ETV Bharat / bharat

୩୭ ବର୍ଷରେ ପାଦ ଦେଲା NSG, କୌଶଳ ଦେଖାଉଛନ୍ତି ବ୍ଲାକ କମାଣ୍ଡୋ

author img

By

Published : Oct 16, 2021, 5:09 PM IST

ଆଜି ଅକ୍ଟୋବର ୧୬ । ୩୭ ବର୍ଷରେ ପାଦ ଦେଲା ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ NSG । ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଲେ ବିଶ୍ବ ସ୍ତରୀୟ ସ୍ବତନ୍ତ୍ର ପ୍ରଶିକ୍ଷିତ ସୁରକ୍ଷା ବଳ ଦେଶର ଗର୍ବ । ଅଧିକ ପଢନ୍ତୁ...

37th raising day ପାଳନ କରୁଛି NSG
37th raising day ପାଳନ କରୁଛି NSG

ନୂଆଦିଲ୍ଲୀ: ବର୍ତ୍ତମାନ ଦେଖାଯାଇଥିବା ଆତଙ୍କବାଦ ସମସ୍ୟା ଓ ଯେକୌଣସି ପରିସ୍ଥିତିରେ ତାହାର ମୁକାବିଲା ପାଇଁ ସ୍ବତନ୍ତ୍ର ଭାବେ ପ୍ରିଶିକ୍ଷିତ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ (NSG) ଆଜି ଚଳିତବର୍ଷ ନିଜର ୩୭ତମ ରାଇଜିଂ ଡେ ପାଳନ କରିଛି । 1986 ମସିହା ଅକ୍ଟୋବର ୧୬ ତାରିଖରେ ପ୍ରତିଷ୍ଠା ହୋଇଥିଲା NSG । ଯାହା ଚଳିତବର୍ଷ ୩୭ ତମ ବର୍ଷରେ ପାଦ ଥାପିଛି । ଆଜି ପ୍ରତିଷ୍ଠା ଦିବସ ଅବସରରେ NSG ପକ୍ଷରୁ ଗୁରୁଗ୍ରାମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ରଣକୌଶଳ ପ୍ରଦର୍ଶନ କରାଯାଇଛି ।

୩୭ ବର୍ଷରେ ପାଦ ଦେଲା NSG

କୌଣସି ଆତଙ୍କବାଦୀ ଆକ୍ରମଣ ସମୟରେ ଫସିଥିବା ଲୋକଙ୍କୁ ଉଦ୍ଧାର ଓ ଆତଙ୍କବାଦୀଙ୍କ ନିପାତ କରିବା ପାଇଁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ ଏହି ସ୍ବତନ୍ତ୍ର ବଳ ଆଜି ତାର ରଣକୌଶଳ ପ୍ରଦର୍ଶନ କରିଛି । ଏହି ଅବସରରେ NSG କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଶାହ କହିଛନ୍ତି, NSG ଯେକୌଣସି ଆହ୍ବାନପୂର୍ଣ୍ଣ ପରିସ୍ଥିତିରେ ଆତଙ୍କବାଦର ମୁକାବିଲା କରିବା ପାଇଁ ବିଶେଷ ଭାବେ ପ୍ରଶିକ୍ଷିତ ବିଶ୍ବ ସ୍ତରୀୟ ଅତ୍ୟାଧୁନିକ ସଶସ୍ତ୍ର ବଳ । ବର୍ତ୍ତମାନ ଦେଶ ପ୍ରତି ଦେଖାଯାଇଥିବା ଆତଙ୍କବାଦ ସମସ୍ୟାରେ ‘ସର୍ବତ୍ର ସର୍ବୋତ୍ତମ ସୁରକ୍ଷା’ ସ୍ଲୋଗାନ ମନ୍ତ୍ର ସହ ପ୍ରଭାବଶାଳୀ ଭାବେ କାର୍ଯ୍ୟ ଜାରି ରଖିଛି NSG । ଦେଶ ଏହି ସ୍ବତନ୍ତ୍ର ପ୍ରଶିକ୍ଷିତ ସଶସ୍ତ୍ର ବାହିନୀ ପାଇଁ ଗର୍ବିତ ବୋଲି ମଧ୍ୟ କହିଛନ୍ତି ଶାହ ।

କଣ ଏହି NSGର ଇତିହାସ:-

1984 ରେ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଆଧାରରେ ଗଠନ କରାଯାଇଥିଲା ଏହି ସ୍ବତନ୍ତ୍ର ସୁରକ୍ଷା ବଳ । ଆତଙ୍କବାଦ ସମସ୍ୟା ଓ ଏହାର ମୁକାବିଲା ଦିଗରେ ଏକ ସ୍ବତନ୍ତ୍ର ପ୍ରଶିକ୍ଷିତ ସଶସ୍ତ୍ର ବଳର ଆବଶ୍ୟକତାକୁ ଦେଖି ୧୯୮୪ ମସିହାରେ ତତ୍କାଳୀନ କେନ୍ଦ୍ର କ୍ୟାବିନେଟ ଏକ "ଫେଡେରାଲ୍ କଣ୍ଟିଜେନ୍ସି ଫୋର୍ସ’ ଗଠନ କରିବା ପାଇଁ ନିଷ୍ପତ୍ତି ନେବା ସହ ପ୍ରକ୍ରିୟା ଆରମ୍ଭ କରିଥିଲେ । 1986 ରେ ସଂସଦରେ ଏହି ବିଲକୁ ମଞ୍ଜୁରୀ ମିଳିବା ସହ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା । ସେହିବର୍ଷ 22 ସେପ୍ଟେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ NSG ଗଠନ କରାଯାଇଥିଲା । ଏହି ସ୍ବତନ୍ତ୍ର ସୁରକ୍ଷାବଳ କେବଳ ନିର୍ଦ୍ଦିଷ୍ଟ ତଥା ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ପରିସ୍ଥିତିରେ ନିୟୋଜିତ ହେବାକୁ ଥିବାବେଳେ ଅନ୍ୟ କୌଣସି ଅର୍ଦ୍ଧସାମରିକ ବଳ କିମ୍ବା ରାଜ୍ୟ ପୋଲିସ ବଳର ଦାୟିତ୍ବ ଗ୍ରହଣ କରେ ନାହିଁ ।

ଏହି ବାହିନୀ ୨ଟି ବିଭାଗକୁ ନେଇ ଗଠିତ । ପ୍ରଥମଟି ସ୍ପେଶାଲ୍ ଆକ୍ସନ୍ ଗ୍ରୁପ୍ (SAG) ଓ ଅନ୍ୟଟି ସ୍ପେସାଲ ରେଞ୍ଜର ଗ୍ରୁପ(SRG) । SAG ରେ ସେନା କର୍ମଚାରୀ ସାମିଲ ଥିବାବେଳେ ଦ୍ବିତୀୟରେ ରାଜ୍ୟ ପୋଲିସ ବାହିନୀ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ସଶସ୍ତ୍ର ବାହିନୀର ସ୍ବତନ୍ତ୍ର ପ୍ରଶିକ୍ଷିତ ଯବାନଙ୍କୁ ନେଇ ଗଠିତ ହୋଇଥାଏ । ଯେକୌଣସି ଆହ୍ବାନପୂର୍ଣ୍ଣ ସ୍ଥିତିରେ ଏହା ଆତଙ୍କବାଦକୁ ମାତ ଦେବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ।

NSGର ଉପଲବ୍ଧି: -

ଆତଙ୍କବାଦୀ ଆକ୍ରମଣ, ବନ୍ଧକ ବନ୍ଦୀ ଏବଂ ଅପହରଣ ଭଳି ବିଭିନ୍ନ ଆହ୍ବାନପୂର୍ଣ୍ଣ ପରିସ୍ଥିତିର ମୁକାବିଲା ପାଇଁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ ଏହି ସୁରକ୍ଷା ବଳ 2008 ମସିହା 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଏବଂ 2002 ଗୁଜୁରାଟର ଅକ୍ଷରଧାମ ମନ୍ଦିର ଆକ୍ରମଣ ଘଟଣାର ପ୍ରତିହତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରି ନିଜର ପରାକ୍ରମ ଓ କୁଶଳତାର ପରିଚୟ ଦେଖାଇସାରିଛି ।

2008 ମସିହାର ବହୁଚର୍ଚ୍ଚିତ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏନଏସଜି ତାର ପରାକ୍ରମ ଦେଖାଇବା ସହ ସଫଳତା ମଧ୍ୟ ପାଇଥିଲା। 'ଅପରେସନ୍ ବ୍ଲାକ୍ ଟର୍ନାଡୋ'ଜରିଆରେ NSG କମାଣ୍ଡୋମାନେ ମୁମ୍ବାଇର ନରିମାନ ହାଉସ୍, ତାଜ ପ୍ୟାଲେସ୍ ହୋଟେଲ ଏବଂ ଓବରୋଇ ଟ୍ରାଇଡେଣ୍ଟ ହୋଟେଲ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣର ମୁକାବିଲା କରିବା ସହ ସମସ୍ତ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲା । ସେହିପରି ଅନ୍ୟ ଜଣେ ଆତଙ୍କୀ କସାବକୁ ଜୀବିତ ଗିରଫ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.