଗଭୀରରେ ଦୁର୍ଘଟଣାଗ୍ରସ୍ତ ବିମାନର ଯନ୍ତ୍ରାଂଶ ଠାବ ହେବା ନେଇ ସୂଚନା ମିଳିବା ପରେ ଅନୁସନ୍ଧାନ ଜାରି ରଖିଛି ନୌସେନାର ସବମେରାଇନ ରେସକ୍ୟୁ ୟୁନିଟ ।

ଅଗଷ୍ଟ 13 ଏବଂ 14 ମଧ୍ୟରାତ୍ରିରେ ଏକ ସ୍ବତନ୍ତ୍ର ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିବା ପାଇଁ ବିଶାଖାପାଟନମରୁ ପଠାନକୋଟ ବାୟୁସେନା ଷ୍ଟେସନକୁ ଜଳଭଣ୍ଡାରରେ ଉଦ୍ଧାର ପାଇଁ ଭାରୀ ଯନ୍ତ୍ରପାତି ପଠାଇ ଥିଲା । ଅଗଷ୍ଟ 11 ରେ, ଜଳଭଣ୍ଡାରରୁ ପ୍ରାୟ 80 ମିଟର ଗଭୀରତାରେ ଧୃବର ଭଗ୍ନାବଶେଷ ଚିହ୍ନଟ ହୋଇଥିବା ସୂଚନା ଦେଇଥିଲା ଭାରତୀୟ ସେନା । ଏହା ପରେ ସବମେରାଇନର ସ୍ବତନ୍ତ୍ର ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.