ଚଣ୍ଡିଗଡ଼: ଜେଲରୁ ମୁକୁଳିବେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଆସନ୍ତାକାଲି ପଟିଆଲା ଜେଲରୁ ତାଙ୍କୁ ମୁକ୍ତ କରାଯିବ। ଏନେଇ ନବଜୋତ ସିଦ୍ଧୁ ଟ୍ବିଟର ଆକାଉଣ୍ଟରେ ସୂଚନା ଦିଆଯାଇଛି । ତେବେ ପଞ୍ଜାବ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ରୋଡ ରେଜ୍ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଦଣ୍ଡିତ ହୋଇ ଗତ ବର୍ଷ ମଇ ମାସରୁ ଜେଲରେ ଥିଲେ ନବଜୋତ ସିଦ୍ଧୁ ।
-
This is to inform everyone that Sardar Navjot Singh Sidhu will be released from Patiala Jail tomorrow.
— Navjot Singh Sidhu (@sherryontopp) March 31, 2023 " class="align-text-top noRightClick twitterSection" data="
(As informed by the concerned authorities).
">This is to inform everyone that Sardar Navjot Singh Sidhu will be released from Patiala Jail tomorrow.
— Navjot Singh Sidhu (@sherryontopp) March 31, 2023
(As informed by the concerned authorities).This is to inform everyone that Sardar Navjot Singh Sidhu will be released from Patiala Jail tomorrow.
— Navjot Singh Sidhu (@sherryontopp) March 31, 2023
(As informed by the concerned authorities).
୧୯୮୮ ରୋଡ ରେଜ୍ ମାମଲାରେ ୨୦ ମଇ ୨୦୨୨ରେ ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଦ୍ଧୁଙ୍କୁ ଗୋଟିଏ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ତିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ତାଙ୍କୁ ଆସନ୍ତା ମଇ ୧୮ ତାରିଖ ଯାଏ ଜେଲରେ ରହିବାକୁ ପଡ଼ିବ । କିନ୍ତୁ ଜେଲ୍ ନିୟମ ଅନୁଯାୟୀ, କଏଦୀଙ୍କୁ ପ୍ରତି ମାସରେ ୪ ଦିନ ଛୁଟି ଦିଆଯାଏ । ଦଣ୍ଡାଦେଶ ସମୟରେ ସିଦ୍ଧୁ ଗୋଟିଏ ଦିନ ବି ଛୁଟି ନେଇନଥିଲେ । ଏସବୁକୁ ଦୃଷ୍ଟିରେ ରଖି ୪୮ ଦିନ ପୂର୍ବରୁ ମାର୍ଚ୍ଚ ଶେଷ ସୁଦ୍ଧା ତାଙ୍କୁ ଜେଲ୍ଦଣ୍ଡ ସମାପ୍ତ ହେବ । ତେଣୁ ଆସନ୍ତାକାଲି ସେ ଜେଲ୍ରୁ ମୁକୁଳିବେ ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଥିବା ସିଦ୍ଧୁଙ୍କ ଟ୍ବିଟର ଆକାଉଣ୍ଟ ମାଧ୍ୟମରେ ସୂଚନା ଦିଆଯାଇଛି ।
ପ୍ରକାଶ ଥାଉକି, ଏହା ପୂର୍ବରୁ ଗତ ଜାନୁଆରୀ ୨୬ ତଥା ଗଣତନ୍ତ୍ର ଦିବସ ଅବସରରେ ସିଦ୍ଧୁ ଜେଲରୁ ମୁକୁଳିବା ନେଇ ଖବର ସାମ୍ନାକୁ ଆସିଥିଲା । ଉତ୍ତମ ଆଚରଣ ପାଇଁ ଗଣତନ୍ତ୍ର ଦିବସରେ ଯେଉଁ 50 ଜଣ କଏଦୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ହୋଇଥିଲା ସେଥିରେ ନବଜୋତ ସିଂ ସିଦ୍ଧୁଙ୍କ ନାମ ରହିଥାଇପାରେ ବୋଲି ଆଶା କରାଯାଉଥିଲା । ସିନ୍ଧୁଙ୍କ ଜେଲରୁ ମୁକୁଳିବା ଖବର ପ୍ରକାଶ ପାଇବା ପରେ ତାଙ୍କ ସମର୍ଥକ ବିଶେଷ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସିଦ୍ଧୁଙ୍କୁ କୌଣସି ବଡ ପଦବୀ ମିଳିପାରେ ବୋଲି ମଧ୍ୟ ଅନୁମାନ କରାଯାଉଥିଲା । ମାତ୍ର ଏସବୁ କିଛି ହୋଇପାରିନଥିଲା । ସିଦ୍ଧୁଙ୍କୁ ସ୍ବାଗତ ପାଇଁ ବିରାଟ ବ୍ୟାନର ଏବଂ ହୋଡିଂ ଲଗାଯାଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ହଟାଯାଇଥିଲା ।
୧୯୮୮ ମସିହାର ସିଦ୍ଧୁ ଜଣେ ସାଧାରଣ ଲୋକକୁ ପାର୍କିଂକୁ ନେଇ ପଟିଆଲାରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ପରେ କିଛି ଦିନ ପରେ ସେହି ବ୍ୟକ୍ତିଙ୍କ ମୃତ୍ୟ ପରେ ସିଦ୍ଧୁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ତେବେ ୩୩ ବର୍ଷ ପରେ ଏହି ଘଟଣାର ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । 33 ବର୍ଷ ଧରି ପଡିଥିବା ରୋଡ ରେଜ୍ ମାମଲା ପୁଣି ଥରେ ଖୋଲିଥିଲା । କ୍ରିକେଟରୁ ନେତା ପଲାଟିଥିବା ସିଦ୍ଧୁଙ୍କ ଦଣ୍ଡ ଅବଧି ବୃଦ୍ଧି କରିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ୧୯୮୮ର ରୋଡ ରେଜ ମାମଲାରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଥିବା ନେଇ ସିଦ୍ଧୁଙ୍କ ବିରୋଧରେ ମକଦ୍ଦମା ଚାଲିଥିଲା । ତେବେ ଏହି ମାମଲାରେ ସିଦ୍ଧୁଙ୍କୁ ମାତ୍ର ୧୦୦୦ ଟଙ୍କା ଜରିମାନା ସହିତ ଛାଡି ଦିଆଯାଇଥିଲା । 2022 ମାର୍ଚ୍ଚ 19 ତାରିଖରେ ସିଦ୍ଧୁଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମକୋର୍ଟ । ମଇ 20 ତାରିଖରେ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ ସିଦ୍ଧୁ ।