ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ NCP ମୁଖ୍ୟ ଶରଦ ପାଓ୍ବାର, ଜୋର ଧରିଲା ରାଷ୍ଟ୍ରପତି ପ୍ରାର୍ଥୀ ଚର୍ଚ୍ଚା

author img

By

Published : Jul 17, 2021, 4:10 PM IST

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନ୍ୟାସନାଲ କଂଗ୍ରେସ ପାର୍ଟି (NCP)ମୁଖ୍ୟ ଶରଦ ପାଓ୍ବାର । ଶରଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥାୀ କରିପାରେ ଏନଡିଏ । ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ NCP ମୁଖ୍ୟ ଶରଦ ପାଓ୍ବାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (NCP)ମୁଖ୍ୟ ଶରଦ ପାଓ୍ବାର । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ତେବେ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହି ସାକ୍ଷାତକାର ବେଶ ଗୁରୁତ୍ବ ବହନ କରିପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟ ଏକ ଚର୍ଚ୍ଚା ଅନୁସାରେ NCP ମୁଖ୍ୟ ଶରଦ ପାଓ୍ବାରଙ୍କୁ ଏନଡିଏ ରାଷ୍ଚ୍ରପତି ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ଅନ୍ୟପଟେ ଏହି ଚର୍ଚ୍ଚାକୁ ନିଜେ ଶରଦ ପାଓ୍ବର ଖଣ୍ଡନ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ମାତ୍ର ୨ ଦିନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ ଶରଦଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିବାବେଳେ ଗତ ୧୬ ତାରିଖରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଶରଦଙ୍କୁ ଭେଟି ସାକ୍ଷାତ କରିଥିଲେ। ଘନ ଘନ ବିଜେପିର ବରିଷ୍ଠ ନେତୃମଣ୍ଡଳୀ ଶରଦଙ୍କୁ ଭେଟିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ମଧ୍ୟ ଜୋର ଧରିବାରେ ଲାଗିଛି ।

ଅନ୍ୟ ପଟେ ଆଉ କିଛି ଦିନ ପରେ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେସନରେ ମଧ୍ୟ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଲ ଆଣିପାରେ ଏନଡିଏ ସରକାର । ତେବେ ଏହି ବିଲ ଚର୍ଚ୍ଚା ଓ ପାରିତ ବେଳେ ମଧ୍ୟ ଏନସିପିର ସମର୍ଥନ ଆଶା କରିପାରେ ଏନଡିଏ । ସେହିପରି ମହାରାଷ୍ଟ୍ରରେ ଉଦ୍ଧବ ସରକାର ମୁଖ୍ୟ ସହଯୋଗୀ ଦଳ ଭାବେ ମଧ୍ୟ ଏନସିପି ଅଂଶୀଦାର ରହିଛି । ଏନସିପି ମୁଖ୍ୟଙ୍କ ବରିଷ୍ଠ ବିଜେପି ନେତାଙ୍କ ସହ ସାକ୍ଷାତ ମହାରାଷ୍ଟ୍ର ରାଜନୀତିରେ ମଧ୍ୟ ବଡ ପରବିର୍ତ୍ତନ ଆଣିପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.