ETV Bharat / bharat

10 ମାସ ପରେ ଜେଲରୁ ବାହାରିବେ ନବଜୋତ ସିଂ ସିଦ୍ଧୁ

author img

By

Published : Apr 1, 2023, 4:41 PM IST

10 ମାସ ପରେ ଜେଲରୁ ବାହାରିବେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । 34 ବର୍ଷ ତଳ ମାମଲାରେ ହୋଇଥିଲେ ଗିରଫ । ଅଧିକ ପଢନ୍ତୁ

10 ମାସ ପରେ ଜେଲରୁ ବାହାରିବେ ନବଜୋତ ସିଂ ସିଦ୍ଧୁ
10 ମାସ ପରେ ଜେଲରୁ ବାହାରିବେ ନବଜୋତ ସିଂ ସିଦ୍ଧୁ

ଚଣ୍ଡିଗଡ: ପ୍ରାୟ 10 ମାସ ଜେଲରେ ରହିବା ପରେ ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ନବଜୋତ ସିଂ ସିଦ୍ଧୁ ଆଜି(ଶନିବାର) ଜେଲରୁ ବାହାରିବେ । 34 ବର୍ଷ ତଳେ ସେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ଜେଲ୍‌ରେ ଥଲେ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଜି ସଂଧ୍ୟାରେ ସେ ଜେଲରୁ ବାହାରିବେ । ଏହି ମାମଲାରେ ଗତବର୍ଷ 59 ବର୍ଷୀୟ କଂଗ୍ରେସ ନେତା ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରଯାଇଥିଲା । ଜେଲରୁ ବାହାରିବା ପରେ ସେ ଜେଲ୍‌ ସମ୍ମୁଖରେ ଏକ ପ୍ରେସମିଟ ମଧ୍ୟ କରିପାରନ୍ତି ବୋଲି ସୂଚନା ମିଳିଛି ।

ତେବେ ସିଦ୍ଧୁଙ୍କ ଜେଲରୁ ମୁଖୁଳିବା ସୂଚନା ମିଳିବା ପରେ ତାଙ୍କ ସମର୍ଥକମାନେ ଜେଲ ସମ୍ମୁଖରେ ଭିଡ ଜମାଇବାରେ ଲାଗିଛନ୍ତି । ସିଦ୍ଧୁଙ୍କୁ ଦଳ ପକ୍ଷରୁ ମଧ୍ୟ ଭବ୍ୟ ସ୍ବାଗତ କରାଯିବା ନେଇ ବ୍ୟବସ୍ଥା ହୋଇଛି । ଜେଲ ବାହାରେ ଓ ପାର୍ଟି କାର୍ଯ୍ଯାଳୟରେ ପାରମ୍ପରିକ ନୃତ୍ୟ ଓ ସଙ୍ଗୀତ ମଧ୍ୟ ପରିବେଷଣ କରାଯାଉଛି । ତେବେ ସଂଧ୍ୟା ସୁଦ୍ଧା ସେ ଜେଲରୁ ବାହାରିପାରନ୍ତି ବୋଲି ସୂଚନା ମିଳିଛି ।

34 ବର୍ଷ ତଳେ ଘଟିଥିବା ଏହି ଘଟଣାରେ ଗତବର୍ଷ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ତାଙ୍କୁ ଏକବର୍ଷ ଜେଲ ଦଣ୍ଡାଦେଶ ସହ ଆର୍ଥିକ ଜୋରିମାନା ମଧ୍ୟ ଶୁଣାଇଥିଲେ କୋର୍ଟ । ଗତବର୍ଷରୁ 10 ମାସ ହେବ ଜେଲରେ ରହିଥିଲେ ସିଦ୍ଧୁ । ତାଙ୍କ ବ୍ୟବହାର ଓ ଆଚରଣରେ ଭଲ ପ୍ରଦର୍ଶନ ପାଇଁ ଜେଲରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ତାଙ୍କୁ ବାହାର କରାଯାଉଥିବା ମଧ୍ୟ ସୂଚନା ମିଳିଛି ।

1988ରେ ଏହି ଘଟଣା ଘଟିଥିଲା । କାର ପାର୍କିଂକୁ ନେଇ ପଟିଆଲାର ଜଣେ 65 ବର୍ଷୀୟ ବୃଦ୍ଧଙ୍କ ସହ ସିଦ୍ଧୁଙ୍କର ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସିଦ୍ଧୁ ଓ ତାଙ୍କ ସହ କାରରେ ଥିବା ତାଙ୍କ ବନ୍ଧୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ ମାରିଥିବାର ଅଭିଯୋଗ ହୋଇଥିଲା । ବ୍ୟକ୍ତିଜଣଙ୍କ ଗୁରୁତର ହୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତକଙ୍କ ପରିବାର ସଦସ୍ୟ ସିଦ୍ଧୁ ଓ ତାଙ୍କର ବନ୍ଧୁଙ୍କ ବିରୋଧରେ ହତ୍ୟାକାଣ୍ଡ ବୋଲି ଦର୍ଶାଇ ଏତଲା ଦେଇଥିଲେ । ଏହି ମାମଲାର ଶୁଣାଣି ଜାରି ରହିଥିବା ବେଳେ ଗତବର୍ଷ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.