ETV Bharat / bharat

ନଅ ମାସର ସାଢେ 8 ଲକ୍ଷ ଟଙ୍କା ବିଦ୍ୟୁତ ବିଲ ପଇଠ କରିନାହାଁନ୍ତି ନବଜୋତ ସିଂ ସିଦ୍ଧୁ

author img

By

Published : Jul 2, 2021, 4:43 PM IST

ଲକ୍ଷାଧିକ ଟଙ୍କାର ବିଦ୍ୟୁତ ବିଲ ପଇଠ କରିନାହାଁନ୍ତି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଗତ 9 ମାସ ହେଲା ସେ ନିଜ ବିଦ୍ୟୁତ ବିଲ ପୈଠ କରି ନଥିବା ଜଣାପଡିଛି । ଅଧିକ ପଢନ୍ତୁ...

Navjot Sidhu has not paid 8 lakh 68 thousand bills
ବିଦ୍ୟୁତ ବିଲ ପୈଠ କରିନାହାଁନ୍ତି ସିଦ୍ଧୁ,

ଚଣ୍ଡିଗଡ: ଲକ୍ଷାଧିକ ଟଙ୍କାର ବିଦ୍ୟୁତ ବିଲ ପଇଠ କରିନାହାଁନ୍ତି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଏଭଳି ସାଂଘାତିକ ତଥ୍ୟ ସାମନାକୁ ଆସିଛି । ଗତ 9 ମାସ ହେଲା ସେ ବିଦ୍ୟୁତ ବିଲ ପଇଠ କରି ନଥିବା ଜଣାପଡିଛି । ନିକଟରେ ପଞ୍ଜାବ ବିଦ୍ୟୁତ ବିଭାଗରେ ଦିଲ୍ଲୀ ମଡେଲ ଅପଣାଇବାକୁ ନେଇ ଟ୍ବିଟ କରିଥିଲେ ସିଦ୍ଧୁ ।

Navjot Sidhu has not paid 8 lakh 68 thousand bills
ବିଦ୍ୟୁତ ବିଲ ପୈଠ କରିନାହାଁନ୍ତି ସିଦ୍ଧୁ, 8 ଲକ୍ଷ 68 ହଜାର ଟଙ୍କା ପୈଠ କରିନାହାଁନ୍ତି

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ଲଢେଇ ମଧ୍ୟରେ ସିଦ୍ଧୁ ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟର ସବସିଡି ବ୍ୟବସ୍ଥାକୁ ସମାଲୋଚନା କରିବା ସହ ସେ ବିଦ୍ୟୁତ ବିଭାଗକୁ ନେଇ ପ୍ରଶ୍ନ କରିଥିଲେ । ପଞ୍ଜାବ ସରକାର ବିଦ୍ୟୁତ ବିଭାଗରେ 9000 କୋଟି ଟଙ୍କାର ସବସିଡି ବ୍ୟବସ୍ଥା କରିଛନ୍ତି । ସେପଟେ ଦିଲ୍ଲୀ ସରକାର ମାତ୍ର 1699 କୋଟି ଟଙ୍କାର ସବସିଡି ବ୍ୟବସ୍ଥା କରିଛନ୍ତି । ଦିଲ୍ଲୀ ସରକାର ଭଳି ବ୍ୟବସ୍ଥା ଆପଣାଇଥିଲେ ରାଜ୍ୟରେ କେବଳ 1600-2000 କୋଟି ଟଙ୍କା ମଧ୍ୟରେ ବିଦ୍ୟୁତ ସବସିଡି କରାଯାଇପାରିଥାନ୍ତା ଏବଂ ରାଜ୍ୟର ବିକାଶ କାର୍ଯ୍ୟରେ ସେମାନଙ୍କ ଅର୍ଥକୁ ଉପଯୋଗ କରାଯାଇପାରିବ ବୋଲି ସିଦ୍ଧୁ ଟ୍ବିଟ କରିଥିଲେ ।

ସେପଟେ ସିଦ୍ଧୁଙ୍କ ବିଦ୍ୟୁତ ବିଲ ପୈଠର ପୋଲ ଖୋଲି ତାଙ୍କୁ ଉତ୍ତର ଦେଇଛନ୍ତି ପଞ୍ଜାବ କଂଗ୍ରେସ ମୁଖପାତ୍ର ରାଜକୁମାର ବେରକା । ସିଦ୍ଧୁଙ୍କ ଅମୃତସର ସ୍ଥିତ ବାସଭବନର ବିଦ୍ୟୁତ ବିଲ ଗତ 9 ମାସ ହେଲା ବକେୟା ରହିଛି । 8 ଲକ୍ଷ 68 ହଜାର ଟଙ୍କା ପଇଠ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି ।

ସୂଚନାଥାଉକି ପଞ୍ଜାବ କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ କ୍ରିକେଟର ରାଜନେତା ନବଜୋତ ସିଂ ସିଦ୍ଧୁ ମଧ୍ୟରେ ଲଢେଇ ଚାଲିଛି । କ୍ଷମତା ଲଢେଇ ଚାଲିଥିବା ମଧ୍ୟରେ ସିଦ୍ଧୁ ଦିଲ୍ଲୀ କଂଗ୍ରେସ ହାଇକମାଣ୍ଡଙ୍କ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି । ଏପଟେ ରାଜ୍ୟରେ ବିରୋଧୀ ଦଳ ନେତା ତଥା ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲ ସିଦ୍ଧୁକୁ ମିସଗାଇଡେଡ୍ ମିସାଇଲ ବୋଲି କହିଛନ୍ତି । ସେ କୌଣସି ଦଳରେ ତିଷ୍ଠିବା ଲୋକ ନୁହେଁ, କେତେବେଳ ବିଜେପି ତ ପୁଣି କେତେବେଳେ କଂଗ୍ରେସ । ଏହା ସହ ସେ କ୍ରିକେଟ କ୍ୟାରିୟରରେ ମଧ୍ୟ ସବୁବେଳେ ଲଢେଇ ଝଗଡା କରିଛନ୍ତି ବୋଲି ସୁଖବୀର କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.